ETV Bharat / sports

INDVSBAN 1st ODI: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି, ଅମନଜୌତ-ଅନୁଷାଙ୍କ ଡେବ୍ୟୁ

author img

By

Published : Jul 16, 2023, 10:31 AM IST

ମହିଳା ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟିକା ହର୍ମନପ୍ରୀତ କୌର । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି
INDVSBAN 1st ODI

ଢାକା: ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୀରପୁରରେ ଆଜି ପ୍ରଥମ ଦିନିକିଆ ଖେଳାଯାଉଛି । ଟସ୍ ଜିତି ଅଧିନାୟିକା ହର୍ମନପ୍ରୀତ କୌର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଘରୋଇ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ । ଦିନିକିଆରେ ଭାରତୀୟ ଦଳରୁ ଦୁଇ ଖେଳାଳି ପଦାର୍ପଣ କରିଛନ୍ତି । ଅନୁଷା ବାରେଡି ଓ ଅମନଜୋତ କୌର ଦିନିକିଆରେ ଡେବ୍ୟୁ କରିଛନ୍ତି ।

ଘରୋଇ ଦଳ ବିପକ୍ଷରେ ଭାରତ 2-1ରେ ଟି-ଟେଣ୍ଟି ସିରିଜ କବଜା କରିଛି । ଭାରତ ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତିଥିଲା । ଶେଷ ଅର୍ଥାତ ତୃତୀୟ ଟି-ଟ୍ବେଣ୍ଟିରେ ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ହାସଲ କରିଥିଲା । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ ଭାରତ 7 ୱିକେଟ ଓ ଦ୍ବିତୀୟ ମ୍ୟାଚକୁ 8 ରନରେ ଜିତିଥିଲା । ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜରେ ଅଧିନାୟିକା ହର୍ମନପ୍ରୀତ କୌର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଟି-ଟ୍ବେଣ୍ଟିରେ ସଫଳ ହୋଇଥିବା ସ୍ମୃତି ମାନ୍ଧନା ଆଜି ସଫଳ ହେବେ ବୋଲି ଆଶା । ଦିନିକିଆରେ ମଧ୍ୟ ତାଙ୍କଠୁ ସଫଳ ଇନିଂସ ଆଶା କରାଯାଉଛି । ସେହିପରି ବୋଲିଂରେ ସଫଳ ହୋଇଥିବା ଦିପ୍ତୀ ଶର୍ମା ମଧ୍ୟରେ ତାଙ୍କ ବୋଲିଂ ଘରୋଇ ଦଳ ବ୍ୟାଟରଙ୍କ ଫସାଇ ପାରନ୍ତି । ସେହିପରି ଡେବ୍ୟୁ ମାଚ ଖେଳୁଥିବା ଅନୁଷା ବାରେଡି ଓ ଅମନଜୋତ କୌରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଏହା ବି ପଢନ୍ତୁ...INDVSBAN T20 Series: 2-1 ସିରିଜ ଜିତିଲା ଭାରତ, ହର୍ମନପ୍ରୀତ ପ୍ଲେୟାର ଅଫ ଦି ସିିରିଜ

ଏହା ବି ପଢନ୍ତୁ...India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ

ଭାରତୀୟ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟିକା), ପ୍ରିୟା ପୁନିଆ, ଜେମିମା ରୋଡ୍ରିଗ୍ସ, ୟସ୍ତିକା ଭାଟିଆ, ଅମନଜୋତ କୌର, ଦେବିକା ବୈଦ୍ୟ, ପୂଜା ବସ୍ତ୍ରାକାର, ଦିପ୍ତୀ ଶର୍ମା, ସ୍ନେହ ରଣା, ଅନୁଷା ବାରେଡି ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ନିଗାର ସୁଲତାନ, ନାହିଦା ଅଖତର, ରିତୁ ମୋନି, ଶୋର୍ନା ଅଖତର, ଏମ ଖାତୁନ, ଏଫ ଖାତୁନ, ମରୁଫା ଅଖତର, ଏଫ ହାକ୍ୟୁ, ସୁଲତାନ ଖାତୁନ, ଆର.ଖାନ, ଏସ ସୁପତା ।

ଘରୋଇ ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ପରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । 19 ଓ 22 ତାରିଖରେ ଯାଥାକ୍ରମରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ଭାରତ ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ କବଜା କରିବା ପରେ ଦିନିକିଆରେ ବିଜୟୀ ହୋଇ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.