ETV Bharat / sports

World Cup 2023: ରୋହିତ ଶର୍ମାଙ୍କ ପାଇଁ ଅଗ୍ନି ପରୀକ୍ଷା, କଣ ରହିବ ରଣନୀତି ?

author img

By

Published : Aug 6, 2023, 8:14 PM IST

ବିଶ୍ବକପ୍‌ ୨୦୨୩ରେ ଭାରତର ଆଇସିସି ଟ୍ରଫି ଅପେକ୍ଷା ଅନ୍ତ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ । ତେବେ ଏଥିପାଇଁ ଅଧିନାୟକ ରୋହିତ ଶର୍ମାଙ୍କ କାନ୍ଧରେ ରହିଛି ଗୁରୁଦାୟିତ୍ବ । ତେବେ ଜାଣନ୍ତୁ ଏବେ ପର୍ଯ୍ୟନ୍ତ କଣ ରହିଛି ରୋହିତଙ୍କ ରଣନୀତି । ଅଧିକ ପଢ଼ନ୍ତୁ

ରୋହିତ ଶର୍ମାଙ୍କ ପାଇଁ ଅଗ୍ନି ପରୀକ୍ଷା
ରୋହିତ ଶର୍ମାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ମାସରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ବକପ ୨୦୨୩ । ୧୦ ବର୍ଷ ହେଲା ଲାଗି ରହିଥିବା ଆଇସିସି ଟ୍ରଫି ଅପେକ୍ଷାର ଅନ୍ତ ହେବ ବୋଲି ଭାରତୀୟ କ୍ରିକେଟ୍‌ ପ୍ରଶଂସକମାନେ ପୁଣିଥରେ ଆଶା ରଖିଛନ୍ତି । ଶେଷଥର ପାଇଁ ୨୦୧୩ ମସିହାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଇଂଲଣ୍ଡରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା ଭାରତ । ସେହି ବିଜୟୀ ଦଳରେ ଏବେର ଅଧିନାୟକ ରୋହିତ ଶର୍ମା ମଧ୍ୟ ସାମିଲ ଥିଲେ । ତେବେ କ୍ରିକେଟ ବିଶ୍ବକପ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଏକ ସୁଦୃଢ଼ ଦଳ ପ୍ରସ୍ତୁତ କରି ପାରିନି ଟିମ୍‌ ଇଣ୍ଡିଆ । ଏପଟେ ନିକଟରେ ବିସିସିଆଇର ଚୟନ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ରୋହିତ ଶର୍ମାଙ୍କ କାନ୍ଧରେ ଗୁରୁଦାୟିତ୍ବ: ଟିମ୍‌ ଇଣ୍ଡିଆର ପ୍ରଥମ ପସନ୍ଦର କିଛି ଖେଳାଳି ଓ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଥିବା କିଛି ଖେଳାଳି ଏବେ ମଧ୍ୟ ଆହତ ଜନିତ ସମସ୍ୟାରେ ରହିଛନ୍ତି । ସେପଟେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆରେ ମଧ୍ୟକ୍ରମରେ ବିଭିନ୍ନ ଅନଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦେଇ ପରୀକ୍ଷା ନିରିକ୍ଷା କରିଛନ୍ତି ଚୟନକର୍ତ୍ତା । ହେଲେ ବିଶ୍ବକପ୍‌ରେ ନିର୍ଣ୍ଣାୟକ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଥିବା ଅଧିନାୟକ ରୋହିତ ଶର୍ମା ଓ ଭେଟେରାନ ବ୍ୟାଟର୍‌ ବିରାଟ କୋହଲିଙ୍କୁ ବାହାରେ ରଖିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ୮ ଅକ୍ଟୋବରରେ ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ, ସେତେବେଳେ ସମସ୍ତଙ୍କ ନଜର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିବ । କାରଣ ହିଟ୍‌ମ୍ୟାନ୍‌ଙ୍କ ଉପରେ ଦୁଇ ଦୁଇଟି ଦାୟିତ୍ବ ରହିଥିବ । ଗୋଟିଏ ଅଧିନାୟକ ଭାବେ ଦଳକୁ ବିଜୟ ଦେବା ଓ ଅନ୍ୟଟି ଓପନର ଭାବେ ଦଳକୁ ଭଲ ଆରମ୍ଭ ଦେବା ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଖେଳ ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଅକ୍ଟୋବର 14ରେ ଭାରତ-ପାକିସ୍ତାନ ମ୍ୟାଚ

