ETV Bharat / sports

Asia Cup 2023: ଏମିତି ଡେବ୍ୟୁ କରିବି ବୋଲି ସ୍ବପ୍ନରେ ବି ଭାବିନଥିଲି କହିଲେ ତିଲକ - ଏସିଆ କପ୍‌ ୨୦୨୩

ଆସନ୍ତା ଅଗଷ୍ଟ ୩୦ରେ ଏସିଆ କପ୍‌ ୨୦୨୩ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୭ ଜଣିଆ ଦଳରେ ନୂଆମୁହଁ ଭାବେ ଏକମାତ୍ର ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ଏନେଇ ବେଶ ଖୁସି ପ୍ରକାଶ କରିଛନ୍ତି ତିଲକ । ଅଧିକ ପଢ଼ନ୍ତୁ

ଏମିତି ଡେବ୍ୟୁ କରିବି ବୋଲି ସ୍ବପ୍ନରେ ବି ଭାବିନଥିଲି

author img

By ETV Bharat Odisha Team

Published : Aug 22, 2023, 10:41 PM IST

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ରେ ଆରମ୍ଭ ହେବ ଏସିଆ କପ୍‌ ୨୦୨୩ । ଏଥିପାଇଁ ବହୁ ମାନସମନ୍ଥନ ପରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଘୋଷଣା ହେଇଥିବା ଏହି ୧୭ ଜଣିଆ ଦଳରେ ଏକମାତ୍ର ନୂଆ ଚେହେରା ଭାବେ ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍‌ ଖେଳିଥିବା ତିଲକ ବର୍ମା ରହିଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତିଲକ ଅନ୍ତର୍ଜାତୀୟ ଟି୨୦ରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ତାଙ୍କୁ ମଧ୍ୟ ଦିନିକିଆ ଦଳରେ ଚୟନ କରାଯାଇଛି । ତେବେ ସିଧାସଳଖ ଏସିଆ କପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଦିନିକିଆ ଡେବ୍ୟୁ କରିବେ ବୋଲି ସ୍ବପ୍ନରେ ମଧ୍ୟ ଭାବିନଥିଲେ ବୋଲି କହିଛନ୍ତି । ତିଲକ ଏପରି କହୁଥିବାର ଭିଡିଓ ବିସିସିଆଇ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ସେୟାର କରିଛି ।

ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ଗସ୍ତରେ ତିଳକ ବର୍ମା ଭାରତ ପାଇଁ ଡେବ୍ୟୁ କରି ନିଜର ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ଟିମ ଇଣ୍ଡିଆ ସହିତ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି । ତିଲକ ଏପର୍ଯ୍ୟନ୍ତ ୭ ଟି୨୦ ମ୍ୟାଚ୍‌ରେ ହାରାହାରି ୩୪.୮ରେ ୧୭୪ ରନ ସଂଗ୍ରହ କରିସାରିଲେଣି । ବିସିସିଆଇ ସେୟାର କରିଥିବା ଭିଡିଓରେ ତିଲକ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏଥିରେ ସେ କହିଛନ୍ତି, "ମୁଁ ସବୁବେଳେ ଭାରତ ପାଇଁ ଦିନିକିଆ କ୍ରିକେଟ୍‌ ଖେଳିବାର ସ୍ବପ୍ନ ଦେଖିଥିଲି । ହେଲେ ସିଧାସଳଖ ଏସିଆ କପ୍‌ ପାଇଁ ଚୟନ ହେବି ବୋଲି ମୁଁ କେବେ ଭାବି ନଥିଲି । ଏହା ମୋ ପାଇଁ ଏକ ବଡ଼ କଥା । ମୁଁ କିଛିଦିନ ପୂର୍ବରୁ ଭାରତ ପାଇଁ ଟି୨୦ରେ ଡେହବ୍ୟୁ କରିଥିଲି । ଏକ ମାସ ମଧ୍ୟରେ ଦିନିକିଆ ଦଳରେ ମନୋନୀତ ହେଲି ।"

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ୧୭ ଜଣିଆ ସ୍କ୍ବାଡ୍‌ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି

ସେ ଆହୁରି କହିଛନ୍ତି, "ମୁଁ ଦିନିକିଆ କ୍ରିକେଟ ଖେଳିବାକୁ ନେଇ ଆଶ୍ବସ୍ତ ଅଛି । ମୋ ରାଜ୍ୟ ପକ୍ଷରୁ ଲିଷ୍ଟ-ଏ କ୍ରିକେଟରେ ମୁଁ ଭଲ ପ୍ରଦର୍ଶନ କରିଥିଲି । ଅଣ୍ଡର-୧୯ରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ସେଥିପାଇଁ ଦିନିକିଆରେ ସେଭଳି ଖେଳିପାରିବି ବୋଲି ନିଜ ଉପରେ ବିଶ୍ବାସ ରହିଛି । ଏବେ ମୁଁ ସେଥିପାଇଁ ପ୍ରସ୍ତୁତି ମଧ୍ୟ କରୁଛି ।" ମୁମ୍ବାଇ ଇଣ୍ଡିଆନ୍ସ ତଥା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସା କରି ସେ କହିଛନ୍ତି, "ରୋହିତ ଭାଇ ମୋତେ ସବୁବେଳେ ସମର୍ଥନ କରୁଥିଲେ । ଆଇପିଏଲ୍‌ରେ ଖେଳୁଥିବାବେଳେ ସେ କହୁଥିଲେ, ଖେଳକୁ ଉପଭୋଗ କର ଏବଂ ଯେତେବେଳେ ଆବଶ୍ୟକ ମୋ ପାଖକୁ ଆସିବ ।" ତେବେ ମୋତେ ଏସିଆ କପ୍‌ ଦଳରେ ମନୋନୀତ କରାଯାଇଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.