ETV Bharat / sports

କ୍ରିକେଟର ସୁମିତ ଜୁଏଲଙ୍କୁ 10 ବର୍ଷ ଜେଲ, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Sep 13, 2023, 12:30 PM IST

ଉତ୍ତରାଖଣ୍ଡର ଯୁବ କ୍ରିକେଟର ସୁମିତ ଜୁଏଲଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟଳାୟ ସୁମିତଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

cricketer sumit juyal sentenced jail
କ୍ରିକେଟର ସୁମିତ ଜୁଏଲଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ

ଡେରାଡୁନ: କ୍ରିକେଟରଙ୍କୁ ଜେଲ ଦଣ୍ଡାଦେଶ । ଯୁବତୀ ଜୀବନ ହାରିବା ଘଟଣାରେ ଉତ୍ତରାଖଣ୍ଡର ଯୁବ କ୍ରିକେଟର ସୁମିତ ଜୁଏଲଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟ ଯୁବତୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଉତ୍ତରାଖଣ୍ଡ କ୍ରିକେଟର ସୁମିତ ଜୁଏଲଙ୍କୁ ଦୋଷୀ ସାବସ୍ତ୍ୟ କରିଛନ୍ତି । ସୁମିତଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହା ସହିତ ସୁମିତଙ୍କୁ 10 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ।

6ବର୍ଷ ପୂର୍ବେ କିଶୋରୀ ଜୀବନ ହାରିଥିଲେ: 2017 ମସିହା ଡିସେମ୍ବର 9 ତାରିଖରେ କିଶୋରୀ ଜଣଙ୍କ ତାଙ୍କ ଘରେ ଜୀବନ ହାରିଥିଲେ । ଡିସେମ୍ବର 15 ତାରିଖରେ ଯୁବତୀ ପରିବାର ଥାନାରେ ଅଭିଯୋଗ କରିଥିଲେ । ଯୁବତୀଜଣଙ୍କ ଶେଷ ଥର ପାଇଁ କ୍ରିକେଟର ସୁମିତ ଜୁଏଲଙ୍କ ସହ ଫୋନରେ ଚାର୍ଟ କରିଥିବା ଜଣାପଡିଥିଲା । ଉକ୍ତ ଚାର୍ଟରେ ଲେଖାଥିଲା ''ତୁମେ କେବେ ବଦଳିବ ନାହିଁ ବାଏ ।'' ଯୁବତୀ ଜଣଙ୍କ ସୁମିତଙ୍କୁ ଏହି ମେସେଜ ଲେଖିଥିଲେ । ଏହା ଛଡା ଯୁବତୀ ଜଣଙ୍କ ତାଙ୍କ ଡାଏରୀରେ ସୁମିତଙ୍କ ବିଷୟରେ ଲେଖିଥିଲେ । ଏହି ଘଟଣାରେ ସୁମିତଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

ସୁମିତ ଉତ୍ତରାଖଣ୍ଡର ସିନିୟର କ୍ରିକେଟ ଟମ୍ ଖେଳାଳି ଥିଲେ । ସୁମିତ କିଶୋରୀଜଣଙ୍କୁ ଖେଳ ପାଇଁ ବିଭିନ୍ନ ସ୍ଥାନକୁ ନେବାକୁ ମିଛି କହି ସହର ବାହାରକୁ ନେଉଥିଲେ । ସେଠାରେ ତାଙ୍କୁ ନିର୍ଯାତନା ଦେଉଥିଲେ । କିଶୋରୀଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିଲେ । ପୋଲିସ ପ୍ରାଥମିକ ତଦନ୍ତ ଆଧାରରୁ ସୁମିତ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା । ପରେ ସୁମିତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । 10 ସାକ୍ଷୀଙ୍କ ପ୍ରମାଣ ଆଧାରରେ କୋର୍ଟ ସୁମିତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । 10 ବର୍ଷ ଜେଲ ଦଣ୍ଡାଦେଶ 10 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ...ମହିଳା ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ମାମଲା, ସ୍ପେନ ଫୁଟବଲ ମୁଖ୍ୟ ଲୁଇସଙ୍କ ଇସ୍ତଫା

ସୁମିତ ଉତ୍ତରାଖଣ୍ଡ କ୍ରିକେଟର ଜଣେ ଭଳ ଖେଳାଳି ଥିଲେ । ସେ ମଧ୍ୟ ଦ୍ରୁତ ବୋଲର ଥିଲେ । ସେ ସିନିୟର ଟିମର ସଦସ୍ୟ ଥିଲେ । ଉତ୍ତରାଖଣ୍ଡ ଅଣ୍ଡର 19 କ୍ରିକେଟ ଟିମ ଚୟନରେ ଭୁଲ ବୟସ ଦର୍ଶାଇବା ନେଇ ସୁମିତଙ୍କ ଉପରେ ବିସିସିଆଇ ଦୁଇବର୍ଷ ପ୍ରତିବନ୍ଧ ଲଗାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.