ETV Bharat / sports

IND vs WI 2nd T20: ଟସ ଜିତିଲେ ପୋଲାର୍ଡ, ପ୍ରଥମେ ବୋଲିଂ କରିବ ଇଣ୍ଡିଜ୍

author img

By

Published : Feb 18, 2022, 6:50 PM IST

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ୱେଷ୍ଟ ଇଣ୍ଡିଜ୍‌ ଦଳ । ଅଧିକ ପଢ଼ନ୍ତୁ

westindies choose to bowl first in second t20 against india
IND vs WI 2nd T20: ଟସ୍‌ ଜିତିଲେ ପୋଲାର୍ଡ, ପ୍ରଥମେ ବୋଲିଂ କରିବ ଇଣ୍ଡିଜ୍‌

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ୱେଷ୍ଟ ଇଣ୍ଡିଜ୍‌ । ସିରିଜର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି । ସପେଟେ ୱେଷ୍ଟଇଣ୍ଡିଜ୍‌ ଦଳ ମଧ୍ୟ ଅପରିବର୍ତ୍ତିତ ଦଳ ନେଇ ଆଜିର ମ୍ୟାଚ୍‌ ଖେଳୁଛି ।

ଆଜିର ମ୍ୟାଚ୍‌ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଇଣ୍ଡିଜ । ତେବେ ଏଥିପାଇଁ ଦଳ ଆଜି ନିଜ ବ୍ୟାଟିଂ ଲାଇନ ଉପରେ ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରିବ । ଗତ ମ୍ୟାଚ୍‌ରେ ଇଣ୍ଡିଜ ବୋଲର ଭଲ ବୋଲିଂ କରିଥିଲେ । ତେବେ ଏହା ବିଜୟ ବାଟ ଖୋଲିକାବୁ ଯଥେଷ୍ଟ ହୋଇ ପାରିନଥିଲା ।

ସେପଟେ ଭାରତୀୟ ଦଳ ମଧ୍ୟ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ ସିଲ୍‌ କରିବାକୁ ଚାହିଁବ । ଦଳ ସିରିଜରେ ବର୍ତ୍ତମାନ ସୁଦ୍ଧା ଭଲ ବୋଲିଂ କରିଛି । ତେବେ ଟପ୍ ଅର୍ଡର ବ୍ୟାଟର ଆଉଟ ହେବା ମିଡିଲ ଅର୍ଡର ବ୍ୟାଟର ରନ୍‌ ପାଇଁ ସଂଘର୍ଶ କରୁଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଦଳ ଧ୍ୟାନ ଦେବାକୁ ଚାହିଁବ ।

ଭାରତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ଚହର, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ୟୁଜିବେନ୍ଦ୍ର ଚହଲ ।

ୱେଷ୍ଟଇଣ୍ଡିଜ ଚୂଡ଼ାନ୍ତ ଏକାଦଶ

ବ୍ରେଣ୍ଡନ୍ କିଙ୍ଗ, କାଇଲ୍ ମାୟର୍ସ, ନିକୋଲାସ୍ ପୁରାନ୍ , ରୋଭମାନ ପାୱେଲ, କୈରନ୍ ପୋଲାର୍ଡ (ଅଧିନାୟକ), ଜେସନ୍ ହୋଲ୍ଡର୍, ଓଡିନ୍ ସ୍ମିଥ୍, ରୋଷ୍ଟନ୍ ଚେଜ୍, ଅକିଲ୍ ହୋସିନ୍, ରୋମାରିଓ ଶେଫର୍ଡ, ଶେଲଡନ୍ କୋଟ୍ରେଲ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.