ETV Bharat / sports

ପକ୍ଷୀ ଡେଣା ସହିତ ନିଜ ଫଟୋ ପୋଷ୍ଟ କଲେ ବିରାଟ, ଛୁଟିଲା ସମର୍ଥନ

ବିରାଟ କୋହଲି ଆଜି(ଶନିବାର) ନିଜ ଟ୍ବିଟର ଆକାଉଣ୍ଟରେ ବ୍ଲୁ ଜିନ୍ସ ଓ ବ୍ଲୁ ସାର୍ଟ ପିନ୍ଧି ପକ୍ଷୀର ଡେଣା ସାମ୍ନାରେ ବସି ଏକ ଫଟୋ ସେୟାର କରି ଲେଖିଛନ୍ତି 'Perspective' । ପକ୍ଷୀର ଡେଣାରେ ଲେଖାଯାଇଛି "କଣ ହେବ ଯଦି ମୁଁ ତଳକୁ ଖସିଯିବି କିନ୍ତୁ ମୋର ପ୍ରିୟଜନ କଣ ହେବ ଯଦି ତୁମେ ଉଡିବାକୁ ଲାଗିବ" । କୋହଲିଙ୍କ ଟ୍ବିଟରର ରିପ୍ଲାଏ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ । ଅଧିକ ପଢନ୍ତୁ

author img

By

Published : Jul 16, 2022, 9:25 PM IST

ପକ୍ଷୀ ଡେଣା ସହିତ ନିଜ ଫଟୋ ପୋଷ୍ଟ କରି ବିରାଟ ଲେଖିଲେ 'ପର୍ସ୍ପେକଟିଭ'

ହାଇଦ୍ରାବାଦ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କ୍ରିକେଟ ପ୍ରେମୀଙ୍କୁ ନିରାଶ କରି ଚାଲିଛନ୍ତି । ତାଙ୍କର ଗୋଟେ ପରେ ଗୋଟେ ମ୍ୟାଚରେ ଖରାପ ପ୍ରଦର୍ଶନ ଜାରି ରହିଛି । ଏନେଇ ସେ କ୍ରିକେଟ ବିଶେଷଜ୍ଞଙ୍କ ଆଲୋଚନାର ପାତ୍ର ମଧ୍ୟ ହୋଇଛନ୍ତି । କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବଂ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ମତ ଅନୁଯାୟୀ ବିରାଟ ଏବେ ଫର୍ମରେ ନାହାନ୍ତି ତାଙ୍କୁ ଦଳରୁ ବାଦ ଦିଆଯାଇ ବିଶ୍ରାମ ଦିଆଯିବା ଦରକାର । ଖାଲି ସେତିକି ନୁହେଁ ଏନେଇ ତାଙ୍କୁ ମଧ୍ୟ ବିଭିନ୍ନ ଟ୍ରୋଲର ଶିକାର ହେବାକୁ ପଡୁଛି ।

ଏନେଇ ବିରାଟ କୋହଲି ଆଜି(ଶନିବାର) ନିଜ ଟ୍ବିଟର ଆକାଉଣ୍ଟରେ ବ୍ଲୁ ଜିନ୍ସ ଓ ବ୍ଲୁ ସାର୍ଟ ପିନ୍ଧି ପକ୍ଷୀର ଡେଣା ସାମ୍ନାରେ ବସି ଏକ ଫଟୋ ସେୟାର କରି ଲେଖିଛନ୍ତି 'Perspective' । ପକ୍ଷୀର ଡେଣାରେ ଲେଖାଯାଇଛି "କଣ ହେବ ଯଦି ମୁଁ ତଳକୁ ଖସିଯିବି କିନ୍ତୁ ମୋର ପ୍ରିୟଜନ କଣ ହେବ ଯଦି ତୁମେ ଉଡିବାକୁ ଲାଗିବ" । କୋହଲିଙ୍କ ଟ୍ବିଟରର ଏହି ପୋଷ୍ଟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ଲେଖିଛନ୍ତି 'ତମେ ଜଣେ ବଡ ଖେଳାଳୀ, ତମେ କ୍ରିକେଟରେ ଯାହା ହାସିଲ କରିଛ ତାହାର ସ୍ବପ୍ନ ବହୁତ ଲୋକ ଦେଖନ୍ତି ଆଉ ଲୋକମାନେ ନିଜେ ଖେଳି ଏମିତି ଜଣେ ସର୍ବଶ୍ରେଷ୍ଠ ଖେଳାଳି ହୁଅନ୍ତି ।

ଏନେଇ ଗତକାଲି ପାକିସ୍ତାନ କ୍ୟାପଟେନ ବାବର ଆଜମ ବିରାଟଙ୍କ ସପକ୍ଷରେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ କରିଥିଲେ । ଲେଖିଥିଲେ "ଏହି ସମୟ ବହୁତ ଶୀଘ୍ର ବିତି ଯିବ । ନିଜକୁ ଦୃଢ କର । "

ନିକଟରେ ବିରାଟ କୋହଲିଙ୍କ ବାବଦରେ କପିଲ ଦେବ କହିଥିଲେ ଯଦି ବୋଲର ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ଦଳରୁ ବାଦ ଦିଆଯାଉଛି ତାହେଲେ ବିରାଟଙ୍କୁ ମଧ୍ୟ ତାଙ୍କ ଫର୍ମ ପାଇଁ ବିଶ୍ରାମ ମିଳୁ । ସେହିପରି ଅଧିନାୟକ ରୋହିତ ଶର୍ମା ମଧ୍ୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଏକ ସାମ୍ବାଦିକ ସମ୍ମିଳନୀରେ ବୟାନ ରଖିଥିଲେ ଯେ ପ୍ରାୟ କ୍ରିକେଟର ଖରାପ ସମୟ ଦେଇ ଗତି କରିଛନ୍ତି । ବର୍ତ୍ତମାନର ଖରାପ ପ୍ରଦର୍ଶନ ପାଇଁ ଆମେ ଗୋଟେ କ୍ରିକେଟରର 10 ବର୍ଷ ତଳର ପୁରୁଣା ରେକର୍ଡ ଗୁଡିକ ଅଣଦେଖା କରି ପାରିବା ନାହିଁ ।

ବିରାଟ କୋହଲିଙ୍କର ଏବେ ଖରାପ ପ୍ରଦର୍ଶନ ଜାରି ରହିଛି । ଗୋଟେ ପରେ ଗୋଟେ ମ୍ୟାଚରେ ବିରାଟ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଚାଲିଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ, ଭାରତ ଇଂଲଣ୍ଡ ବିପକ୍ଷ ଟି-20 ସିରିଜରେ ମଧ୍ୟ କୋହଲି ତାଙ୍କ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ନିରାଶ କରିଥିଲେ । ଭାରତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ 100 ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ କୋହଲିଙ୍କର ପ୍ରଦର୍ଶନକୁ ଅପେକ୍ଷା ରହିଥିଲା । ହେଲେ ସେଥିରେ ସେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି । କୋହଲି 16 ରନ ସଂଗ୍ରହ କରି ଆଉଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.