ETV Bharat / sports

ଏସିଆ କପ୍‌ରେ ଏମିତି, ବିଶ୍ବକପ୍‌ ପାଇଁ କେତେ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ ?

author img

By ETV Bharat Odisha Team

Published : Sep 3, 2023, 5:04 PM IST

ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପ୍ରଶଂସକଙ୍କୁ ନିରାଶ କରିଛି । ଏସିଆ କପ୍‌ ପରେ ତୁରନ୍ତ ବିଶ୍ବକପ୍‌ ମହାସଂଗ୍ରାମ ଆରମ୍ଭ ହେବ । ହେଲେ କାଲିର ମ୍ୟାଚ୍‌ ଦେଖିଲେ ପ୍ରଶ୍ନ ଉଠୁଛି, ବିଶ୍ବକପ୍‌ ପାଇଁ କେତେ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ ? ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ପାଇଁ କେତେ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ

ପାଲ୍ଲେକଲ (ଶ୍ରୀଲଙ୍କା): ଏସିଆ କପ୍‌ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ ସହ ପ୍ରଶଂସକଙ୍କ ଦୀର୍ଘଦିନର ଅପେକ୍ଷା ଧୋଇନେଇଛି ବର୍ଷା । ଶ୍ରାଲଙ୍କା କ୍ୟାଣ୍ଡି ସହରର ପାଲ୍ଲେକଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ ବର୍ଷା ବାଧାପ୍ରାପ୍ତ ହୋଇ ବାରମ୍ବାର ଅଟକୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ ସଂଗ୍ରହ କରିଥିଲା । ହେଲେ ପ୍ରବଳ ବର୍ଷା କାରଣରୁ ପାକିସ୍ତାନ ପାଳି ଆରମ୍ଭ ମଧ୍ୟ ହୋଇପାରିନଥିଲା । ଫଳରେ ମ୍ୟାଚ୍‌କୁ ରଦ୍ଦ କରିବା ସହ ଉଭୟ ଦଳ ମଧ୍ୟରେ ପଏଣ୍ଟ୍‌ ଭାଗ ବାଣ୍ଟି ଦିଆଯାଇଥିଲା । ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ବ୍ୟାଟିଂ ଦେଖିଲେ ମନରେ ପ୍ରଶ୍ନ ଉଠୁଛି, ଭାରତ ବିଶ୍ବକପ୍‌ ପାଇଁ କେତେ ପ୍ରସ୍ତୁତ ?

ଟପ୍‌ ଅର୍ଡରର ଆତ୍ମ ସମର୍ପଣ: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲରଙ୍କ ଆଗରେ ଏକ ପ୍ରକାର ଆତ୍ମସମର୍ପଣ କରିଦେଲେ ଭାରତୀୟ ଶୀର୍ଷକ୍ରମ ବ୍ୟାଟର । ଭାରତୀୟ ଅଧିନାୟକ ରୋହିତ ଶର୍ମା 22 ବଲରେ 2 ଚୌକା ବଳରେ 11 ରନ ସ୍କୋର କରିବା ପରେ ବାମହାତୀ ପେସର୍‌ ଶାହୀନ ଆଫ୍ରିଦିଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ । ଏହାପରେ ମୈଦାନକୁ ଆସି ତୁରନ୍ତ ନିଜ ସିଗ୍‌ନେଚର୍‌ ସଟ୍‌ ସହିତ କଭର ଉପରେ ଚୌକା ମାରି ଖାତା ଖୋଲିଥିଲେ ବିରାଟ କୋହଲି । ହେଲେ ଏହାପରେ ଆଉ ଗୋଟିଏ ମଧ୍ୟ ରନ କରିବାରେ ବିଫଳ ହୋଇଥିଲେ । ୭ ବଲ୍‌ରେ ସେ ୪ ରନ୍‌ ରନ ସହ ଶାହୀନ ଆଫ୍ରିଦିଙ୍କ ବଲରେ ସମାନ ଭାବେ ବୋଲ୍ଡ ହୋଇ ପାଭିଲିୟନ ଫେରିଯାଇଥିଲେ । ଅନ୍ୟପଟେ ଶୀର୍ଷକ୍ରମରେ ସବୁଠାରୁ ଅଧିକ ବଲ (୩୨) ଖେଳିଥିବା ଅନ୍ୟତମ ଓପନର ଶୁଭମନ ଗିଲ ୧୦ ରନ ହିଁ କରିବାରେ ସକ୍ଷମ ହୋଇଥିଲେ । ଶ୍ରେୟସ ଆୟର ଦାର୍ଘଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ମଧ୍ୟ ୯ ବଲରେ ୧୪ ରନ ସ୍କୋର କରି ଆଉଟ୍‌ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ବର୍ଷା ଧୋଇନେଲା ପ୍ରଶଂସକଙ୍କ ଆଶା, ଭାରତ ଆଗରେ ନେପାଳ ବିଜୟ ଶେଷ ରାସ୍ତା, ସୁପର 4ରେ ପାକିସ୍ତାନ

