ETV Bharat / sports

U-19 World Cup: ବିରାଟ ବିଜୟ ମନ୍ତ୍ରରେ ବିଶ୍ବବିଜୟୀ ବନିବ ଭାରତ

author img

By

Published : Feb 4, 2022, 4:43 PM IST

Updated : Feb 4, 2022, 5:13 PM IST

ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମ ବିଶ୍ବକପ ଫାଇନାଲରେ ପହଞ୍ଚିଛି । ଇଂଲଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ ଇଣ୍ଡିଆ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ୟଶ ଧୂଲଙ୍କ ୟଙ୍ଗ୍‌ ବ୍ରିଗେଡକୁ ପୂର୍ବତନ ଭାରତୀୟ କ୍ୟାପେଟନ୍‌ ବିରାଟ କୋହଲିଙ୍କ ଠାରୁ ମିଳିଛି ଖାସ୍‌ ଟିପ୍ସ । ଅଧିକ ପଢନ୍ତୁ

U-19 World Cup: Kohli interacts with India cricketers ahead of final
ବିରାଟ ବିଜୟ ମନ୍ତ୍ରରେ ବିଶ୍ବବିଜୟୀ ବନିବ ଭାରତ

ନୂଆଦିଲ୍ଲୀ: ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମ ବିଶ୍ବକପ ଫାଇନାଲରେ ପହଞ୍ଚିଛି । ଇଂଲଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ ଇଣ୍ଡିଆ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ୟଶ ଧୂଲଙ୍କ ୟଙ୍ଗ୍‌ ବ୍ରିଗେଡକୁ ମିଳିଛି ଖାସ୍‌ ଟିପ୍ସ । ପୂର୍ବତନ ଭାରତୀୟ କ୍ୟାପେଟନ୍‌ ବିରାଟ କୋହଲି ୧୯ବର୍ଷରୁ କମ ଭାରତୀୟ କ୍ରିକେଟରଙ୍କ ସହିତ କଥା ହୋଇ ବିଶ୍ବ ବିଜୟୀ ହେବାକୁ ବିଜୟ ମନ୍ତ୍ର ଦେଇଛନ୍ତି ।

ଗତ ଗୁରୁବାର ୟଶ ଧୂଲଙ୍କ ଟିମ ଆଣ୍ଟିଗୁଆର କୋଲିଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୩ଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା । ଶନିବାର ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ ।

Thank you @imVkohli bhaiya for always inspiring us to keep working hard. 🙏 @BCCI #U19CWC2022 #TeamIndia pic.twitter.com/UVlAeo57OM

— Aaradhya Yadav (@Aaradhyayadav_3) February 4, 2022

ଏହାମଧ୍ୟ ପଢନ୍ତୁ: ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

କୋହଲି ଭାରତୀୟ ଯୁବ କ୍ରିକେଟରଙ୍କ ସହ ଭର୍ଚୁଆଲ ବାର୍ତ୍ତାଳାପ କରିଛନ୍ତି । ଭାରତୀୟ ୧୯ ବର୍ଷରୁ କମ ଟିମର ଅଫସ୍ପିନର କୌଶନ ତାମ୍ବେ ନିଜ ଇନଷ୍ଟାଗ୍ରାମରେ କୋହଲିଙ୍କ ସହ ସେମାନଙ୍କର ଭର୍ଚୁଆଲ ବାର୍ତ୍ତାଳାପର ଫଟୋ ସେୟାର କରିଛନ୍ତି । କ୍ୟାପ୍ସନରେ ତାମ୍ବେ ଲେଖିଛନ୍ତି, ''ଫାଇନାଲ ମ୍ୟାଚ୍‌ ପୂର୍ବରୁ ମହାନ ଖେଳାଳିଙ୍କ ଠାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଟିପ୍ସ ।''("Some valuable tips from the GOAT ahead of the finals.") ସେହିପରି ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗରଗେକର ମଧ୍ୟ କୋହଲିଙ୍କ ସହିତ ଭର୍ଚୁଆଲ ବାର୍ତ୍ତାଳାପ ସମୟର ଫଟୋ ସେୟାର କରିଛନ୍ତି ।

