ETV Bharat / sports

ବିଶ୍ବକପ ପରେ ଟି-୨୦ ଦଳ ଅଧିନାୟକ ପଦ ଛାଡ଼ିବେ କୋହଲି - ବିରାଟ କୋହଲି

ବିଶ୍ବକପ ପରେ ଟି-୨୦ ଦଳର ଅଧିନାୟକ ପଦରୁ ଓହରିଯିବେ ବିରାଟ କୋହଲି । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ବିଶ୍ବକପ ପରେ ଟି-୨୦ ଦଳ ଅଧିନାୟକ ପଦ ଛାଡ଼ିବେ କୋହଲି

author img

By

Published : Sep 16, 2021, 6:15 PM IST

Updated : Sep 16, 2021, 7:08 PM IST

ନୂଆଦିଲ୍ଲୀ: ବିଶ୍ବକପ ପରେ ଟି-୨୦ ଦଳର ଅଧିନାୟକ ପଦରୁ ଓହରିଯିବେ ବିରାଟ କୋହଲି ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ କୋହଲି ଅଧିନାୟକ ପଦ ଛାଡ଼ିବା ନେଇ ଆଲୋଚନା ହେଉଥିଲା । ତେବେ କେବଳ ଟି-୨୦ ଦଳର ଅଧିନାୟକ ପଦ ଛାଡି଼ବେ ବୋଲି ସ୍ପଷ୍ଟ କରିଛନ୍ତି ବିରାଟ କୋହଲି ।

କେଉଁ କାରଣରୁ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ ତାହାକୁ ନେଇ ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "ମୁଁ ନିଜକୁ ଭାଗ୍ୟବାନ ମଣୁଛି ଯେ, ମୁଁ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଛି । ଏହାସହ ଦଳର ଅଧିନାୟକ ଦାୟିତ୍ବ ଦେଇଥିବାରୁ ମୁଁ ସଭିଁଙ୍କୁ ଧନ୍ୟବାଦ ଦେଉଛି । ଏଥିପାଇଁ ମୁଁ ମୋର ଟିମ୍‌ମେଟ୍‌ ସପୋର୍ଟ ଷ୍ଟାଫ, ସଲେକ୍ସନ କମିଟିକୁ ଧନ୍ୟବାଦ ଦେଉଛି । କିନ୍ତୁ ଗତ ୮ରୁ ୯ ବର୍ଷ ହେଲା ତିନିଟି ଫର୍ମାଟ ଖେଳିବା ସହ ଅଧିନାୟକ ଦାୟିତ୍ବ ତୁଲାଇବା ମୋ ପକ୍ଷରେ ସମ୍ଭବ ହେଉନାହିଁ । ଏହାଦ୍ବାରା ମୁଁ ମୋ ନିଜକୁ ସମୟ ଦେଇ ପାରୁନାହିଁ । ଟି-୨୦ ଦଳର ଅଧିନାୟକ ଥିବା ବେଳେ ମୋ ପକ୍ଷରେ ଯାହା ସମ୍ଭବ ତାହା ମୁଁ ଟିମ୍‌କୁ ଦେଇଛି । କିନ୍ତୁ ଆଗକୁ ଟି-୨୦ ଦଳରେ କେବଳ ବ୍ୟାଟସମ୍ୟାନ ଭାବରେ ହିଁ ରହିବି । ଏହି ନିଷ୍ପତ୍ତି ନେବାପୂର୍ବରୁ ମୁଁ ବହୁ ଚିନ୍ତା କରିଛି ଓ ଅନେକଙ୍କ ସହ ଆଲୋଚନା କରିଛି । ଆଗାମୀ ଟି-୨୦ ବିଶ୍ବକପ୍‌ପରେ ମୁଁ ଟି-୨୦ ଅଧିନାୟକ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ମୁଁ ବିସିସିଆଇ ସଚିବ ଜୟ ଶାହ ଓ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅବଗତ କରାଇଛି । ଭାରତୀୟ ଦଳ ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ।"

ବିଶ୍ବକପ ପରେ ଟି-୨୦ ଦଳରେ କେବଳ ଜଣେ ବ୍ୟାଟସ୍‌ମ୍ୟାନ ଭାବେ ଦଳରେ ରହିବେ ବୋଲି କହିଛନ୍ତି ବିରାଟ କୋହଲି । କୋହଲିଙ୍କ ଅଧିନାୟକତ୍ବରେ ଭାରତ ଏଯାଏଁ ଗୋଟିଏ ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇ ପାରିନାହିଁ । ଏହାସହ କୋହଲିଙ୍କ ବ୍ୟାଟରୁ ଗତ ଦେଢ଼ ବର୍ଷ ହେଲା ଗୋଟିଏ ମଧ୍ୟ ଶତକ ଦେଖିବାକୁ ମିଳିନାହିଁ । ଏଥିପାଇଁ ସେ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2021, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.