ଦୁବାଇ: ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି । ଅକ୍ଟୋବର ୨୪ ତାରିଖରେ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଏହାପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ଭାରତ । ଏଥିପାଇଁ ମେଣ୍ଟର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ବିରାଟ ବାହିନୀ ଅଭ୍ୟାସ କରିଛି ।
-
Extending a very warm welcome to the KING 👑@msdhoni is back with #TeamIndia and in a new role!💪 pic.twitter.com/Ew5PylMdRy
— BCCI (@BCCI) October 17, 2021 " class="align-text-top noRightClick twitterSection" data="
">Extending a very warm welcome to the KING 👑@msdhoni is back with #TeamIndia and in a new role!💪 pic.twitter.com/Ew5PylMdRy
— BCCI (@BCCI) October 17, 2021Extending a very warm welcome to the KING 👑@msdhoni is back with #TeamIndia and in a new role!💪 pic.twitter.com/Ew5PylMdRy
— BCCI (@BCCI) October 17, 2021
ଫ୍ଲଡ ଲାଇଟରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ ପାଇଁ ଅଭ୍ୟାସ କରିଛି । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଫୋଟ ସେୟାର କରିଛି । ଟିମ୍ ସହ ମହେନ୍ଦ୍ର ସିଂହ ଧୋନୀ ମେଣ୍ଟର ଭାବରେ ଯୋଡ଼ି ହେଲେ ଟିମ୍କୁ ନିଶ୍ଚିତ ଭାବରେ ଫାଇଦା ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଅଧିନାୟକ ବିରାଟ କୋହଲି ।
ସଦ୍ୟ ଆଇପିଏଲ ୨୦୨୧ରେ ଧୋନିଙ୍କ ନେତୃତ୍ବରେ ଟାଇଟଲ ହାତେଇଛି ଚେନ୍ନାଇ ସୁପର କିଙ୍ଗ୍ସ । ଧୋନିଙ୍କ ଆତ୍ମବିଶ୍ବାସ ଟିମ୍ ଇଣ୍ଡିଆ ପାଇଁ ସଞ୍ଜୀବନି ପାଲଟି ପାରେ । ଧୋନୀ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଅନ୍ୟ କୋଚଙ୍କୁ ନେଇ କିଛି ଆଲୋଚନା କରୁଥିବା ଦେଖା ଯାଇଛି । ସପେଟ ଅନ୍ୟ ଖେଳାଳିମାନେ ନେଟରେ ଜୋରଦାର ଅଭ୍ୟାସ ଚଳାଇଥିବା ଦେଖା ଯାଇଛି । ଆସନ୍ତାକାଲି(ସୋମବାର) ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିବ ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