ଦୁବାଇ(ୟୁଏଇ): ଚଳିତ ଏସିଆ କପ୍ ୨୦୨୧ରେ ପାକିସ୍ତାନ ଠାରୁ ଭାରତ ପରାସ୍ତ । ଶନିବାର ICC ଏକାଡେମୀ ଗ୍ରାଉଣ୍ଡ ନମ୍ବର ୨ରେ ଖେଳାଯାଇଥିବା ମ୍ୟାଚ୍ରେ ମହମ୍ମଦ ସେହଜାଦଙ୍କ ୮୧ ରନ୍ର ଇଂନିସ ବଳରେ ୨ ୱିକେଟରେ ଟିମ ଇଣ୍ଡିଆକୁ ହରାଇଛି ପାକିସ୍ତାନ ।
-
Pakistan edge India in a last ball thriller.
— AsianCricketCouncil (@ACCMedia1) December 25, 2021 " class="align-text-top noRightClick twitterSection" data="
With 2 runs needed of the last ball, Ahmad Khan scores a boundary to take Pakistan home.
🇮🇳 - 237/10 in 49 overs
🇵🇰 - 240/8 in 50 overs#ACC #U19AsiaCup #INDVPAK pic.twitter.com/5woTybOf87
">Pakistan edge India in a last ball thriller.
— AsianCricketCouncil (@ACCMedia1) December 25, 2021
With 2 runs needed of the last ball, Ahmad Khan scores a boundary to take Pakistan home.
🇮🇳 - 237/10 in 49 overs
🇵🇰 - 240/8 in 50 overs#ACC #U19AsiaCup #INDVPAK pic.twitter.com/5woTybOf87Pakistan edge India in a last ball thriller.
— AsianCricketCouncil (@ACCMedia1) December 25, 2021
With 2 runs needed of the last ball, Ahmad Khan scores a boundary to take Pakistan home.
🇮🇳 - 237/10 in 49 overs
🇵🇰 - 240/8 in 50 overs#ACC #U19AsiaCup #INDVPAK pic.twitter.com/5woTybOf87
ଭାରତ ତା'ର ପରବର୍ତ୍ତୀ ମୁକାବିଲାରେ ସୋମବାର ଆଫଗାନିସ୍ତାନକୁ ଭେଟିବ ଅନ୍ୟପଟେ ପାକିସ୍ତାନ ସମାନ ଦିନ UAEକୁ ଭେଟିବ । ୨୩୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ଖାତା ଖୋଲିବା ପୂର୍ବରୁ ଅବଦୁଲ ୱାହିଦ୍ଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରାଜବର୍ଦ୍ଧନ ହଙ୍ଗାଗ୍ରେକର ପ୍ରଥମ ୱିକେଟ ହରାଇଥିଲେ । ତେବେ ଦ୍ବିତୀୟ ୱିକେଟ ଯୋଡିରେ ମାଜ୍ ସାଡକତ୍ ଓ ମହମ୍ମଦ ସେହଜାଦ ୬୪ ରନ୍ ଯୋଡିଥିଲେ । ତେବେ ୧୫ତମ ଓଭରରେ ଏହି ଯୋଡି ଭାଙ୍ଗିଥିଲେ ରାଜ ବାୱା ।
ନିୟମିତ ବ୍ୟବଧାନରେ ପାକିସ୍ତାନ ୱିକେଟ ହରାଇଥିଲା । ମାତ୍ର ସେହଜାଦ ଲଢୁଆ ପ୍ରଦର୍ଶନ କରିଥିଲେ । ଶେଷ ଓଭରରେ ୮ ରନ୍ ଆବଶ୍ୟକ କରୁଥିଲା ପାକିସ୍ତାନ ଓ ଶେଷ ବଲ୍ରେ ୨ ରନ୍ ଆବଶ୍ୟକ କରୁଥିଲା । ଶେଷ ବଲ୍ରେ ଅହମ୍ମଦ ଖାନ ଚୌକା ଲଗାଇ ଟିମକୁ ବିଜୟୀ କରାଇଥିଲେ । ଭାରତ ପାଇଁ ରାଜା ବାୱା ୪ଟି ୱିକେଟ ଅକ୍ତିଆର କରିଥିଲେ ।
ଏହାମଧ୍ୟ ପଢନ୍ତୁ: Harbhajan Singh Retirement: ଟର୍ବୋନେଟର ହରଭଜନଙ୍କୁ ଧନ୍ୟବାଦ ଜଣାଇଲା କ୍ରିକେଟ ଜଗତ
ପୂର୍ବରୁ ଆରଦ୍ଧ୍ୟ ୟାଦବଙ୍କ ୫୦ ରନ୍ ବଳରେ ୪୯ ଓଭରରେ ୨୩୭ ରନ୍ କରି ଅଲଆଉଟ୍ ହୋଇଥିଲା ଭାରତ । ହରନୁର ସିଂହ ଓ କୁଶାଲ ତାମ୍ବେ ଯଥାକ୍ରମେ ୪୬ ଓ ୩୨ ରନ୍ର ଇଂନିସ ଖେଳିଥିଲେ । ପାକିସ୍ତାନ ପାଇଁ ଜିଶାନ ଜମିର ୫ ୱିକେଟ ହାତେଇଥିଲେ ।
ସଂକ୍ଷିପ୍ତ ସ୍କୋର: ଭାରତ ୨୩୭ ଅଲଆଉଟ୍(ଆରାଧ୍ୟ ଯାଦବ ୫୦, ହରନୁର ସିଂହ ୪୬, ଜିଶାନ ଜମିର ୫-୬୦); ପାକିସ୍ତାନ ୨୪୦/୮(ମହମ୍ମଦ ସେହଜାଦ ୮୧, ଇରଫାନ ଖାନ ୩୨; ରାଜ ବାୱା ୪-୫୬ ) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