ETV Bharat / sports

ଧୋନିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ବିଟର

author img

By

Published : Aug 6, 2021, 4:40 PM IST

Updated : Aug 6, 2021, 4:53 PM IST

କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ବ୍ୟାଚ୍‌ । ଅଧିକ ପଢନ୍ତୁ...

Twitter removes blue verified badge from MS Dhoni's account
ଧୋନିଙ୍କ ଆକାଉଣ୍ଟରୁ ବ୍ଲୁ ବ୍ୟାଚ୍‌ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଆକାଉଣ୍ଟରୁ ଶନିବାର ବ୍ଲୁ ଟିକ୍‌ ହଟାଇଲା ଆମେରିକୀୟ ମାଇକ୍ରୋ-ବ୍ଳଗିଂ ଓ ସୋସିଆଲ ନେଟୱାର୍କିଂ ପ୍ଳାଟଫର୍ମ ଟ୍ବିଟର ।

୮ ଜାନୁଆରୀ ୨୦୨୧ରେ ଧୋନି ଶେଷ ଟ୍ବିଟ କରିଥିଲେ । ଟ୍ବିଟରରେ ବ୍ଲୁ ଟିକ୍‌ର ଅର୍ଥ ହୋଇଥାଏ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରାଧୀକୃତ । ତେବେ ବ୍ଲୁ ବ୍ୟାଚ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ପ୍ରାମାଣିକ ଉଲ୍ଲେଖନୀୟ ଏବଂ ସକ୍ରିୟ ରହିବା ଆବଶ୍ୟକ ।

ଅନ୍ତର୍ଜାତୀୟ କ୍ରିକେଟରୁ ୧୫ ଅଗଷ୍ଟ ୨୦୨୦ରେ ସନ୍ୟାସ ନେଇଥିବା ଧୋନି, ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ଜାରି ରଖିଛନ୍ତି । UAE ରେ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଅବଶିଷ୍ଟାଂଶରେ ନଜର ଆସିବେ ଧୋନି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) IPL ର ଅବଶିଷ୍ଟ ମ୍ୟାଚ ପାଇଁ ସୂଚୀ ଘୋଷଣା କରିସାରିଛି । ୨୭ ଦିନ ମଧ୍ୟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ।

ପ୍ରଥମ କ୍ବାଲିଫାୟାର୍ସ ଦୁହାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୧୦ରେ ଖେଳାଯିବା ନେଇ ସୂଚୀ ରହିଛି । ସେହିପରି ଏଲିମିନିଟେର ଏ ଦ୍ବିତୀୟ କ୍ବାଲିଫାୟାର ଶାରଜାହରେ ଯଥାକ୍ରମେ ଅକ୍ଟୋବର ୧୧ରେ ଓ ୧୩ରେ ଖେଳାଯିବ । IPL 2021ର ଫାଇନାଲ ମ୍ୟାଚ ଅକ୍ଟୋବର ୧୫ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.