ETV Bharat / sports

କ୍ରିକେଟ୍‌ ମୈଦାନ ଛାଡ଼ି ରାଜନୀତି ମୈଦାନରୁ ଲଢ଼ିବେ ଶାକିବ୍‌ ! ଆୱାମୀ ଲିଗ୍‌ରୁ ମିଳିଲା ସବୁଜ ସଙ୍କେତ - ରାଜନୀତି ମୈଦାନରୁ ଲଢ଼ିବେ ଶାକିବ୍‌

ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ଶାକିବ୍‌ ଅଲ୍‌ ହାସନ୍‌ ଏବେ କ୍ରିକେଟ୍‌ ମୈଦାନ ଛାଡ଼ି ରାଜନୀତି ମୈଦାନରୁ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବାଂଲାଦେଶରେ କ୍ଷମତାସୀନ ଆୱାମୀ ଲିଗ୍‌ ଦଳ ଟିକେଟ୍‌ରେ ସେ ନିଜ ଘରୋଇ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

କ୍ରିକେଟ୍‌ ମୈଦାନ ଛାଡ଼ି ରାଜନୀତି ମୈଦାନରୁ ଲଢ଼ିବେ ଶାକିବ୍‌ !

author img

By ETV Bharat Odisha Team

Published : Nov 27, 2023, 11:05 PM IST

ଢାକା: ଭାରତରେ ସେଲିବ୍ରିଟି ରାଜନୀତିକୁ ପ୍ରବେଶ କରିବା କିଛି ନୂଆ କଥା ନୁହେଁ । ଅନେକ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ସଫଳ ହୋଇଛନ୍ତି ଓ କିଛି ନିର୍ବାଚନରେ ବିଫଳ ହୋଇ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । କ୍ରୀଡ଼ା କ୍ଷେତ୍ରରୁ ମଧ୍ୟ ଅନେକ ରାଜନୀତିରେ ପ୍ରବେଶ କରି ସଫଳ ହୋଇଛନ୍ତି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ହୁଅନ୍ତୁ ବା ମହମ୍ମଦ ଆଝାରୁଦ୍ଦିନ, ସମସ୍ତେ କ୍ରିକେଟ୍‌ ମୈଦାନରୁ ଯାଇ ଏବେ ରାଜନୀତି ମୈଦାନରେ । ସେହିଭଳି ବାଂଲାଦେଶର ଜଣେ ବରିଷ୍ଠ କ୍ରିକେଟର ଏବେ ରାଜନୀତିରେ ପ୍ରବେଶ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଏହି କ୍ରିକେଟର ଜଣକ ହେଉଛନ୍ତି ଖୋଦ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ନିୟମିତ ଅଧିନାୟକ ଶାକିବ ଅଲ୍‌ ହାସନ୍‌ । ଦେଶରେ କ୍ଷମତାସୀନ ଆୱାମୀ ଲିଗ୍‌ର ଯୁଗ୍ମ ସମ୍ପାଦକ ଏଭଳି ଏକ ବୟାନ ଦେବାପରେ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାଂଲାଦେଶ କ୍ରିକେଟ୍‌ ଦଳର ନିୟମିତ ଅଧିନାୟକ ଥିବା ଷ୍ଟାର ଅଲରାଉଣ୍ଡର ଶାକିବ୍‌ ଅଲ୍‌ ହାସନ୍‌ ନିଜ ଦେଶରେ କ୍ଷମତାସୀନ ଆୱାମୀ ଲିଗ୍‌ରୁ ଦେଶର ଦ୍ବାଦଶ ସଂସଦୀୟ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରିପୋର୍ଟକୁ ବିଶ୍ବାସ କଲେ ସେ ମଗୁରା ୧ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଏକ ପ୍ରକାର ସ୍ଥିର କରିଛନ୍ତି । ଆସନ୍ତା ଜାନୁଆରୀ ୭ ତାରିଖରେ ଏଠାରେ ଭୋଟଗ୍ରହଣ ହେବ । କିନ୍ତୁ ଯଦି ସେ ନିର୍ବାଚନ ଲଢିବାକୁ ଚାହାନ୍ତି, ଏହାରି ଭିତରେ କ୍ରିକେଟ୍ ଡ୍ୟୁଟି ମଧ୍ୟ ଆସିବ । କାରଣ ୨୮ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ବାଂଲାଦେଶ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହାପରେ ୧୧ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତ କରିବ ବାଂଲା ଦଳ । ଏପରି ସ୍ଥିତିରେ ଶାକିବ୍‌ ଅଲ୍‌ ହାସନ୍‌ ଯଦି ନିର୍ବାଚନ ଲଢ଼ନ୍ତି, ତେବେ ସେ ନିର୍ବାଚନ ପ୍ରଚାର ଛାଡି ଦଳ ସହ କିଭଳି ନ୍ୟୁଜିଲାଣ୍ଡ ଗସ୍ତ କରିବେ, ସେନେଇ ଦ୍ବନ୍ଦ୍ବ ଉପୁଜିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଶେଷ ମ୍ୟାଚରୁ ବାଦ ପଡ଼ିଲେ ଶାକିବ, ଜାଣନ୍ତୁ କାହାକୁ ମିଳିଲା ନେତୃତ୍

ପ୍ରକାଶ ଯୋଗ୍ୟ, ଭାରତରେ ଆୟୋଜିତ ବିଶ୍ବକପ୍‌ ୨୦୨୩ରେ ବାଂଲାଦେଶ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା । ଲିଗ୍‌ ପର୍ଯ୍ୟାୟରେ ୯ ମ୍ୟାଚ୍‌ ଖେଳି କେବଳ ୨ଟି ମ୍ୟାଚ୍‌ ଜିତିଥିଲା ଦଳ । ସୌଭାଗ୍ୟବଶତଃ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିବାରୁ ୨୦୨୫ରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିପାରିଥିଲା ବାଂଲାଦେଶ । ଦଳର ଅଧିନାୟକ ଶାକିବ ଅଲ୍ ହାସନ୍‌ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ । ଏହି ଷ୍ଟାର ଅଲରାଉଣ୍ଡର ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ଲପ୍‌ ହୋଇଥିଲେ । ଏହି ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇ ସ୍ବଦେଶ ଫେରିଥିଲେ । ଶେଷ ମ୍ୟାଚ୍‌ ଶାକିବ ଖେଳି ନପାରିବାରୁ ଉପଅଧିନାୟକ ଶାଣ୍ଟୋ ଦଳର ନେତୃତ୍ବ ନେଇଥିଲେ । ଏବେ ସେ ଆହତରୁ ଧୀରେ ଧୀରେ ସୁସ୍ଥ ହେଉଥିଲେ ମଧ୍ୟ ପୁଣି କେବେ ଖେଳକୁ ଫେରିବେ ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.