ETV Bharat / sports

India vs Bangladesh 1st T20: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି, ଅନୁଷା-ମିନ୍ନୁଙ୍କ ଡେବ୍ୟୁ - ଭାରତ ବନାମ ବାଂଲାଦେଶ ଟି ଟ୍ବେଣ୍ଟି ସିରିଜ

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି
India vs Bangladesh 1st T20
author img

By

Published : Jul 9, 2023, 1:41 PM IST

ଢାକା: ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲାର 4 ମାସ ପରେ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହେବା ପରେ ଆଜି (ରବିବାର) ଭାରତୀୟ ମହିଳା କ୍ରିକେଟ ଦଳ ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳୁଛି । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟିକା ହରମନପ୍ରୀତ କୌର । ପ୍ରଥମ ବ୍ୟାଟିଂ କରିବ ବାଲାଂଦେଶ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ହରମନପ୍ରୀତଙ୍କ ନେତୃତ୍ବାଧୀନ ଭାରତ । ଅନୁଷା ବାରେଡି ଓ ମିନ୍ନୁ ମାନି ବାଂଲାଦେଶ ବିପକ୍ଷରେ ପଦାର୍ପଣ କରିଛନ୍ତି ।

ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ଦମଦାର ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇଛି ଭାରତ । ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ ରହିଛି । ଅନୁଷା ବାରେଡି ଓ ମିନ୍ନୁ ମାନି ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟିରେ ପଦାର୍ପଣ କରିଛନ୍ତି । ମ୍ୟାଚ ଆରମ୍ଭ ପୂର୍ବରୁ ଅଧିନାୟିକା ହର୍ମନପ୍ରୀତ କୌର ଓ ଉପଅଧିନାୟିକା ସ୍ମୃତି ମାନ୍ଧାନା ଉଭୟଙ୍କୁ କ୍ୟାପ ଦେଇ ସ୍ବାଗତ କରିଥିଲେ । ଦଳରେ ରିଚା ଶର୍ମା ନଥିବାରୁ ତାଙ୍କ ସ୍ଥାନରେ ପୂଜା ବସ୍ତ୍ରାକାର, ଅନମଜୌତ କୋର ଓ ଦିପ୍ତୀ ଶର୍ମାରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି । ଦିପ୍ତୀ ଶର୍ମା ମହିଳା ଆଇପିଏଲରେ ୟୁପି ୱାରିୟର୍ସ ପକ୍ଷରୁ ଭଲ ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ...India vs Pakistan: ଚଳିତ ବର୍ଷ 5 ଥର ମୁହାଁମୁହିଁ ହେବେ ଭାରତ-ପାକ୍, ଜାଣନ୍ତୁ କେବେ

ଭାରତୀୟ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର, ସ୍ମୃତି ମାନ୍ଧନା, ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ୟସ୍ତିକା ଭାଟିଆ, ହରଲୀନ ଦେଓଲ, ପୂଜା ବସ୍ତ୍ରାକାର, ଦିପ୍ତୀ ଶର୍ମା, ଅମନଜୌତ କୌର, ଅନୁଷା ବାରେଡି ଓ ମିନ୍ନୁ ମାନି ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ନିଗାର ସୁଲତାନ, ଶଲମା ଖାତୁନ, ସାମିମା ସୁଲତାନ, ନାହିଦା ଅଖତର, ରିତୁ ମୋନି, ଶୋର୍ନା ଅଖତର, ମରୁଫା ଅଖତର, ଶୋଭନା ମୋସଟ୍ରେ, ଶାଥି ରାନୀ, ସୁଲତାନ ଖାତୁନ, ରାବେୟା ଖାନ ।

ବାଂଲାଦେଶ ବିପକ୍ଷରେ ପ୍ରଥମେ ଟି-ଟ୍ବେଣ୍ଟି ସିରିଜ ପରେ ଜୁଲାଇ 16,19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ହର୍ମନପ୍ରୀତ କୌରଙ୍କ କାନ୍ଧରେ ନେତୃତ୍ବ ଭାର ଥିବାବେଳେ ଉପଅଧିନାୟିକା ଦାୟିତ୍ବ ତୁଲାଇବେ ସ୍ମୃତି ମାନ୍ଧନା । ଜୁଲାଇ 11 ଓ 13 ତାରିଖରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଗତ ଜୁଲାଇ 2 ତାରିଖରେ ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟି-20 ପାଇଁ ସ୍କ୍ବାଡ ଘୋଷଣା ହୋଇଥିଲା । ଶିଖା ପାଣ୍ଡେ, ରାଜେଶ୍ବରୀ ଗାଏକ୍ବାଡ, ରିଚା ଘୋଷ ଓ ରେଣୁକା ସିଂହ ପ୍ରମୁଖ ଖେଳାଳି ବାଦ୍ ପଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.