କଟକ: ଆରମ୍ଭ ହୋଇଯାଇଛି 2022 ଆଇପିଏଲର ନିଲାମ ପ୍ରକ୍ରିୟା । 590 ଖେଳାଳୀ ଏହି ନିଲାମୀ ତାଲିକାରେ ରହିଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ଦୁଇଜଣ ଓଡ଼ିଆ କ୍ରିକେଟର । ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ 2008 ମସିହାରେ ରାଜସ୍ଥାନ ପକ୍ଷରୁ ଆଇପିଏଲ ଖେଳିଥିବା ଅଭିଷେକ ରାଉତ।
ତେବେ ଏଇ ଦୁଇ ଖେଳାଳିଙ୍କୁ ନିଶ୍ଚୟ କୌଣସି ନା କୌଣସି ଫ୍ରାଞ୍ଚାଇଜ କିଣିବା ନେଇ ଗ୍ରୀନ ସିଗନାଲ ମିଳିଛି । ତେବେ ଶୁଭ୍ରାଂଶୁ ଚେନାଇ ସୁପର କିଙ୍ଗ ପାଇଁ ଆଶାବାଦୀ ରହିଥିଲା ବେଳେ ଅଭିଷେକ ମଧ୍ୟ ଦୁଇରୁ ତିନି ଟିମ ପାଇଁ ଆଶାୟୀ ରହିଛନ୍ତି । ତେବେ ଉଭୟଙ୍କ ବେଶ ପ୍ରାଇସ ରହିଛି 20 ଲକ୍ଷ । ଉଭୟ ଯଦି ଆଇପିଏଲରେ କୌଣସି ଟିମ ପକ୍ଷରୁ ଖେଳନ୍ତି ତେବେ ଓଡିଶା କ୍ରିକେଟ ସଂଘ ପାଇଁ ଏହା ଲାଭଦାୟକ ହେବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ।
କଟକରୁ ପ୍ରଭୁକଲ୍ୟାଣ ପାଲ , ଇଟିଭି ଭାରତ