ETV Bharat / sports

ଗୁଣତିଲକଙ୍କ ମାମଲାର ଯାଞ୍ଚ କରିବ SLC ୩ ଜଣିଆ କମିଟିି

ଏସଏଲସି ତଥା ଶ୍ରୀଲଙ୍କା କ୍ରିକେଟ ମଙ୍ଗଳବାର କହିଛି ଯେ ଦନୁଷ୍କା ଗୁଣତିଲକଙ୍କ ଦୁଷ୍କର୍ମ ଅଭିଯୋଗ ମାମଲାରେ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ତାଙ୍କ ମାମଲାକୁ ଯାଞ୍ଚ କରିବେ । ଅଧିକ ପଢନ୍ତୁ

author img

By

Published : Nov 9, 2022, 11:00 AM IST

ଗୁଣତିଲକାଙ୍କ ମାମଲାରେ ଯାଞ୍ଚ କରିବେ ଏହି ୩ ସଦସ୍ୟ ଟିମ୍
ଗୁଣତିଲକଙ୍କ ମାମଲାର ଯାଞ୍ଚ କରିବ SLC ୩ ଜଣିଆ କମିଟିି

ହାଇଦ୍ରାବାଦ: ଦନୁଷ୍କା ଗୁଣତିଲକଙ୍କ ମାମଲାରେ ସ୍ପଷ୍ଟୋକ୍ତି ରଖିଛି ଶ୍ରୀଲଙ୍କା କ୍ରିକେଟ । SLC ତଥା ଶ୍ରୀଲଙ୍କା କ୍ରିକେଟ ମଙ୍ଗଳବାର କହିଛି ଯେ ଦନୁଷ୍କା ଗୁଣତିଲକଙ୍କ ଦୁଷ୍କର୍ମ ଅଭିଯୋଗ ମାମଲାରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଯାଞ୍ଚ କରିବେ । ଏହି ଯାଞ୍ଚ କମିଟିରେ ଉଚ୍ଚ ନ୍ୟାୟାଳୟର ସେନାବୃତ୍ତି ନ୍ୟାୟମୂର୍ତ୍ତି ସିସିରା ରତ୍ନାୟକେ, ଅଧିବକ୍ତା ନିରୋଶନ୍ ପରେରା ଏବଂ ଅସେଲା ରେକାୱାଙ୍କୁ ସାମିଲ କରାଯାଇଛି ।

ଏହି କମିଟି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଟିମ୍ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଉପରେ ଯାଞ୍ଚ କରିବେ । ଶ୍ରୀଲଙ୍କା କ୍ରିକେଟ କହିଛି ଯେ, ଯାଞ୍ଚ କମିଟି ରିପୋର୍ଟ ଦାଖଲ କରିବା ପରେ ଯଦି ଶ୍ରୀଲଙ୍କାର କୌଣସି ଖେଳାଳି ବା ଅଧିକାରୀଙ୍କ ନାମରେ ଯଦି କୌଣସି ଅଭିଯୋଗ ଆସିଥାଏ ତାହେଲେ ତେହେ ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ କମିଟି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଶଷ୍ଠାନ ଗ୍ରହଣ କରିବେ ।

ପ୍ରକାଶ ଥାଉ କି, ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦନୁଷ୍କା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ରବିବାର ଅଭିଯୋଗ ହୋଇଥିଲା । ସିଡନୀ ଇଷ୍ଟ ସ୍ଥିତ ରୋଜ୍‌ ବେରେ ରହୁଥିବା ଜଣେ 29 ବର୍ଷୀୟା ମହିଳା ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ସିଡନୀ ପୋଲିସ ଗିରଫ କରିଥିଲା । ତାଙ୍କ ନାମରେ 4ଦଫା ମାମଲା ରୁଜୁ କରି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଦନୁଷ୍କା ଗୁଣତିଲକ ଗିରଫ ହେବାପରେ ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସମସ୍ତ ଫର୍ମାଟରୁ ଦନୁଷ୍କାଙ୍କୁ ନିଲମ୍ବିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.