ETV Bharat / sports

Asia Cup 2023: ଟିମ୍‌ ଇଣ୍ଡିଆରେ ସାମିଲ ହେବେନି ସାମସନ !

author img

By

Published : Aug 5, 2023, 10:57 PM IST

ଏସିଆ କପ୍‌ ୨୦୨୩ ପାଇଁ ଟିମ୍‌ ଇଣ୍ଡିଆରେ ସାମିଲ ହେବେନି ସଞ୍ଜୁ ସାମସନ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ପାଇଁ ଏନ୍‌ସିଏରେ ସମସ୍ତ ଖେଳାଳିଙ୍କୁ ଯିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏଥିରେ ସାମସନ କିନ୍ତୁ ଉପସ୍ଥିତ ହେବେନି ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଟିମ୍‌ ଇଣ୍ଡିଆରେ ସାମିଲ ହେବେନି ସଞ୍ଜୁ ସାମସନ !

ନୂଆଦିଲ୍ଲୀ: ଏସୀୟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ର ବିଗୁଲ ବାଜି ସାରିଛି । ଏହି ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ଅର୍ଥାତ ଅଗଷ୍ଟ ୩୦ ତାରିଖରୁ ଖେଳାଯିବ । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବ । ଅର୍ଥାତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁଇଟି ଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପ୍ରଥମେ ଭାରତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଏସିସି (ଏସୀୟ କ୍ରିକେଟ୍‌ ପରିଷଦ) ଓ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ଏହି ମଡେଲ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା

ହାଇବ୍ରିଡ୍‌ ମଡେଲ୍‌ରେ ଖେଳିବାକୁ ସମସ୍ତ ଏସୀୟ କ୍ରିକେଟ ବୋର୍ଡ ଗୁଡ଼ିକ ରାଜି ହେବା ପରେ ଖେଳସୂଚୀ ଜାରି କରିଥିଲା ଏସିସି । ଟିମ୍‌ ଇଣ୍ଡିଆ ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୨ ତାରିଖରେ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଦଳ ୨୪ ଅଗଷ୍ଟରୁ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ)ରେ ଅଭ୍ୟାସ ଶିବିରରେ ଯୋଗଦେବେ । ହେଲେ ୱିକେଟ୍‌କିପର ଓ ବ୍ୟାଟର ସଞ୍ଜୁ ସାମ୍‌ସନ୍‌ ଏହି ଶିବିରରେ ସାମିଲ ହେବେନାହିଁ ବୋଲି ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏସିଆ କପ ପାଇଁ ସାମ୍‌ସନ୍‌ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...Rishabh Pant Health Update: ଶୀଘ୍ର ଫେରିବେ ପନ୍ତ ! 140km ସ୍ପିଡ୍‌ ବଲରେ କରୁଛନ୍ତି ଅଭ୍ୟାସ

ମିଳିଥିବା ଏକ ଜାତୀୟ ସ୍ପୋର୍ଟ୍ସ ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ୨୪ ଅଗଷ୍ଟରୁ ଏନ୍‌ସିଏରେ ଏସିଆ କପ୍‌ ୨୦୨୩ ଅଭ୍ୟାସ ଶିବିରରେ ସାମିଲ ହେବେ ନାହିଁ । ଯେଉଁ ଖେଳାଳି ମାନେ ଚଳିତବର୍ଷ ଏସିଆ କପରେ ଟିମ ଇଣ୍ଡିଆର ଅଂଶ ହେବେ, ଏହି ଶିବିର ସେହି ଖେଳାଳିଙ୍କ ପ୍ରସ୍ତୁତି ପାଇଁ ଆୟୋଜନ ହେଉଛି । ତେବେ ଏଥିରେ ସଞ୍ଜୁ ସାମସନ ସାମିଲ ନହେବା ନେଇ କୌଣସି ଆଧିକାରିକ ଖବର ମିଳିନାହିଁ । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସଞ୍ଜୁ ସାମସନ ଦଳରେ ସାମିଲ ହୋଇଥିଲେ । ହେଲେ ତାଙ୍କର ପ୍ରଦର୍ଶନ ଏତେ ପ୍ରଭାବୀ ନଥିଲା । ଅନ୍ୟପଟେ କେଏଲ୍‌ ରାହୁଲ ଏପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି । ତେଣୁ ୱିକେଟକିପର ଦୌଡ଼ରେ ସବୁଠାରୁ ଆଗରେ ଇଶାନ କିଶାନ ରହିଥିବା ସୂତ୍ରରୁ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.