ETV Bharat / sports

ୟୁଏଇରେ ହେବ ଟି-20 ବିଶ୍ବକପ 2021, ସ୍ପଷ୍ଟ କଲେ ଜୟ ଶାହା

ଫଟାଫଟ କ୍ରିକେଟର ମେଗା ଟୁର୍ଣ୍ଣାମେଣ୍ଟ ଟି20 ବିଶ୍ବକପର 2021 ସଂସ୍କରଣ ୟୁଏଇରେ ଖେଳାଯିବ । ଅଧିକ ପଢନ୍ତୁ...

author img

By

Published : Jun 28, 2021, 3:40 PM IST

Will inform ICC today that we are shifting the T20 World Cup to UAE: BCCI Secretary Jay Shah
ୟୁଏଇରେ ହେବ ଟି-20 ବିଶ୍ବକପ 2021, ସ୍ପଷ୍ଟକଲେ ଜୟ ଶାହା

ନୂଆଦିଲ୍ଲୀ: ସତ ହେଲା ପୂର୍ବ ଆକଳନ । ଫଟାଫଟ କ୍ରିକେଟର ମେଗା ଟୁର୍ଣ୍ଣାମେଣ୍ଟ ଟି20 ବିଶ୍ବକପର 2021 ସଂସ୍କରଣ ୟୁଏଇରେ ଖେଳାଯିବ । ସୋମବାର ଏହା ସ୍ପଷ୍ଟ କରିଛନ୍ତି, ବିସିସିଆଇ ସମ୍ପାଦକ ଜୟ ଶାହା । ତେବେ ଆନୁଷ୍ଠାନିକ ଭାବେ ଆଇସିସି ଏନେଇ ଘୋଷଣା କରିବାର ସମ୍ଭାବନା ରହିଛି ।

"ଆମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)କୁ ଆଜି(ସୋମବାର) ଜଣାଇବୁ ଯେ ଟି20 ବିଶ୍ବକପ ୟୁଏଇକୁ ସ୍ଥାନାନ୍ତର ହେଉଛି । ଟୁର୍ଣ୍ଣାମେଣ୍ଟର ତାରିଖ ନେଇ ଆଇସିସି ଚୂଡାନ୍ତ ଘୋଷଣା କରିବ ।" ଏହା କହିଛନ୍ତି, ବିସିସିଆଇ ସମ୍ପାଦକ ଶାହା ।

ଟୁର୍ଣ୍ଣାମେଣ୍ଟ ଭାରତ ବାହାରକୁ ସ୍ଥାନାନ୍ତର ହେଲେ ମଧ୍ୟ ବିସିସିଆଇ ଆୟାେଜକ ମାନ୍ୟତା ବଜାୟ ରଖିବ ବୋଲି ଆଇସିସି ପୂର୍ବରୁ ସ୍ପଷ୍ଟ କରିସାରିଛି । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 14ତମ ସଂସ୍କରଣ ଭାରତରେ କୋରୋନା ଭାଇରସ ସଂକ୍ରମଣ କାରଣରୁ ସଂପୂର୍ଣ୍ଣ ହୋଇପାରିନାହିଁ । ଫଳରେ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏକୁ ସ୍ଥାନାନ୍ତର କରିଛି ।

ସେପ୍ଟେମ୍ବର 19ରୁ ଅବଶିଷ୍ଟ ଆଇପିଏଲ ୟୁଏଇରେ ଖେଳାଯିବାକୁ ଥିବାବେଳେ ଅକ୍ଟୋବର 15 ଫାଇନାଲ ମୁକାବିଲା ଖେଳାଯିବା ନେଇ ସୂଚୀ ରହିଛି । ଟି-20 ବିଶ୍ବକପ ଆରମ୍ଭର ଠିକ୍‌ ପୂର୍ବରୁ ଏହା ଶେଷ ହେଉଥିବାରୁ ଆଇପିଏଲ ଫ୍ରାଞ୍ଚାଇଜଙ୍କୁ ନିଜ ଟିମରେ ବିଦେଶୀ ଖେଳାଳିଙ୍କ ପୂର୍ଣ୍ଣ ଉପସ୍ଥିତି ଆଶା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.