ETV Bharat / sports

Ind vs SL 2nd T20: ବିଜୟ ସହ ଆଗୁଆ ସିରିଜ କବ୍ଜା କଲା ଭାରତ

author img

By

Published : Jun 26, 2022, 10:35 AM IST

ଘରୋଇ ଶ୍ରୀଲଙ୍କା ଓ ଭାରତୀୟ ମହିଳା ଦଳ ମଧ୍ୟରେ ଶନିବାର ଅନୁଷ୍ଠିତ ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ଦମଦାର ବିଜୟ ହାସଲ କରି ନେଇଛି । ପୂର୍ବରୁ ପ୍ରଥମ ମ୍ୟାଚ କବଜାରେ କରି ନେଇଥିଲା ଭାରତ । ଅଧିକ ପଢନ୍ତୁ

ସିରିଜ କବାଜ କଲା ଭାରତ
ସିରିଜ କବାଜ କଲା ଭାରତ

ଦାମ୍ବିଲା: ଘରୋଇ ଶ୍ରୀଲଙ୍କା ଓ ଭାରତୀୟ ମହିଳା ଦଳ ମଧ୍ୟରେ ଶନିବାର ଅନୁଷ୍ଠିତ ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ଦମଦାର ବିଜୟ ହାସଲ କରି ନେଇଛି । ପୂର୍ବରୁ ପ୍ରଥମ ମ୍ୟାଚ୍‌ କବଜାରେ କରି ନେଇଥିଲା ଭାରତ । ଦ୍ବିତୀୟ ଟି-ଟ୍ବେଣ୍ଟିକୁ 5 ୱିକେଟରେ ଜିତି ଭାରତ 2-0ରେ ସିରିଜ କବଜା କରି ନେଇଛି । ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ହରମନପ୍ରୀତ କୌର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ସିରିଜ କବାଜ କଲା ଭାରତ
ସିରିଜ କବାଜ କଲା ଭାରତ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦୁଇ ଓପନର ବିଶମୀ ଗୁଣାରତ୍ନା 45(6ଚୌକା) ଓ ଚମାରୀ ଆଟାପାଟୁ 43 ରନ କରି ଦଳର ରନ ଗାଡି ଆଗକୁ ନେଇଥିଲେ । ହେଲେ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟରଙ୍କ ବିଫଳତା ଯୋଗୁଁ ଦଳର ରନ ଗାଡି 125ରେ ଅଟକି ଯାଇଥିଲା । 7 ୱିକେଟ ହରାଇ ଦଳ 125 ରନ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା 2ଟି ଓ ଏବଂ ରେଣୁକା ସିଂହ, ରାଧା ଯାଦବ, ପୂଜା ବସ୍ତ୍ରାକାର ଓ ହରମନପ୍ରୀତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

126 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟରେ 30 ରନ ସଂଗ୍ରହ କରିଥିଲେ । ଶେଫାଳି 17 ରନ କରି ପ୍ରଥମେ ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ବ୍ୟାଟର ସାବିନେନି ମେଘନା (17) ରନ କରି ଶୀଘ୍ର ଆଉଟ ହୋଇଥିଲେ । 4 ନମ୍ବରରେ ହରମନପ୍ରୀତ ଓ ସ୍ମୃତି ଦଳୀୟ ସ୍କୋରକୁ 86ରେ ପହଞ୍ଚାଇଥିଲେ । ସ୍ମୃତି ମାନ୍ଧାନା 39 ରନ କରି (8ଚୌକା) ଆଉଟ ହୋଇଥିଲେ । ଅଧିନାୟିକା ହରମନପ୍ରୀତ ଅପରାଜିତ 31 ରନ୍‌ର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟ ୟାସ୍ତିକା ଭାଟିଆ 13 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.