ETV Bharat / sports

Asian Games 2023: ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ, ଜାଣନ୍ତୁ ଆଉ କାହାକୁ ମିଳିଛି ଦାୟିତ୍ବ - ଏସିଆନ ଗେମ୍ସ

ଚଳିତବର୍ଷ ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଭାଗନେବେ ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଦଳ । ଏଥିପାଇଁ ପୂର୍ବରୁ ଦଳ ଘୋଷଣା କରିସାରିଛି ବିସିସିଆଇ । ତେବେ ଏଥିରେ ନୂଆ ପ୍ରଶିକ୍ଷକ ଭାବେ ମଧ୍ୟ ପୂର୍ବତନ ଭେଟେରାନ କ୍ରିକେଟରଙ୍କୁ ଦାୟିତ୍ବ ମିଳିଛି । ଅଧିକ ପଢ଼ନ୍ତୁ

ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ

author img

By ETV Bharat Odisha Team

Published : Aug 27, 2023, 10:45 PM IST

ନୂଆଦିଲ୍ଲୀ: ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ଏସୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ସେପ୍ଟେମ୍ବର ୧୯ ତାରିଖରେ ସରିବାକୁ ଥିବାବେଳେ ଏହାପରେ ତୁରନ୍ତ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଯିବ ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ । ତେବେ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ବକପ୍‌ ମଧ୍ୟରେ ଟିମ୍‌ ଇଣ୍ଡିଆ ଖେଳିବ ଏସିଆନ୍‌ ଗେମ୍ସ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚୀନ୍‌ର ହାଙ୍ଗଜୋରେ ଅନୁଷ୍ଠିତ ହେବ ଏହି ଏସିଆନ ଗେମ୍ସ । ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଦଳ ଘୋଷଣା କରିସାରିଥିବା ବେଳେ ଏବେ ଉଭୟ ଦଳ ପାଇଁ ନୂଆ ପ୍ରଶିକ୍ଷକଙ୍କ ନାଁ ଘୋଷଣା କରିଛି ବିସିସିଆଇ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ସିଧାସଳଖ କ୍ବାର୍ଟର ଫାଇନାଲ୍‌ ଖେଳିବ ଭାରତ, ଟି୨୦ ମାନ୍ୟତା ଆଧାରରେ ପ୍ରୋମୋସନ

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଭାରତର ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ଭାଗ ନେବାକୁ ଯାଉଛନ୍ତି । ଦିନିକିଆ ପୁରୁଷ ବିଶ୍ବକପ୍‌ ଦଳରେ ମନୋନୀତ ହୋଇଥିବା ଖେଳାଳିମାନେ ଚୀନ ଯାଇପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପୂର୍ବରୁ ଏଥିଲାଗି ସ୍ବତନ୍ତ୍ର ଦଳ ଘୋଷଣା କରିଛି । ଏଥିପାଇଁ ଆଜି ନୂଆ ପ୍ରଶିକ୍ଷକଙ୍କ ନାଁ ମଧ୍ୟ ଘୋଷଣା କରିଛି ବିସିସିଆଇ । ପୁରୁଷ ଟିମ୍‌ ବିଷୟରେ ଦେଖିବାକୁ ଗଲେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏହି ସମୟରେ ବିଶ୍ବକପ୍‌ରେ ବ୍ୟସ୍ତ ରହିବେ । ସେଥିପାଇଁ ଏସିଆନ ଗେମ୍ସ ପାଇଁ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ପୂର୍ବତନ ଭେଟେରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ଘୋଷଣା କରିଛି ବିସିସିଆଇ ।

ଏହା ମଧ୍ୟ ପଢ଼ନ୍ତୁ...ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା

ଏହାଛଡ଼ା ସାଇରାଜ ବହୁତୁଲେ ବୋଲିଂ କୋଚ୍‌ ଏବଂ ମନୀଷ ବାଲି ଫିଲ୍ଡିଂ କୋଚ୍‌ ଭୂମିକା ତୁଲାଇବେ । ସେହିଭଳି ମହିଳା ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ପୂର୍ବତନ କ୍ରିକେଟର ହୃଶିକେଶ କାନିତକର । ନିର୍ଦ୍ଧାରିତ ମହିଳା ଟିମ୍‌ରେ ହରମନପ୍ରୀତ କୌର ଅଧିନାୟକ ଦାୟିତ୍ବ ତୁଲାଇବେ । ସେହିଭଳି ଋତୁରାଜ ଗାଏକୱାଡ ପୁରୁଷ ଟିମ୍‌ର ନେତୃତ୍ବ ନେବେ ବୋଲି ପୂର୍ବରୁ ଘୋଷଣା ହୋଇଛି । ପ୍ରକାଶଯୋଗ୍ୟ, ଆଇସିସି ଟି-୨୦ ମାନ୍ୟତା ଆଧାରରେ ଉଭୟ ପୁରୁଷ ଓ ମହିଳା ଦଳକୁ ସିଧାସଳଖ ଏସିଆନ୍‌ ଗେମ୍ସ କ୍ବାର୍ଟର ଫାଇନାଲ ଟିକେଟ୍‌ ମିଳିଛି । ଅକ୍ଟୋବର ୫ ତାରିଖରେ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ସେହିପରି ସେପ୍ଟେମ୍ବର ୧୯ରୁ ମହିଳା ଦଳର ମ୍ୟାଚ୍ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.