ETV Bharat / sports

କୋରୋନା କଟକଣା ମାନିବାକୁ ଦେଶବାସୀଙ୍କୁ କୋହଲିଙ୍କ ଅପିଲ

author img

By

Published : Apr 20, 2021, 9:08 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ମଙ୍ଗଳବାର ଦେଶବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ସହ ଘରୁ ଯେ କୌଣସି କାମରେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

Virat Kohli urges citizens to follow COVID-19 protocols, practice social distancing
କୋରୋନା କଟକଣା ମାନିବାକୁ ଦେଶବାସୀଙ୍କୁ କୋହଲିଙ୍କ ଅପିଲ

ନୂଆଦିଲ୍ଲୀ: ଦେଶରେ ମହମାରୀ କୋରୋନାର ସଙ୍ଗୀନ ସ୍ଥିତି । ସ୍ଥିତି ସୁଧୁରିବା ପରିବର୍ତ୍ତେ, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଅଧିକ ଚିନ୍ତାର କାରଣ ହୋଇଛି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ମଙ୍ଗଳବାର ଦେଶବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ସହ ଘରୁ ଯେ କୌଣସି କାମରେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି । କୋହଲିଙ୍କ ଏହି ଭିଡିଓ ଦିଲ୍ଲୀ ପୋଲିସ ସେୟାର କରିଛି ।

ଜାତୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଭୟଙ୍କର ରହିଛି । 240 ମୃତ୍ୟୁ ସହ ସହରରେ ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ଯା ରେକର୍ଡ କରିଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୋମବାର ସନ୍ଧ୍ୟାରେ ଜାରି ସ୍ବାସ୍ଥ୍ୟ ବୁଲେଟିନ ଅନୁଯାୟୀ, ନୂଆ 23,686 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟାରେ 2,59,170 ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଥିବାବେଳେ, 1761ଜଣ ଜୀବନ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.