ETV Bharat / sports

Champions Trophy 2025: ବିଶ୍ବକପରୁ ସିଧାସଳଖ ଏଣ୍ଟ୍ରି କରିବେ 7 ଦଳ, ଜାଣନ୍ତୁ କାହାର କଟିବ ପତ୍ତା

author img

By ETV Bharat Odisha Team

Published : Oct 30, 2023, 9:54 AM IST

ଆଇସିସି ଚମ୍ପିଆନ୍ସ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2025 ପାଇଁ ବିଶ୍ବକପରୁ ଶ୍ରେଷ୍ଠ 7 ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଅଧିକ ପଢନ୍ତୁ

Champions Trophy 2025
Champions Trophy 2025

ନୂଆଦିଲ୍ଲୀ: ବିଶ୍ବକପ 2023ରେ 13ତମ ସଂସ୍କରଣ ଜାରି ରହିଛି । ଏଯାବତ 29ଟି ଲିଗ୍‌ ମ୍ୟାଚ୍‌ ଖେଳା ଯାଇ ସାରିଛି । ନଭେମ୍ବର 19 ତାରିଖରେ ଫାଇନାଲ ଫାଇଟ୍‌ ହେବ । ଏହାରି ଭିତରେ କ୍ରିକେଟ ଦଳ ପାଇଁ ଏକ ଖୁସି ଖବର ଆସିଛି । ଆଇସିସି ଚମ୍ପିଆନ୍ସ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2025 ପାଇଁ ବିଶ୍ବକପ ଖେଳୁଥିବା ଟପ୍‌ 7 ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଚମ୍ପିଆନ୍ସ ଟ୍ରଫି 2025 ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି ।

ଚଳିତ ଦିନିକିଆ ବିଶ୍ବକପର ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ପଏଣ୍ଟ୍‌ ତାଲିକାର ଶ୍ରେଷ୍ଠ 7ଟି ଦଳ ଚମ୍ପିଆନ୍ସ ଟ୍ରଫିକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଅଷ୍ଟମ ଦଳ ଭାବେ ଆୟୋଜତ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିବ । 2021ରେ ଆଇସିସି ପକ୍ଷରୁ 2024-2031 ଟୁର୍ଣ୍ଣାମେଣ୍ଟ ଚକ୍ର ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ଯୋଗ୍ୟତା ନିୟମକୁ ଆଇସିସି ବୋର୍ଡ ସ୍ବୀକୃତି ଦେଇଥିଲା ।

ଏହି ନିୟମ ବିଷୟରେ ଅନେକ ବୋର୍ଡ ଅବଗତ ନଥିବା ସ୍ପଷ୍ଟ କରିଛନ୍ତି । ମୋଟ 8ଟି ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବେ । ବର୍ତ୍ତମାନ ପଏଣ୍ଟ ତାଲିକାରେ ବାଂଲାଦେଶ ଓ ଇଂଲଣ୍ଡ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ୍‌, ଜିମ୍ବାୱେ ଓ ଆୟର୍ଲାଣ୍ଡ ଭଳି ସ୍ଥାୟୀ ସଦସ୍ୟ ବିଶ୍ବକପ ଖେଳୁ ନାହାନ୍ତି । ଫଳରେ ଏହି ଦଳଗୁଡିକୁ ଆଉ ସୁଯୋଗ ମିଳି ପାରିବ ନାହିଁ । ବାଂଲାଦେଶ ଓ ଇଂଲଣ୍ଡ ବିଶ୍ବକପରେ ଆଉ 3 ଲେଖାଏଁ ମ୍ୟାଚ୍‌ ଖେଳିବେ । ବିଶ୍ବକପ 2023 ଶ୍ରେଷ୍ଠ 7 ଦଳକୁ ଆଇସିସି ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ସିଧାସଳଖ ଏଣ୍ଟ୍ରି ମିଳିବ ।

ଏହା ବି ପଢନ୍ତୁ...Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ

ଏହା ବି ପଢନ୍ତୁ...Cricket World Cup 2023: ଶ୍ରୀଲଙ୍କାକୁ ପୁଣି ଝଟ୍‌କା, ବାଦ୍‌ ପଡ଼ିଲେ ଲାହିରୁ କୁମାରା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ଆଇସିସି ଦିନିକିଆ ବିଶ୍ବକପର ଟପ୍‌ 7 ଦଳ ଚମ୍ପିଆନ୍ସ ଟ୍ରଫି 2025କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଖବରକୁ ନେଇ କିଛି କ୍ରିକେଟ୍‌ ବୋର୍ଡ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶ୍ବକପ୍‌ରେ ଖେଳୁନଥିବା ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଜିମ୍ବାୱେ ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବେ ନାହିଁ । ଇଂଲଣ୍ଡ ଓ ବାଂଲାଦେଶ ଭଳି ଦଳ ମଧ୍ୟ ନଖେଳିବା ସମ୍ଭାବନା ରହିଛି । ଦୁଇ ଦଳ ଯଥାକ୍ରମେ ଦଶମ ଓ ନବମ ସ୍ଥାନରେ ରହିଛନ୍ତି ।

ବାଂଲାଦେଶ କ୍ରିକେଟ ଦଳ ଅଧିନାୟକ ସାକିବ ଉଲ ହାସନ କହିଛନ୍ତି, "ଶ୍ରେଷ୍ଠ 7 ଦଳ ମଧ୍ୟରେ ରହିବାକୁ ଗୁରୁତ୍ୱ ଦେଉଛୁ । ସେମିଫାଇନାଲ ଆଶା ନୁହେଁ ବରଂ ଭଲ ଖେଳି ଶ୍ରେଷ୍ଠ 7 ଦଳରେ ରହିବାକୁ ପ୍ରୟାସ କରିବୁ । ଯଦି ଚମ୍ପିଆନ୍ସ ଟ୍ରଫି ଖେଳିବାର ଅଛି ତେବେ ଟପ 8ରେ ରହିବାକୁ ହେବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.