ETV Bharat / sports

Cricket World Cup 2023: ଦ୍ବିତୀୟ ୱାର୍ମଅପ୍‌ ମ୍ୟାଚ୍‌ ବି ଧୋଇଗଲା, ବିନା ଅଭ୍ୟାସରେ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବ ଭାରତ - ନେଦରଲାଣ୍ଡ୍ସ ବିପକ୍ଷ ଦ୍ବିତୀୟ ୱାର୍ମଅପ୍‌ ମ୍ୟାଚ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ୱାର୍ମଅପ୍‌ ଭଳି ନେଦରଲାଣ୍ଡ୍ସ ବିପକ୍ଷ ଦ୍ବିତୀୟ ୱାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବର୍ଷା ଧୋଇ ନେଇଛି । ଫଳରେ ବର୍ଷା ବ୍ୟାଘାତ କାରଣରୁ ବିନା ଅଭ୍ୟାସରେ ଏବେ ଭାରତୀୟ ଦଳ ସିଧାସଳଖ ବିଶ୍ବକପ୍‌ ୨୦୨୩ ମୈଦାନକୁ ଓହ୍ଲାଇବ । ଅଧିକ ପଢ଼ନ୍ତୁ

ବିନା ଅଭ୍ୟାସରେ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବ ଭାରତ

author img

By ETV Bharat Odisha Team

Published : Oct 3, 2023, 10:42 PM IST

ଥିରୁଅନନ୍ତପୁରମ: ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିରୁଅନନ୍ତପୁରମରେ ଖେଳାଯିବାକୁ ଥିବା ବିଶ୍ଵକପ୍‌ ୨୦୨୩ ୱାର୍ମଅପ୍ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଛି । ପ୍ରଥମ ୱାର୍ମଅପ୍‌ ପରି ଭାରତର ଦ୍ଵିତୀୟ ୱାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇ ରଦ୍ଦ ହୋଇଯାଇଛି । ବିଶ୍ଵକପ୍‌ ୨୦୨୩ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଏହି ଶେଷ ମ୍ୟାଚ୍ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । ତେବେ ବର୍ଷା ବ୍ୟାଘାତ କାରଣରୁ ବିନା ଅଭ୍ୟାସରେ ଏବେ ଭାରତୀୟ ଦଳ ସିଧାସଳଖ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବ । ଅକ୍ଟୋବର ୫ (ଗୁରୁବାର) ଆରମ୍ଭ ହେବାକୁଥିବା ବିଶ୍ବକପ୍‌ ୨୦୨୩ ମହାକୁମ୍ଭର ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହାପରେ ଅକ୍ଟୋବର ୮ (ରବିବାର) ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।

  • Powerhouse Parul grabs a #GloriousGold🥇in Women's 5000m 🥳

    Second time around, she proves that charm and determination pay off, securing her remarkable second medal at #AsianGames2022.

    Clocking 15:14.75, Parul's performance is absolutely 🔥!

    Heartiest congratulations champ!… pic.twitter.com/NRfxSBJXwH

    — SAI Media (@Media_SAI) October 3, 2023 " class="align-text-top noRightClick twitterSection" data=" ">

ତେବେ ଆଜି ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିରୁଅନନ୍ତପୁରମରେ ରଦ୍ଦ ହୋଇଥିବା ବିଶ୍ଵକପ୍‌ ୨୦୨୩ ୱାର୍ମଅପ୍‌ ମ୍ୟାଚ୍‌ ପୂର୍ବରୁ ଗୌହାଟୀ ବରସାପରା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାର୍ମଅପ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା । ଉଭୟ ମ୍ୟାଚ୍‌ ରଦ୍ଦ ହେବା କାରଣରୁ ଏବେ ବିନା ଅଭ୍ୟାସ୍ ମ୍ୟାଚ୍‌ରେ ଭାରତୀୟ ଦଳ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ଅକ୍ଟୋବର ୧୧ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ପୁଣି ଅକ୍ଟୋବର ୧୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହାପରେ ଭାରତୀୟ ଦଳ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଦଳ ବିପକ୍ଷରେ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱିକେଟ୍‌-କିପିଂ ପାଇଁ ଈଶାନ କିଷାନଙ୍କୁ ରାହୁଲଙ୍କ ଆଗରେ ରଖିଲେ ନୟନ ମୋଙ୍ଗିଆ, ଜାଣନ୍ତୁ କାରଣ

ତେବେ ଏଥର ଭାରତ ଘରୋଇ ମାଟିରେ ବିଶ୍ବକପ୍‌ ଆୟୋଜନ କରୁଥିବାରୁ ୨୦୧୧ର ଇତିହାସକୁ ପୁଣିଥରେ ଦୋହରାଇବା ପାଇଁ ଭାରତୀୟ କ୍ରିକେଟ ଦଳ ପାଖରେ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି । ଘରୋଇ ମାଟି ତଥା ଘରୋଇ ପ୍ରଶଂସକଙ୍କ ସର୍ଥନ ମେନ୍‌ ଇନ୍‌ ବ୍ଲ୍ୟୁକୁ ବେଶ ସହାୟତା କରିବ । ଏଥିପାଇଁ ଏଥର ବିଶ୍ବକପ୍‌ ଟ୍ରଫି ହାତେଇବା ପାଇଁ ଅଧିକାଂଶ କ୍ରିକେଟ ପ୍ରଶଂସକ ତଥା ବିଶେଷଜ୍ଞଙ୍କ ପ୍ରଥମ ପସନ୍ଦ ରହିଛି ଭାରତ । ତେବେ ଏଭଳି ସକାରାତ୍ମକ ଦିଗ ଗୁଡ଼ିକ ମଧ୍ୟରେ ବିନା ଅଭ୍ୟାସ ମ୍ୟାଚ୍‌ରେ ବିଶ୍ବକପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା ଦଳର ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.