ETV Bharat / sports

Vijay Hazare Trophy: ହ୍ୟାଟ୍ରିକ ବିଜୟ ସହ ଟେବୁଲ ଟପର ଓଡିଶା - ବିଜୟ ହଜାରେ ଓଡିଶା ହ୍ୟାଟ୍ରିକ୍‌ ବିଜୟ

କ୍ୟାପଟେନ ଶୁଭ୍ରାଂଶୁ ସେନାପତିଙ୍କ ଦମଦାର ଅପରାଜିତ ୭୧ ରନ୍‌, ଓ ଅଭିଶେକ ରାଉତଙ୍କ ୫ ୱିକେଟ ବଳରେ ବିଦର୍ଭ (vidarbha)କୁ ୬ ୱିକେଟରେ ହରାଇଲା ଟିମ ଓଡିଶା । ଆନ୍ଧ୍ର, ଗୁଜୁରାଟ ପରେ ଓଡିଶାର ବିଦର୍ଭ ବିଜୟ । ଅଧିକ ପଢନ୍ତୁ

Vijay Hazare Trophy: odisha beat vidarbha by 6 wickets
Vijay Hazare Trophy: ହ୍ୟାଟ୍ରିକ୍‌ ବିଜୟ ପରେ ଟେବୁଲ ଟପର ଓଡିଶା
author img

By

Published : Dec 11, 2021, 5:42 PM IST

ଥାନେ(ମୁମ୍ବାଇ): ଚଳିତ ବିଜୟ ହଜାରେ ଟ୍ରଫି (Vijay Hazare Trophy) ରେ ଟିମ ଓଡିଶାର ଦମଦାର ପ୍ରଦର୍ଶନ । ଆନ୍ଧ୍ର, ଗୁଜୁରାଟ ପରେ ଶନିବାର ବିଦର୍ଭକୁ ହରାଇ ଟୁର୍ନାମେଣ୍ଟରେ ଏଯାବତ ଅପରାଜେୟ ରହିଛି ଓଡିଶା । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଟିମ୍‌ର ବିଜୟ ଧାରା ଜାରି ରହିଛି । ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି । ଫଳରେ ଏଲିଟ ଗ୍ରୁପ ଏ'ରେ ଥିବା ଟିମ ଓଡିଶା ୩ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ରହିଛି ।

ଶନିବାର ଥାନେର ଦାଦୋଜୀ କୋନ୍ଦେବ ଷ୍ଟାଡିୟମରେ ବିଦର୍ଭକୁ ୬ ୱିକେଟରେ ହରାଇଛି ଓଡିଶା । ଏହି ମ୍ୟାଚ୍‌ରେ ଓଡିଶା ବୋଲରଙ୍କ ଘାତକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅଭିଶେକ ରାଉତ ବିଦର୍ଭ ବ୍ୟାଟିଂକ୍ରମକୁ ଧ୍ବସ୍ତ କରିବା ସହ ସର୍ବାଧିକ ୫ଟି ୱିକେଟ ହାତେଇଥିଲେ ।

ଫଳରେ ସଂପୂର୍ଣ୍ଣ ୫୦ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ବିଦର୍ଭ । ଦେବବ୍ରତ ପ୍ରଧାନ ୩ଟି ୱିକେଟ, ଆଶିଷ ରାଏ ଓ ଜୟନ୍ତ ବେହେରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଓଡିଶା ବୋଲରଙ୍କୁ ସାମ୍ନା ନ କରିପାରି ମାତ୍ର ୧୪୮ ରନ୍‌ରେ ୪୨.୪ ଓଭରରେ ଅଲଆଉଟ୍‌ ହୋଇଯାଇଥିଲା ବିଦର୍ଭ ଟିମ ।

ଏହାପରେ ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଓଡିଶା ୪୨ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା । କ୍ୟାପଟେନ ଶ୍ରୁଭାଂଶୁ ସେନାପତି ୭୧ ରନ୍‌ର ଅପରାଜିତ ଅଧିନାୟକତ୍ବ ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ । ଓପନର ଅନୁରାଗ ଷଡଙ୍ଗୀ ୫୨ ଓ ଗୋବିନ୍ଦ ପୋଦ୍ଦାର ୧୩ ରନ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.