ETV Bharat / sports

IND vs NZ 3rd ODI: ତୃତୀୟ ଦିନିକିଆରେ ହେବ ଦଳ ପରିବର୍ତ୍ତନ !

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ତୃତୀୟ ଦିନିକିଆରେ ଦଳ ପରିବର୍ତ୍ତନ କରାଇପାରନ୍ତି । କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ କିଛି ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ
author img

By

Published : Jan 23, 2023, 1:18 PM IST

ଇନ୍ଦୋର : ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ ଜାରି ରହିଛି । ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ସିରିଜ ଜିତି ନେଇଛି । ଏହାର ତୃତୀୟ ଦିନିକିଆ ମ୍ୟାଚ ମଙ୍ଗଳବାର ଇନ୍ଦୋରରେ ଖେଳାଯିବ । ତେବେ ତୃତୀୟ ଦିନିକିଆ ମ୍ୟାଚ ପାଇଁ ଦୁଇଟି ଟିମ ଇନ୍ଦୋର ପହଞ୍ଚିସାରିଛି । ତେବେ ୨-୦ରେ ସିରିଜ ଜିତିବା ପରେ ଏବେ ତୃତୀୟ ଦିନିକିଆ ମ୍ୟାଚ ଜିତି ସିରିଜ କ୍ଲିନ ସ୍ବିପ ଲକ୍ଷ୍ୟରେ ରହଛି ରୋହିତ ବାହିନୀ । ତେବେ କୁହାଯାଉଛି ଅଧିନାୟକ ରୋହିତ ଶର୍ମା ତୃତୀୟ ଦିନିକିଆରେ ଦଳ ପରିବର୍ତ୍ତନ କରାଇପାରନ୍ତି । କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ କିଛି ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ରହିଛନ୍ତି । ତେବେ ଦଳ ତୃତୀୟ ଦିନିକିଆରେ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରେ । ତାଙ୍କ ବଦଳରେ ଶାହାବାଜ୍‌ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ସେହିପରି ଫାଷ୍ଟ ବୋଲର ମହମ୍ମଦ ସାମି ଏବଂ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ତୃତୀୟ ଦିନିକିଆରେ ବିଶ୍ରାମ ଦିଆଯାଇପାରେ । କାରଣ ଭାରତ ପାଇଁ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ଆହ୍ବାନପୂର୍ଣ୍ଣ ରହିବ । ତେଣୁ ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ ବଦଳରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୟୁଜିବେନ୍ଦ୍ର ଚହଲଙ୍କୁ ସୁଯୋଗ ଦିଆଯାଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜରେ ଚହଲଙ୍କୁ ପ୍ରଥମ ଦିନିକିଆ ଏବଂ ଦ୍ବିତୀୟ ଦିନିକିଆରେ ସୁଯୋଗ ମିଳିନାହିଁ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆରେ ଭାରତ ୮ ୱିକେଟରେ କିୱି ଦଳକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୪.୩ ଓଭରରେ ମାତ୍ର ୧୦୮ ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଟିମ ଇଣ୍ଡିଆ ୨୦.୧ ଓଭରରେ ୨ଟି ୱିକେଟ ହରାଇ ୧୧୧ ରନ କରିଛି । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦ୍ବିତୀୟ ଦିନିକିଆ ବିଜୟ ପରେ ଭାରତ ୨-୦ ରେ ଆଗୁଆ ସିରିଜ ଜିତି ନେଇଛି । ମହମ୍ମଦ ସାମି ୬ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିଲେ । ୧୮ ରନ ବ୍ୟୟରେ ସେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଦୁଇ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଏବଂ ୱାସିଂଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ୧୦୯ରନ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଦଶତକୀୟ ପାଳି ଖେଳିଥିଲେ । ସେ ୫୦ ବଲରୁ ୭ଟି ଚୌକା ଏବଂ ୨ଟି ଛକା ବଳରେ ୫୧ରନ କରିଥିଲେ । ସେହିପରି ଯୁବ ବ୍ୟାଟର ଶୁଭମନ ଗିଲ ୫୩ ବଲରୁ ୬ଟି ଚୌକା ସହ ୪୦ ରନ କରି ଅପରାଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.