ବର୍ଷ ୨୦୦୮ରେ କୋହଲିଙ୍କ ନେତୃତ୍ବରେ ୧୯ ବର୍ଷରୁ କମ ବିଶ୍ବକପ ଟାଇଟେଲ ବିଜେତା ହୋଇଥିଲା ଭାରତ । କୋହଲି ଏବେ ଅହମ୍ମଦାବାଦରେ ରହିଛନ୍ତି ଓ ଫେବୃଆରୀ ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ପାଇଁ ପ୍ରସ୍ତୁତି କରୁଛନ୍ତି ।

IANS

ନୂଆଦିଲ୍ଲୀ: ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମ ବିଶ୍ବକପ ଫାଇନାଲରେ ପହଞ୍ଚିଛି । ଇଂଲଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ ଇଣ୍ଡିଆ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ୟଶ ଧୂଲଙ୍କ ୟଙ୍ଗ୍‌ ବ୍ରିଗେଡକୁ ମିଳିଛି ଖାସ୍‌ ଟିପ୍ସ । ପୂର୍ବତନ ଭାରତୀୟ କ୍ୟାପେଟନ୍‌ ବିରାଟ କୋହଲି ୧୯ବର୍ଷରୁ କମ ଭାରତୀୟ କ୍ରିକେଟରଙ୍କ ସହିତ କଥା ହୋଇ ବିଶ୍ବ ବିଜୟୀ ହେବାକୁ ବିଜୟ ମନ୍ତ୍ର ଦେଇଛନ୍ତି ।

ଗତ ଗୁରୁବାର ୟଶ ଧୂଲଙ୍କ ଟିମ ଆଣ୍ଟିଗୁଆର କୋଲିଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୩ଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା । ଶନିବାର ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ ।

ଏହାମଧ୍ୟ ପଢନ୍ତୁ: ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

କୋହଲି ଭାରତୀୟ ଯୁବ କ୍ରିକେଟରଙ୍କ ସହ ଭର୍ଚୁଆଲ ବାର୍ତ୍ତାଳାପ କରିଛନ୍ତି । ଭାରତୀୟ ୧୯ ବର୍ଷରୁ କମ ଟିମର ଅଫସ୍ପିନର କୌଶନ ତାମ୍ବେ ନିଜ ଇନଷ୍ଟାଗ୍ରାମରେ କୋହଲିଙ୍କ ସହ ସେମାନଙ୍କର ଭର୍ଚୁଆଲ ବାର୍ତ୍ତାଳାପର ଫଟୋ ସେୟାର କରିଛନ୍ତି । କ୍ୟାପ୍ସନରେ ତାମ୍ବେ ଲେଖିଛନ୍ତି, ''ଫାଇନାଲ ମ୍ୟାଚ୍‌ ପୂର୍ବରୁ ମହାନ ଖେଳାଳିଙ୍କ ଠାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ଟିପ୍ସ ।''("Some valuable tips from the GOAT ahead of the finals.") ସେହିପରି ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗରଗେକର ମଧ୍ୟ କୋହଲିଙ୍କ ସହିତ ଭର୍ଚୁଆଲ ବାର୍ତ୍ତାଳାପ ସମୟର ଫଟୋ ସେୟାର କରିଛନ୍ତି ।

ବର୍ଷ ୨୦୦୮ରେ କୋହଲିଙ୍କ ନେତୃତ୍ବରେ ୧୯ ବର୍ଷରୁ କମ ବିଶ୍ବକପ ଟାଇଟେଲ ବିଜେତା ହୋଇଥିଲା ଭାରତ । କୋହଲି ଏବେ ଅହମ୍ମଦାବାଦରେ ରହିଛନ୍ତି ଓ ଫେବୃଆରୀ ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ପାଇଁ ପ୍ରସ୍ତୁତି କରୁଛନ୍ତି ।

IANS

Last Updated : Feb 4, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.