ETV Bharat / sports

Asia Cup 2023: ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ', ବର୍ଷିଲେ ପୂର୍ବତନ କ୍ରିକେଟର

author img

By ETV Bharat Odisha Team

Published : Sep 9, 2023, 9:52 PM IST

ଏସିଆ କପ୍‌ ୨୦୨୩ରେ ବର୍ତ୍ତମାନ ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ ଜାରି ରହିଥିବାବେଳେ ରବିବାର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚ୍‌ରେ ପୂର୍ବଥର ଭଳି ବର୍ଷା ବାଧକ ସାଜିଲେ ଏହି ମ୍ୟାଚ୍‌ ପାଇଁ ଏକ ରିଜର୍ଭ ଡେ' ରଖିଛି ଏସିସି । ଯାହାକୁ ନେଇ ଏସିସିକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ । ଅଧିକ ପଢ଼ନ୍ତୁ...

ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ'କୁ ନେଇ ବର୍ଷିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଜାରି ରହିଥିବା ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟରେ ରବିବାର ପୁଣିଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଏହା ପୂର୍ବରୁ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଥିଲା ଏସୀୟ କ୍ରିକେଟ ପରିଷଦ (ଏସିସି) । ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଭଳି ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ ଧୋଇନଯିବା ପାଇଁ ସ୍ବତନ୍ତ୍ର ରିଜର୍ଭ ଡେ' ଘୋଷଣା କରିଛି ଏସିସି । ହେଲେ କେବଳ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ଏଭଳି ରିଜର୍ଭ ଡେ' ରଖିବାକୁ ନେଇ ଏସିସିକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏଥିରେ ବାଂଲାଦେଶ ଓ ଶ୍ରୀଲଙ୍କା କ୍ରିକେଟ୍ ଦଳ ଅସନ୍ତୋଷ ଥିବା କୁହାଯାଉଥିଲା । ହେଲେ ଆଜି ଟ୍ବିଟ୍‌ କରି ସଫେଇ ଦେଇଛନ୍ତି ଉଭୟ ଦେଶର କ୍ରିକେଟ ବୋର୍ଡ ।

  • This doesn’t look good. Either the ticket partners are incompetent to handle the ticket and traffic or this is another eyewash in the name of releasing tickets. Hope there is a proper audit and identification of how the tickets are sold and to whom and what platform. Just cannot… https://t.co/CLVI8ofWpM

    — Venkatesh Prasad (@venkateshprasad) September 8, 2023 " class="align-text-top noRightClick twitterSection" data=" ">

ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ରିଜର୍ଭ ଡେ' ରଖାଯିବା ନିଷ୍ପତ୍ତିକୁ ନେଇ ଏସିସି ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ 'ଏକ୍ସ'ରେ ଟ୍ବିଟ୍ କରି ଏସିସି ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି, "ଏସିସିର ଏଭଳି ନିଷ୍ପତ୍ତି ଲଜ୍ଜାଜନକ । ଏସିଆ କପ୍‌ ଆୟୋଜକ ସମସ୍ତଙ୍କୁ ଉପହାସ କରିଛନ୍ତି ।" କେବଳ ଦୁଇ ଦଳଙ୍କ ପାଇଁ ଗୋଟିଏ ନିୟମ ଓ ଅନ୍ୟ ଦଳଙ୍କ ପାଇଁ ଭିନ୍ନ ନିୟମ ସହିତ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ଅନୈତିକ ବୋଲି ଭେଙ୍କଟେଶ ସିଧାସଳଖ ଲେଖିଛନ୍ତି ।

  • The reserve day for the India-Pakistan contest of the Super 11 Asia Cup Super 4 stage was taken in consultation with all four member boards of the Super 4 competing teams.

    Accordingly, the ACC effectively revised the playing conditions of the tournament to effect the agreed-upon…

    — Sri Lanka Cricket 🇱🇰 (@OfficialSLC) September 8, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Super-4: ଏଥର ବର୍ଷା ଧୋଇପାରିବନି ମ୍ୟାଚ୍‌, ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରଖିଲା ଏସିସି

ସେପଟେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟ୍ବିଟ୍ କରି ଲେଖିଛି "ସୁପର-୪ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ରିଜର୍ଭ ଡେ' ରଖାଯିବା ନିଷ୍ପତ୍ତି ସମସ୍ତ ବୋର୍ଡଙ୍କ ପରାମର୍ଶ ପରେ ନିଆଯାଇଛି । ସମସ୍ତ ମଞ୍ଜୁରୀ ପରେ ଖେଳ ସୂଚୀରେ ଏହି ସଂଶୋଧନ କରିଛି ଏସିସି ।" ସେହିଭଳି ବାଂଲାଦେଶ କ୍ରିକେଟ୍ ବୋର୍ଡ ଏକ୍ସରେ ଟ୍ବିଟ୍ କରି ଲେଖିଛି, "ଏସିଆ କପ୍‌ ସୁପର-୪ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ଗୋଟିଏ ରିଜର୍ଭ ଡେ' ରଖାଯାଇଛି । ସୁପର-୪ରେ ପହଞ୍ଚିଥିବା ସମସ୍ତ ୪ଟି ଦଳର ସହମତିକ୍ରମେ ଏସିସି ଏହି ନିଷ୍ପତ୍ତି ନେଇଛି ।"

  • A reserve day for India Pakistan contest in Super 11 Asia Cup Super 4 stage has been added that effectively revised the Asia Cup playing condition. To clarify on the position, the decision was taken with the consent of all four participating teams and ACC.

    — Bangladesh Cricket (@BCBtigers) September 8, 2023 " class="align-text-top noRightClick twitterSection" data=" ">

ସେପଟେ ଏହି ବୋର୍ଡମାନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଭେଙ୍କଟେଶ । ସେମାନଙ୍କ ଏହି ଟ୍ବିଟ୍‌ରେ ରିପ୍ଲାଇ ଦେଇ ସେମାନଙ୍କ ଉପରେ କଣ ଚାପ ରହିଛି ବୋଲି ପଚାରିଛନ୍ତି ଭେଙ୍କଟେଶ । ଯଦି ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଧୋଇଯାଏ, ତେବେ ଫାଇନାଲରେ ପ୍ରବେଶ କରିବାକୁ ଏହି ଦଳ ଗୁଡ଼ିକର ମଧ୍ୟ ସୁଯୋଗ ରହିଛି । ଏହା ସତ୍ତ୍ବେ ପକ୍ଷପାତ ନିଷ୍ପତ୍ତିକୁ କଣ ପାଇଁ ଏମାନେ ସହମତି ଜଣାଇଲେ ବୋଲି ଭେଙ୍କଟେଶ ପ୍ରଶ୍ନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.