ମୋହାଲି(ପଞ୍ଜାବ): ଷ୍ଟାର ଭାରତୀୟ ବ୍ୟାଟ୍ର ବିରାଟ କୋହଲି ନିଜର ଐତିହାସିକ ୧୦୦ତମ ଟେଷ୍ଟ ମ୍ୟାଚ୍ରେ ଆଉ ଏକ ବିରଳ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଷଷ୍ଠ ଭାରତୀୟ ବ୍ୟାଟ୍ର ଭାବେ ଭାରତ ପାଇଁ ୮୦୦୦ ଟେଷ୍ଟ ରନ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି କୋହଲି । PCA IS ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ନିଆରା ଉପଲବ୍ଧି ହାସଲ କରିଛନ୍ତି ।
-
.@imVkohli breaches another milestone on his momentous day.
— BCCI (@BCCI) March 4, 2022 " class="align-text-top noRightClick twitterSection" data="
8000 and counting runs in whites for him 👏👏#VK100 @Paytm #INDvSL pic.twitter.com/EDZz9kPZwy
">.@imVkohli breaches another milestone on his momentous day.
— BCCI (@BCCI) March 4, 2022
8000 and counting runs in whites for him 👏👏#VK100 @Paytm #INDvSL pic.twitter.com/EDZz9kPZwy.@imVkohli breaches another milestone on his momentous day.
— BCCI (@BCCI) March 4, 2022
8000 and counting runs in whites for him 👏👏#VK100 @Paytm #INDvSL pic.twitter.com/EDZz9kPZwy
ଏହାମଧ୍ୟ ପଢନ୍ତୁ: IND VS SL: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଲଞ୍ଚ ବ୍ରେକ ସୁଦ୍ଧା ୨ ୱିକେଟରେ ୧୦୯ ରନ
ଭାରତ ପାଇଁ ୮୦୦୦ରୁ ଅଧିକ ଟେଷ୍ଟ ରନ୍ ସଂଗ୍ରହ କରିସ୍ମା କରିବାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର(୧୫,୯୨୧) ରନ୍, ରାହୁଲ ଦ୍ରାବିଡ(୧୩,୨୮୮), ସୁନୀଲ ଗାଭାସ୍କର(୧୦,୧୨୨), ଭିଭିଏସ ଲକ୍ଷ୍ମଣ(୮,୭୮୧) ଓ ବିରେନ୍ଦ୍ର ସେହ୍ବାଗଙ୍କ(୮,୫୮୬) କ୍ଳବ୍ରେ ସାମିଲ ହୋଇଛନ୍ତି ବିରାଟ କୋହଲି ।
କ୍ରିକେଟର ଲମ୍ବା ଫର୍ମାଟରେ ବିରାଟ କୋହଲି କ୍ୟାରିୟରରେ ଏଯାବତ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକୀୟ ଇଂନିସ ସହ ୮,୦୦୦ ରନ୍ ପୂରଣ କରିଛନ୍ତି । ଅପରାଜିତ ୨୫୪ ରନ୍ କୋହଲିଙ୍କ ସର୍ବଶ୍ରେଷ୍ଠ ଟେଷ୍ଟ ସ୍କୋର ରହିଛି ।
ANI