ETV Bharat / sports

ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଗସ୍ତରୁ ବାଦ ପଡ଼ିଲେ 7 ଅଷ୍ଟ୍ରେଲୀୟ ଖେଳାଳି

author img

By

Published : Jun 16, 2021, 9:53 PM IST

ୱାର୍ନର, ମେକ୍ସୱେଲଙ୍କ ସମେତ IPL ରୁ ଫେରିଥିବା 7 ଅଷ୍ଟ୍ରେଲୀୟ ଖେଳାଳି ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଗସ୍ତରୁ ପଡ଼ିଲେ ବାଦ । ଅଧିକ ପଢ଼ନ୍ତୁ...

Warner, Maxwell, Cummins among seven Australian IPL returnees to pull out of WI and Bangladesh tour
ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଗସ୍ତରୁ ବାଦ ପଡ଼ିଲେ 7 ଅଷ୍ଟ୍ରେଲୀୟ ଖେଳାଳି

ମେଲବର୍ଣ୍ଣ: ନିକଟରେ ଆଇପିଏଲରେ ଖେଳିଥିବା 7 ଜଣ ଅଷ୍ଟ୍ରେଲୀୟ କ୍ରିକେଟର ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶର କୁ ହେବାକୁ ଥିବା ହ୍ବାଇଟ-ବଲ୍ ସିରିଜରୁ ବାଦ ପଡ଼ିଛନ୍ତି ।

ଏହି ଦୁଇଟି ଗସ୍ତ ହେଉଛି ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି-20 ବିଶ୍ବକପ ପାଇଁ ଦଳର ପ୍ରସ୍ତୁତିର ଏକ ଅଂଶ ।

ଡେଭିଡ ୱାର୍ନର, ପ୍ୟାଟ କମିନ୍ସ, ଗ୍ଲେନ ମ୍ୟାକ୍ସୱେଲ, ଝେ ରିଚାର୍ଡସନ, କେନ ରିଚାର୍ଡସନ, ମାର୍କସ ଷ୍ଟୋଇନିସ ଏବଂ ଡାନିଏଲ ସାମ୍ସ ବିଭିନ୍ନ କାରଣରୁ ଏହି ଗସ୍ତରେ ସେମାନଙ୍କୁ ସାମିଲ ନକରିବାକୁ ଅନୁରୋଧ କରିଛନ୍ତି । ସେପଟେ IPL ବେଳେ କହୁଣୀରେ ଲାଗିଥିବା ଆଘାତ ଯୋଗୁଁ ଷ୍ଟିଭ୍‌ ସ୍ମିଥଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାପାଇଁ ଦିଆଯାଇଛି ବିଶ୍ରାମ । ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବିବୃତ୍ତିରେ ସୂଚନା ଦେଇଛି ।

ଏହି ପଦକ୍ଷେପ ଯୋଗୁଁ ଅଷ୍ଟ୍ରେଲୀୟ କୋଚଙ୍କୁ ତାଙ୍କର 7 ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଟି-20 ବିଶ୍ବକପ ପୂର୍ବରୁ 4 ମାସ ଛାଡ଼ିବାକୁ ହେବ ।

ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ 18 ଜଣିଆ ସ୍କ୍ବାଡ ଘୋଷଣା କରିଛି । ଜୁଲାଇ 9 ରୁ 24 ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ 5 ଟି ଟି-20 ମ୍ୟାଚ ଓ ତିନୋଟି ଦିନିକିଆ ଖୋଳିବ । 5 ମ୍ୟାଚ ବିଶିଷ୍ଟ ବାଂଲାଦେଶ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଅଷ୍ଟ୍ରେଲିଆ ଜାତୀୟ ଚୟନକର୍ତ୍ତା କହିଛନ୍ତି ୟେ,‘‘ଏହି ସମୟରେ ଦଳର ସମସ୍ତ ଖେଳାଳି ସ୍କ୍ବାଡରେ ନଥିବା ଆମକୁ ନିରାଶ କରିଛି । ତେବେ NSP ଖେଳାଳିଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି ।’’

IPL ରେ କହୁଣୀରେ ଆଘାତ ଲାଗିଥିବା କାରଣରୁ ଷ୍ଟିଭ ସ୍ମିଥ ଦଳ ଚୟନ ପାଇଁ ମଧ୍ୟ ଉପଲବ୍ଧ ନଥିଲେ । ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଆରାମ କରିବାକୁ ଦିଆଯାଇଛି ଯାହା କାରଣରୁ ସେ ଆସନ୍ତା ଟି-20 ବିଶ୍ବକପ ପାଇଁ ପ୍ସତୁତ ହୋଇ ପାରିବେ ବୋଲି କହିଛନ୍ତି ଜାତୀୟ ଚୟନକର୍ତ୍ତା ଟ୍ରେଭୋର ହୋନ୍ସ ।

ଅଷ୍ଟ୍ରେଲିଆ ସ୍କ୍ବାଡ: ଆରୋନ ଫିଞ୍ଚ (ଅଧିନାୟକ), ଆଷ୍ଟନ୍ ଅଗର, ୱେସ୍ ଅଗର, ଜେସନ୍ ବେରେନଡ୍ରଫ, ଆଲେକ୍ସ କେରେ, ଡାନ ଖ୍ରୀଷ୍ଟିଆନ, ଜସ୍‌ ହେଜେଲଉଡ, ମୋଇସେସ ହେନ୍ରିକ୍ସ, ମିଚେଲ ମାର୍ଶ, ବେନ ମ୍ୟାକଡରମୋଟ, ରିଲେ ମେରେଡିଥ, ଜସ୍‌ ଫିଲିପ, ମିଚେଲ ଷ୍ଟାର୍କ, ମିଚେଲ ସ୍ବିପସନ, ଆଷ୍ଟନ୍ ଟର୍ନର, ଆଣ୍ଡ୍ରିୟୁ ଟେ , ମାଥ୍ୟୁ ୱେଡ୍, ଆଡାମ ଜାମ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.