୨୦୧୧ ବିଶ୍ବକପ୍‌ ଦଳରେ ସ୍ଥାନ ନମିଳିବାରୁ ବଦଳାଇଥିଲେ ରଣନୀତି: ରୋହିତ ଶର୍ମା ପ୍ରଥମରୁ ଭାରତୀୟ ଦଳର ମୁଖ୍ୟ ଖେଳାଳି ଭାବେ ଦଳରେ ସୁଯୋଗ ପାଇଥିଲେ । ୨୦ ବର୍ଷ ବୟସରେ ସେ ୨୦୦୭ ଟି୨୦ ବିଶ୍ବକପ୍‌ ବିଜେତା ଟିମ୍‌ର ଅଂଶ ମଧ୍ୟ ରହିଥିଲେ । ହେଲେ ତାଙ୍କ ପରେ ଦିନିକିଆରେ ଡେବ୍ୟୁ କରିଥିବା ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିଥିଲା । ଖରାପ ଫର୍ମ କାରଣରୁ ୨୦୧୧ ବିଶ୍ବକପ୍‌ ଟିମ୍‌ରେ ରୋହିତଙ୍କୁ ସୁଯୋଗ ମିଳିନଥିଲା । ହେଲେ ଏହାପରେ ରୋହିତ ନିଜ ପ୍ରଦର୍ଶନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଭାରତୀୟ ଦିନିକିଆ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶ ରହି ଆସିଛନ୍ତି । ୨୦୨୩ରେ ରୋହିତ ଶର୍ମାଙ୍କ ହାରାହାରି ସ୍କୋର ୪୭.୮୭ ରହିଛି ଏବଂ ଏହି ବର୍ଷ ଦିନିକିଆରେ ସେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏବେ ପର୍ଯ୍ୟନ୍ତ ମିଳିନି ସଫଳତା: ୨୦୨୨ ଫେବୃଆରୀରେ ଯେତେବେଳେ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ଭାର ଦିଆଗଲା, ସେତେବେଳେ ସମସ୍ତେ ଆଶା କରିଥିଲେ ଯେ, ଆଇପିଏଲ୍‌ରେ ସେ ଅଧିନାୟକ ଭାବେ ହାସଲ ଅଭିଜ୍ଞତା ସଫଳତା ତାଙ୍କୁ ଭାରତକୁ ଟାଇଟଲ ଜିତାଇବାରେ ସାହାଯ୍ୟ କରିବ । ହେଲେ ଏବେ ପର୍ଯ୍ୟନ୍ତ ସେ ଭାରତ ପାଇଁ ସେଭଳି କୌଣସି ସଫଳତା ହାସଲ କରିପାରିନାହାନ୍ତି । ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାସ୍ତ ହେବାପରେ ଭାରତର ଟି୨୦ ଖେଳିବା ଏବଂ ରୋହିତଙ୍କର ଅଧିନାୟକ ଭୂମିକାରେ ସ୍ୱଚ୍ଛତାର ଅଭାବ ପୁଣିଥରେ ଦେଖାଦେଲା । ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ମଧ୍ୟ ରୋହିତ ଶର୍ମାଙ୍କ ରଣନୀତି ନେଇ ସେ ବହୁ ସମାଲୋଚିତ ହୋଇଥିଲେ ।

ବଦଳାଇବେ ରଣନୀତି !: ଏବେ ରୋହିତ ଶର୍ମାଙ୍କ ପାଖରେ ଭାରତକୁ ଏକ ଆଇସିସି ଟ୍ରଫି ଜିତାଇବା ପାଇଁ ଆଉ ଏକ ସୁଯୋଗ ରହିଛି । ୨୦୧୯ ଦିନିକିଆ ବିଶ୍ବକପ୍‌ରେ ରୋହିତ ଏକାକୀ ୫ ଶତକ ହାସଲ କରିବା ସହିତ ସେହି ପ୍ରତିଯୋଗିତାରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟର ରହିଥିଲେ । ଯଦି ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ତ୍ରୁଟି ସଂଶୋଧନ କରାଯାଏ ଏବଂ ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ରେ ରୋହିତ ଜଣେ ସଫଳ ଅଧିନାୟକ ଓ ଶକ୍ତିଶାଳୀ ବ୍ୟାଟର ଭାବେ ଉଭା ହୁଅନ୍ତି, ତେବେ ୧୯ ନଭେମ୍ବରରେ ଭାରତ ବିଶ୍ବକପ୍‌ ଟାଇଟଲ ଜିତିବା ସହ ଜାରି ରହିତିବା ଟ୍ରଫି ମରୁଡ଼ିର ମଧ୍ୟ ଅନ୍ତ ଘଟିପାରନ୍ତା । ତେବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କର ଏହା ଶେଷ ଦିନିକିଆ ବିଶ୍ବକପ୍‌ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଅଧିନାୟକ ଭାବେ ରୋହିତ ନିଜର ରଣନୀତିରେ ପରିବର୍ତ୍ତନ ଆଣିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.