ETV Bharat / sports

IND vs NZ: ଆଜି ନିର୍ଣ୍ଣାୟକ ଲଢେଇ, ସିରିଜ କବଜା ଲକ୍ଷ୍ୟରେ ଭାରତ

author img

By

Published : Nov 22, 2022, 8:31 AM IST

ଆଜି ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ନିର୍ଣ୍ଣାୟକ ଲଢେଇ । ସିରିଜ କବଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ । ସିରିଜ ବରାବର ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

ସିରିଜ କବଜା ଲକ୍ଷ୍ୟରେ ଭାରତ
ସିରିଜ କବଜା ଲକ୍ଷ୍ୟରେ ଭାରତ

ନାପିୟର: ଭାରତ ନ୍ୟୁଜିଲାଣ୍ଡ ୩ ଟିକିଆ ଟି୨୦ ସିରିଜର ଆଜି ଅନ୍ତିମ ମ୍ୟାଚ । ପ୍ରଥମ ମ୍ୟାଚ ବାତିଲ ପରେ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଫଳରେ ଟିମ ଇଣ୍ଡିଆ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଆଜି ଅନ୍ତିମ ମ୍ୟାଚ ଥିବାରୁ ସିରିଜ କବଜା ଲକ୍ଷ୍ୟରେ ରହିଛି ଭାରତ । ଅନ୍ୟପଟେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ପାଇଁ ଆଜିର ମ୍ୟାଚ କରବା ମର ସ୍ଥିତି ସୃଷ୍ଟି କରିଥିବାବେଳେ, ସିରିଜ ବରାବର ଲକ୍ଷ୍ୟ ରଖି ପଡିଆକୁ ଓହ୍ଲଇବ ନ୍ୟୁଜିଲାଣ୍ଡ ।

ରବିବାର ଦିନ ଖେଳାଯାଇଥିଲା ଦ୍ବିତୀୟ ମ୍ୟାଚ । ହାର୍ଦ୍ଦିକ ପାଣ୍ୟାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲେ ଯୁବ କ୍ରିକେଟର୍ସ । ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୧୯୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଏହି ବିଶାଳ ସ୍କୋର ଆଗରେ ହାର ମାନିଥିଲା ନ୍ୟୁଜିଲାଣ୍ଡ । ଭାରତୀୟ ବୋଲର୍ସଙ୍କ ଆଗରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ୧୯ ଓଭର ଶେଷ ସୁଦ୍ଧା ଦଳ ମାତ୍ର ୧୨୬ ରନ କରି ଅଲଆଉଟ ହୋଇଥିଲା । ଫଳରେ ଭାରତ ୬୫ ରନରେ ବିଜୟୀ ହୋଇଥିଲା ।

ଆଜିର ମ୍ୟାଚରେ ବିଜୟୀ ହେବା ନେଇ ଭାରତର ଦୃଢ ଆଶା ରହିଛି, କାହିଁକି ନା ପୂର୍ବ ମ୍ୟାଚରେ ଭାରତ ପ୍ରଦର୍ଶନ ଭଲ ରହିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ବିଶେଷ କରି ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚରେ ସୂର୍ଯ୍ୟକୁମାର ଧୁମାଧାର ବ୍ୟାଟିଂ କରି ବିସ୍ଫୋରକ ଶତକ ହାସଲ କରିଥିଲେ । ୫୧ ବଲରୁ ୧୧ ଟି ଚୌକା ଓ ୭ ଟି ଛକା ସହିତ ୧୧୧ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତେଣୁ ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ହେବା ନେଇ ସମସ୍ତଙ୍କ ଆଶା ରହିଛି ।

ସେହିପରି ଦଳ ପକ୍ଷରୁ ଇଶାନ କିଶାନ ୩୬ ରନ, ଶ୍ରେୟାସ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ କରିଥିଲେ । ସେହିପରି ବୋଲିଂରେ ମଧ୍ୟ କମାଲ କରିଥିଲା ଭାରତ । ସ୍ପିନର ଦୀପକ ହୁଡ୍ଡା ୨.୫ ଓଭର ବୋଲିଂ କରି ୧୦ ରନ୍ ବ୍ୟୟରେ ସର୍ବାଧିକ ୪ ଟି ୱିକେଟ ହାତେଇଥିଲେ । ମହମ୍ମଦ ସିରାଜ ଓ ୟୁଜିବେନ୍ଦ୍ର ଚହଲ ଦୁଇଟି ୱିକେଟ ନେଇଥିବା ବେଳେ ୱାସିଙ୍ଗଟନ୍ ସୁନ୍ଦର ଓ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ହାତେଇଥିଲେ । ପୂର୍ବ ମ୍ୟାଚରେ ଓପନିଂ ଯୋଡି ଫେଲ ମାରିଥିବାରୁ ଆଜି ଦଳରେ ପରିବର୍ତ୍ତନ ହେବ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଆଜି ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଦଳ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.