ETV Bharat / sports

INDvsSL: ଭାରତୀୟ ଦଳ ଘୋଷିତ, ପାଣ୍ଡ୍ୟାଙ୍କ କାନ୍ଧରେ T-୨୦ ଦାୟିତ୍ୱ, ଦିନିକିଆରୁ ଧାଓ୍ୱନ ବାଦ - ଭାରତ ବନାମ ଶ୍ରୀଲଙ୍କା ଦିନିକିଆ

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ବ । ଉପଅଧିନାୟକ ଦାୟିତ୍ବ ତୁଲାଇବା ସୂର୍ଯ୍ୟକୁମାର । ରୋହିତ ଶର୍ମା ଦିନିକିଆ ଦଳର ନେତୃତ୍ବ ନେବେ । ଅଧିକ ପଢନ୍ତୁ

Team India squad for sri lanka tour
Team India squad for sri lanka tour
author img

By

Published : Dec 27, 2022, 11:10 PM IST

Updated : Dec 28, 2022, 7:31 AM IST

ହାଇଦ୍ରାବାଦ: ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟି-20 ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟି-20 ସିରିଜ ପାଇଁ 16 ଜଣିଆ ଦଳ ଘୋଷଣା ହୋଇଥିବାବେଳେ ମଙ୍ଗ ଧରିବେ ହାର୍ଦ୍ଦିକ ପାଣ୍ଡ୍ୟା । ସୂର୍ଯ୍ୟକୁମାର ଯାଦବଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି । ଏହି ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ରହିଛନ୍ତି । ଟି-20ରେ ଶିବମ ମାଭି, ମୁକେଶ କୁମାର ନବାଗତ ଖେଳାଳି ଭାବେ ସାମିଲ ହୋଇଛନ୍ତି ।

ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟରଙ୍କୁ ଟି-20 ସିରିଜରୁ ବିଶ୍ରାମ ଦିଆଯାଇଛି । ଋଷବ ପନ୍ତଙ୍କୁ ସିରିଜରୁ ବାଦ ଦିଆଯାଇଛି । ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଦଳର କମାନ ରହିବ । ସୂର୍ଯ୍ୟକୁମାର ଯାଦବ ଦଳ ଉପ ଅଧିନାୟକ ଦାୟିତ୍ବରେ ରହିବେ । ବାଂଲାଦେଶେ ବପିକ୍ଷ ଟେଷ୍ଟ ସିରିଜର ନେତୃତ୍ବ ନେଇଥିବା କେଏଲ ରାହୁଲଙ୍କୁ ଟି-20 ସିରିଜରୁ ଛୁଟି ଦିଆଯାଇଛି । ଟି-20ରେ 2 ଜଣ ନବାଗତା ଭାବେ ପେସ ବୋଲର ଶିବମ ମାଭି ଓ ମୁକେଶ କୁମାର ସ୍ଥାନ ପାଇଛନ୍ତି ।

ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ବ ନେବେ । ଦିନିକିଆରେ ଏକ ସନ୍ତୁଳିତ ଦଳ ଚୟନ କରାଯାଇଛି । ଫର୍ମରେ ଥିବା ସମସ୍ତ ଖେଳାଳିଙ୍କୁ ସ୍କ୍ବାର୍ଡରେ ସାମିଲ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସୁଯୋଗ ପାଇଛନ୍ତି । ଦିନିକିଆରେ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ବ ତୁଲାଇବେ । ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ପେସ ବୋଲିଂ ବିଭାଗ ସମ୍ଭାଲିବେ । ଅନେକ ଦିନ ପରେ କୁଳଦୀପ ଯାଦବ ଓ ୟୁଜିବେନ୍ଦ୍ର ଚହଲ ଯୋଡିକୁ ଦିନିକିଆରେ ଏକାଠୀ ଦେଖିବାକୁ ମିଳିବ । ରୋହିତ ଶର୍ମା, ଶୁଭମନ ଗିଲ ଓ ଇଶାନ କିଷନ ଓପନର ସ୍ଥାନ ସମ୍ଭାଳିବେ ।

ଜାନୁଆରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ଓ ତିନି ଟିକିଆ ଦିନିକିଆ ମ୍ୟାଚ ଖେଳିବ । ଜାନୁଆରୀ 3 ତାରିଖରେ ପ୍ରଥମେ ଟି୨୦ ମ୍ୟାଚ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୫ ତାରିଖରେ ଏବଂ ତୃତୀୟ ଟି୨୦ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ । ଶ୍ରୀଲଙ୍କା ବିପକ୍ଷରେ ଟି୨୦ ମ୍ୟାଚ ପରେ ଭାରତ ଦିନିକିଆ ସିରିଜ ଖେଳିବ । ପ୍ରଥମ ଦିନିକିଆ ଗୌହାଟୀରେ ଜାନୁଆରୀ ୧୦ ତାରିଖରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ତାରିଖ ରାୟପୁରରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୨୪ ତାରିଖ ଇନ୍ଦୋରରେ ଖେଳାଯିବ।

ଏହା ବି ପଢନ୍ତୁ...Year Ender 2022: କ୍ରୀଡାଜଗତ ପାଇଁ କଳାଫର୍ଦ୍ଦ, ଅଫେରା ରାଇଜରେ ଅନେକ କ୍ରୀଡାବିତ

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଟି-20 ସ୍କ୍ବାଡ୍‌.....

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଇଶାନ କିଷନ, ଋତୁରାଡ ଗାଏକ୍ବାର୍ଡ, ଶୁଭମନ ଗିଲ, ଦୀପକ ହୁଡା, ରାହୁଲ ତ୍ରୀପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଯୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦିନିକିଆ ସ୍କ୍ବାଡ୍‌...

ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, କେଏଲ ରାହୁଲ, ଇଶାନ କିଷାନ,ୱାଶିଂଟନ ସୁନ୍ଦର,ଯୁଝବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ ।

Last Updated : Dec 28, 2022, 7:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.