ETV Bharat / sports

ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର

author img

By

Published : Jun 20, 2021, 5:50 PM IST

ଟେଷ୍ଟ କ୍ରିକେଟ ଇତିହାସ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ 15,921 ରନ୍‌ ଓ 51 ଶତକ । ଅଧିକ ପଢନ୍ତୁ...

Tendulkar voted greatest Test batsman of 21st century over Sangakkara
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଟେଷ୍ଟ ଓ ଏକଦିବସୀୟ ରନ୍‌ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । କେବଳ ସେତିକି ନୁହେଁ, ଉଭୟ ଫର୍ମାଟରେ ସର୍ବାଧିକ ଶତକ ମଧ୍ୟ ସଚିନଙ୍କ ନାମରେ ରହିଛି । ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ଟେଷ୍ଟ ବ୍ୟାଟ୍ସମ୍ୟାନ ପାଇଁ ହୋଇଥିବା ଏକ ଅନଲାଇନ ପୋଲ୍‌ରେ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ସଚିନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଚୟନ ହୋଇଛନ୍ତି ।

ଅନଲାଇନ ଭୋଟିଂ ମାଧ୍ୟମରେ ଫ୍ୟାନ୍ସ ମାନେ ଏହି ଚୟନ କରିଛନ୍ତି । ପୂର୍ବତନି ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଏହି ପୋଲ୍‌ର ଆୟୋଜନ କରିଥିଲେ । "ଏହା ଚୟନ କରିବା କଷ୍ଟକର, କାରଣ ଉଭୟ କୁମାର ସାଙ୍ଗାକାରା ଓ ସଚିନ ତେନ୍ଦୁଲକର କ୍ରିକେଟର ଦୁଇ ପ୍ରମୁଖ ଆଇକନ । ମାତ୍ର ଫ୍ୟାନ୍ସଙ୍କ ଭୋଟ ଆଧାରରେ ଏକବିଂଶ ଶତାବ୍ଦୀର ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର ।" ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଏହି ଘୋଷଣା କରିଛନ୍ତି ଗାଭାସ୍କର ।

ଟେଷ୍ଟ କ୍ରିକେଟ ଇତିହାସରେ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ 15,921 ରନ ଓ 51 ଶତକ ।

ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି, ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ । ସଚିନଙ୍କ ଠାରୁ 2,543 ରନ୍‌ ପଛରେ ରହିଛନ୍ତି ପଣ୍ଟିଂ ।

ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଜ୍ୟାକ କାଲିସଙ୍କ ନାମରେ 45ଟି ଟେଷ୍ଟ ଶତକ ରହିଛି ।

ସାଙ୍ଗାକାରାଙ୍କ ନାମରେ କ୍ରିକେର ଲମ୍ବା ଫର୍ମାଟରେ 38 ଶତକ ଓ 12,400 ରନ ରହିଛି । ସର୍ବକାଳୀନ ରନ୍‌ସଂଗ୍ରହକାରୀ ଖେଳାଳି ତାଲିକାରେ ସାଙ୍ଗାକାରା ଷଷ୍ଠ ସ୍ଥାନରେ ଓ ଶତକ ତାଲିକାରେ ଚତୁର୍ଥରେ ରହିଛନ୍ତି ।

ମାତ୍ର 16 ବର୍ଷ ବସୟରେ ଟେଷ୍ଟ ଡେବ୍ୟୁ କରିଥିଲେ ତେନ୍ଦୁଲକର ଓ ପରେ କ୍ରିକେଟର ଶବ୍ଦକୁ ସର୍ବତ୍ର ପରିଚିତ କରିଥିଲେ । ୱିସଡେନ କ୍ରିକେଟର୍ସ ଅଲମାନକଙ୍କ 150ତମ ବାର୍ଷିକୀରେ 2013ରେ ଘୋଷଣା ହୋଇଥିବା ସର୍ବକାଳୀନ ବିଶ୍ବ ଟେଷ୍ଟ ଏକାଦଶ ସେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ ।

ପରେ ବର୍ଷ 2002ରେ ୱିସଡେନ କ୍ରିକେଟର୍ସ' ଅଲମନକ ମାନ୍ୟତାରେ ଡନ ବ୍ରାଡମ୍ୟାନଙ୍କ ପରେ ସର୍ବକାଳୀନ ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ଓ ଭିଭି ରିଚାର୍ଡସଙ୍କ ପରେ ଦ୍ବିତୀୟ ସର୍ବକାଳୀନ ମହାନତମ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.