ପାକିସ୍ତାନୀ ପେସର୍‌ଙ୍କ ହାତରେ ଭାରତର ସମସ୍ତ ୱିକେଟ୍‌: ଶୀର୍ଷକ୍ରମ ବ୍ୟାଟରଙ୍କ ବିଫଳତା ପରେ ଯୁବ ବ୍ୟାଟର ଈଶାନ କିଶାନ (୮୭) ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (୮୭) ପରିସ୍ଥିତିକୁ ସମ୍ଭାଳି ଦଳର ସମ୍ମାନ ରକ୍ଷା କରିଥିଲେ । ଉଭୟ ବ୍ୟକ୍ତିଗତ ଅର୍ଦ୍ଧଶତକୀୟ ପାଳି ସହିତ ଦଳ ପାଇଁ ଶତକୀୟ ଭାଗିଦାରୀ କରି ଭାରତକୁ ସମ୍ମାନଜନକ ସ୍କୋର ଦେଇଥିଲେ । ହେଲେ ହରିଶ ରୌଫ ଈଶାନ କିଶାନଙ୍କୁ ଓ ଶାହୀନ ଆଫ୍ରିଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶତକ ହାସଲ କରିବାରୁ ଅଟକାଇ ପାଭିଲିୟନ ଫେରାଇଥିଲେ । ରବିନ୍ଦ୍ର ଜାଡେଜା ମଧ୍ୟ ୧୪ ରନ ସ୍କୋର୍‌ କରିବା ପରେ ଶାହୀନ ଆଫ୍ରିଦିଙ୍କ ଶିକାର ପାଲଟିଥିଲେ । ପାକିସ୍ତାନର କେବଳ ୩ ଜଣ ପେସର ଭାରତର ସମସ୍ତ ୱିକେଟ୍‌ ଖସାଇଦେବାରେ ସଫଳ ହୋଇଥିଲେ । ଶାହୀନ ଆଫ୍ରିଦି ୪ ୱିକେଟ ସଫଳତା ପାଇଥିବାବେଳେ ହରିଶ ରୌଫ ଓ ନସୀମ ଶାହ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବିଶ୍ବକପ୍‌ରେ କଣ ହେବ ?: ଏସିଆ କପ୍‌ ପରେ ହାତରେ ଆଉ ସମୟ ନାହିଁ । ହେଲେ ଭାରତୀୟ ଦଳର ପ୍ରଦର୍ଶନ ଦେଖି ଅନୁମାନ କରାଯାଇପାରେ, ଟିମ୍‌ ଇଣ୍ଡିଆର ବିଶ୍ବକପ ପ୍ରସ୍ତୁତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚରେ ଭାରତର ଶୀର୍ଷକ୍ରମ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ବିଶ୍ବକପ୍‌ ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶଂସକମାନେ ସୋସିଆଲ ମିଡିଆରେ କୋହଲି ଏବଂ ରୋହିତଙ୍କ ସମେତ ଟିମ୍‌ ଇଣ୍ଡିଆକୁ ଟ୍ରୋଲ୍‌ କରିଥିଲେ । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ବିସିସିଆଇ ଖୁବଶୀଘ୍ର ଦଳ ଘୋଷଣା କରିବ । କିନ୍ତୁ ଦଳର ପ୍ରସ୍ତୁତି ବର୍ତ୍ତମାନ ପ୍ରଶଂସକଙ୍କୁ ନିରାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.