ETV Bharat / sports

ଧିମା ବୋଲିଂ ପାଇଁ ୱେଷ୍ଟଇଣ୍ଡିଜ ଦଣ୍ଡିତ, କଟିଲା 6 Wtc ପଏଣ୍ଟ

ଧିମା ଓଭର ବୋଲିଂ ପାଇଁ ୱେଷ୍ଟଇଣ୍ଡିଜ ଦଳ ହେଲା ଦଣ୍ଡିତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ଧିମା ବୋଲିଂ ପାଇଁ ଆଇସିସି 6 ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ କାଟି ଦିଆଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Jun 22, 2021, 9:45 PM IST

westindies fined for slow over rating against south africa

ନୂଆଦିଲ୍ଲୀ: ଧିମା ଓଭର ବୋଲିଂ ପାଇଁ ୱେଷ୍ଟଇଣ୍ଡିଜ ଦଳ ହେଲା ଦଣ୍ଡିତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ଧିମା ବୋଲିଂ ପାଇଁ ଆଇସିସି 6 ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ କାଟି ଦିଆଯାଇଛି । ଖାଲି ସେତିକି ନୁହେଁ ଦଳର 60 ପ୍ରତିଶତ ମ୍ୟାଚ ଫିସ ମଧ୍ୟ କାଟି ଦିଆଯାଇଛି ।

ସେଣ୍ଟ ଲୁସିଆରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରିଚି ରିଚାର୍ଡସନଙ୍କ ନେତୃତ୍ୱରେ ଅମ୍ପାୟାର ପ୍ୟାନେଲ ୱେଷ୍ଟଇଣ୍ଡିଜ ଧିମା ବୋଲିଂ କରିଥିବା ନେଇ ସ୍ପଷ୍ଟ କରିଥିଲେ । କ୍ରେଗ୍ ବ୍ରାଥୱେଟ ଆବଶ୍ୟକ ଠାରୁ 3 ଓଭର ଧିମା ବୋଲିଂ କରିଥିଲେ।

ଆଇସିସିର କୋଡ ଅଫ କଣ୍ଡକ୍ଟରେ ଅନୁଚ୍ଛେଦ 2.22 ଅନୁଯାୟୀ ପ୍ରତି ଧିମା ଓଭର ପିଛା ୱେଷ୍ଟଇଣ୍ଡିଜ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ 20 ପ୍ରତିଶତ ମ୍ୟାଚ ଫିସ କାଟି ଦିଆଯାଇଛି । ସେହିଭଳି ପ୍ରତି ଏକ ଓଭର ଧିମା ବୋଲିଂ ବଦଳରେ ଦୁଇ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ କାଟି ଦିଆଯାଇଛି ।

ସେପଟେ ବ୍ରେଥୱେଟ ଆଇସିସିଙ୍କ ଏହି ଦଣ୍ଡି ବିଧାନକୁ ସ୍ୱିକାର କରିଛନ୍ତି । ଏଥିପାଇଁ କୌଣସି ଔପଚାରିକ ଶୁଣାଣି ହେବ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ମ୍ୟାଚ 158 ରନରେ ପରାଜିତ ହୋଇଛି । ଏହି ମ୍ୟାଚରେ ଘରୋଇ ୱେଷ୍ଟଇଣ୍ଡିଜ ଦଳ 200 ରନ ବି ପାର କରି ପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.