ETV Bharat / sports

ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ବପୂର୍ଣ୍ଣ: ବାବୁମା - T20 World Cup news

2021 ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଏହି ଟୁର୍ଣ୍ଣାମେଣ୍ଟ ଦ୍ବାରା ଦକ୍ଷିଣ ଆଫ୍ରିକାରେ କ୍ରିକେଟ ପୁନଃ ଲୋକପ୍ରିୟ ହୋଇ ପାରିବ ବୋଲି ଆଶା କରିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଟେମ୍ବା ବାବୁମା । ଅଧିକ ପଢ଼ନ୍ତୁ...

ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ବପୂର୍ଣ୍ଣ: ବାବୁମା

author img

By

Published : Aug 22, 2021, 3:59 PM IST

ଦୁବାଇ: "ଆଗାମୀ ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ଦଳ ଓ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ।" ଏକ ସାକ୍ଷାତକାରରେ ଏହା କହିଛନ୍ତି ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାବୁମା । ବର୍ତ୍ତମାନ ସୁଦ୍ଧା ଆଇସିସି ଟି-୨୦ ବିଶ୍ବକପ ଇତିହାସରେ କେବେ ସେମିଫାଇନାଲରେ ପହଞ୍ଚି ପାରିନାହିଁ ଦକ୍ଷିଣ ଆଫ୍ରିକା । କେବଳ ଟି-୨୦ ନୁହେଁ ଦିନିକିଆ ବିଶ୍ବକପରେ ମଧ୍ୟ ଦକ୍ଷିଣ ଆଫ୍ରିକା କେବେ ସେମିଫାଇନାଲ ଖେଳିନାହିଁ ।

ତେବେ ଏହାକୁ ବର୍ତ୍ତମାନ ଅଧିନାୟକ ଦାୟିତ୍ବରେ ଥିବା ଟେମ୍ବା ବାବୁମା କହିଛନ୍ତି ଯେ, "2021 ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଏହି ଟୁର୍ଣ୍ଣାମେଣ୍ଟ ଦ୍ବାରା ଦକ୍ଷିଣ ଆଫ୍ରିକାରେ କ୍ରିକେଟ ପୁନଃ ଲୋକପ୍ରିୟ ହୋଇ ପାରିବ । ଦଳ ପାଖରେ ବିଶ୍ବକପ ଟାଇଟଲ ଜିତିବାର ଏକ ସୁଯୋଗ ଅଛି ।"

ସୁପର 12 ମ୍ୟାଚ ପାଇଁ ଗ୍ରୁପ -1ରେ ରହିଛି ଦକ୍ଷିଣ ଆଫ୍ରିକା ଦଳ । ତେବେ ସେମିଫାଇନାଲ ଖେଳିବାକୁ ଦଳକୁ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଭଳି ଦଳକୁ ମାତ ଦେବାକୁ ହେବ । ଆଇସିସିର କୌଣସି ସିନିଅର ଇଭେଣ୍ଟରେ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରି ପାରିନାହିଁ । ପୂର୍ବଭଳି ଦକ୍ଷିଣ ଆଫ୍ରିକା ଦଳରେ ସେଭଳି ଦମ୍ ଦେଖିବାକୁ ମିଳୁନାହିଁ ।

ଦକ୍ଷିଣ ଆଫ୍ରିକା ଚଳିତ ସିଜିନ ଆରମ୍ଭରୁ ପାକିସ୍ତାନ ଠାରୁ ୨-୧ରେ ଟି-୨୦ ସିରିଜ ହାରିଥିଲା । ଏହାପରେ ପୁନଃ ଗତ ଏପ୍ରିଲ ମାସରେ ଘରୋଇ ପଡ଼ିଆରେ ପାକିସ୍ତାନଠାରୁ ୩-୧ରେ ଟି-୨୦ ସିରିଜ ପରାଜିତ ହୋଇଥିଲା । ତେବେ ଗତ ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରି ୩-୨ରେ ସିରିଜ୍ ବିଜୟୀ ହୋଇଥିଲା । ଏହାପରେ ଆୟରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଦକ୍ଷିଣ ଆଫ୍ରିକା ୩-୦ରେ ସିରିଜ ବିଜୟୀ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.