ETV Bharat / sports

Vijay Hazare: ଚାରି ଦିନରେ ଭେଙ୍କଟସ ଆୟରଙ୍କ ଦ୍ବିତୀୟ ଶତକୀୟ ଇଂନିସ - ଟିମ ଇଣ୍ଡିଆ ସ୍କ୍ବାଡ୍‌ରେ ଭେଙ୍କଟସ ଆୟର

ଦମଦାର ଫର୍ମରେ ଥିବା ମଧ୍ୟପ୍ରଦେଶ ବ୍ୟାଟ୍‌ର ଭେଙ୍କଟସ ଆୟର(Venkatesh Iyer)ଙ୍କ ବ୍ୟାଟ୍‌ରୁ ରନ ବର୍ଷା । ରବିବାର ପୁଣି ଏକ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି ଭେଙ୍କଟସ । ଅଧିକ ପଢନ୍ତୁ

Vijay Hazare: Venkatesh Iyer hits 2nd ton in four days, set to be picked for SA ODIs
Vijay Hazare: ଚାରି ଦିନରେ ଭେଙ୍କଟସ ଆୟରଙ୍କ ଦ୍ବିତୀୟ ଶତକୀୟ ଇଂନିସ
author img

By

Published : Dec 12, 2021, 7:49 PM IST

ନୂଆଦିଲ୍ଲୀ: ଦମଦାର ଫର୍ମରେ ଥିବା ମଧ୍ୟପ୍ରଦେଶ ବ୍ୟାଟ୍‌ର ଭେଙ୍କଟସ ଆୟରଙ୍କ ବ୍ୟାଟ୍‌ରୁ ରନ ବର୍ଷା । ରବିବାର ପୁଣି ଏକ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି ଭେଙ୍କଟସ । ଫଳରେ ଚଳିତ ବିଜୟ ହଜାରେ ଟ୍ରଫି(Vijay Hazare Trophy) ୨୦୨୧-୨୨ ଟୁର୍ନାମେଣ୍ଟରେ ମାତ୍ର ୪ ଦିନ ମଧ୍ୟରେ ଏହା ଆୟରଙ୍କ ଦ୍ବିତୀୟ ଶତକ ହୋଇଛି ।

ଆଗାମୀ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ (ODI) ସିରିଜ ପାଇଁ ଭାରତୀୟ ଟିମ ଘୋଷଣା ହେବ । ଏହି ପ୍ରଦର୍ଶନ ସହ ଭେଙ୍କଟସ ଆୟର ଚୟନକର୍ତ୍ତାଙ୍କୁ ଟିମରେ ସ୍ଥାନ ପାଇଁ ବାଧ୍ୟ କରିଛନ୍ତି ।

୨୬ ବର୍ଷୀୟ ଆୟର ରବିବାର ରାଜକୋଟ୍‌ରେ ଖେଳାଯାଇଥିବା ଚଣ୍ଡିଗଡ ବିପକ୍ଷ ମ୍ୟାଚ୍‌ରେ ୧୧୩ ବଲ୍‌ରୁ ୧୫୧ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି । ଏହି ଇଂନିସରେ ସେ ୧୦ଟି ଛକା ଓ ୮ଟି ଚୌକା ଲଗାଇଛନ୍ତି । ଏଥିସହ ଟୁର୍ନାମେଣ୍ଟରେ ୪ଟି ଇଂନିସରେ ୩୪୮ ରନ୍‌ ସଂଗ୍ରହ କରିସାରିଛନ୍ତି ଆୟର । ଉତ୍ତରାଖଣ୍ଡ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ମଧ୍ୟ ୪୯ବଲ୍‌ରୁ ୭୧ ରନ୍‌ର ଇଂନିସ ସହ ବୋଲିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୱିକେଟ ହାତେଇଥିଲେ । ସେହିପରି କେରଳ ବିପକ୍ଷରେ ୮୪ ବଲ୍‌ରୁ ୧୧୨ ରନ୍‌ର ଇଂନିସ ସହ ବୋଲିଂରେ ୩/୫୫ ପ୍ରଦର୍ଶନ କରିଥିଲେ ।

ଆୟରଙ୍କ ବ୍ୟତୀତ ଆଇପିଏଲ ୨୦୨୧ର ଅରେଞ୍ଜ କ୍ୟାପ୍‌ ବିଜେତା ମହାରାଷ୍ଟ୍ରର ଋତୁରାଜ ଗାଏକ୍ବାଡ୍‌ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇବାକୁ ଦାବିଦାର ଅଛନ୍ତି । ଚଳିତ ବିଜୟ ହଜାରେ ଟୁର୍ନାମେଣ୍ଟରେ ୬୩୫ ରନ୍‌ ସଂଗ୍ରହ କରିସାରିଥିବାବେଳେ ୩ଟି ଶତକୀୟ ଇଂନିସ ଖେଳିସାରିଛନ୍ତି ଗାଏକ୍ବାଡ୍‌ ।

ଏହାମଧ୍ୟ ପଢନ୍ତୁ: ଆଜି ମୁମ୍ବାଇ ପହଞ୍ଚିପାରେ ଟିମ ଇଣ୍ଡିଆ, ଡିସେମ୍ବର ୧୬ରୁ ଦକ୍ଷିଣ ଆଫ୍ରିକା ଯାତ୍ରା

ବିରାଟ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ BCCI ଦିନିକିଆ ଫର୍ମାଟର ନୂଆ କ୍ୟାପଟେନ ଭାର ପ୍ରଦାନ କରିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ ଘୋଷଣାକୁ ଅପେକ୍ଷା ରହିଛି । ପ୍ରଭାବୀ ପ୍ରଦର୍ଶନ ଦ୍ବାରା ଉଭୟ ଗାଏକ୍ବାଡ ଓ ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସ୍କ୍ବାଡ୍‌ରେ ସ୍ଥାନ ପାଇବାକୁ ଦାବିଦାର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.