ETV Bharat / sports

IND vs NZ: ପ୍ରଥମ ଦିନିକିଆରେ ସ୍ଲୋ ଓଭର ରେଟିଂ ପାଇଁ ତଣ୍ଡ ଗଣିଲା ଭାରତ - ଭାରତ ବନାମ ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ଟିମ ଇଣ୍ଡିଆକୁ ତଣ୍ଡ ଗଣିବାକୁ ପଡିଛି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ
author img

By

Published : Jan 20, 2023, 10:51 PM IST

ହାଇଦ୍ରାବାଦ : ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛି ଭାରତ । ପ୍ରଥମ ଦିନିକିଆରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ପ୍ରଥମ ଦିନିକିଆ ମ୍ୟାଚ ବିଜୟ ସତ୍ତ୍ବେ ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ଧରଣର ତଣ୍ଡ ଗଣିବାକୁ ପଡିଛି । ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଧିମା ବୋଲିଂ କରିଥିବା ଅଭିଯୋଗ ଆଣିଛି ICC । ଏନେଇ ଟିମ ଇଣ୍ଡିଆ ଉପରେ ଜୋରିମାନ ଲଗାଯାଇଛି ।

ଟିମ ଇଣ୍ଡିଆ ଉପରେ ଲାଗିଲା ୬୦ ପ୍ରତିଶତ ତଣ୍ଡ- ସ୍ଲୋ ଓଭର ରେଟିଂ ନିୟମ ଅନୁସାରେ ଏବେ ଭାରତକୁ ମ୍ୟାଚ ଫି'ର ୬୦ ପ୍ରତିଶତ ଜୋରିମାନ ଭରିବାକୁ ପଡିବ । କାରଣ ଦଳ ମ୍ୟାଚର ତିନି ଓଭର ନିର୍ଦ୍ଧାରିତ ସମୟ ଅନୁସାରେ ଖେଳିନଥିଲା । ତେଣୁ ଏହି ଜୋରିମାନା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ICC ଏଲିଟ ପେନେଲର ମ୍ୟାଚ ରେଫରୀ ଜୱଗଲ ଶ୍ରୀନାଥ କହିଛନ୍ତି ଯେ, ଟିମ ଇଣ୍ଡିଆ ତିନି ଓଭର ନିର୍ଦ୍ଧାରିତ ସମୟରେ ଶେଷ କରି ନାହିଁ । ତେବେ ଆରୋପ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ଭୁଲ ସ୍ବୀକାର କରିଛନ୍ତି । ଏନେଇ କୌଣସି ପ୍ରକାରର ଶୁଣାଣି କରାଯିବ ନାହିଁ ।

ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳିବାକୁ ଓହ୍ଲାଇଥିଲେ ଘରୋଇ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୩୭ ରନରେ ଅଲ ଆଉଟ ହୋଇଥିଲା । ଏହି ମ୍ୟାଚ୍‌ରେ ହିରୋ ସାଜିଥିଲେ ଯୁବ ବ୍ୟାଟର ଶୁଭମନ ଗିଲ । ଏଥିରେ ସେ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିବାରେ ସଫଳ ହୋଇଥିଲେ । ସେ ଏହି ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଛନ୍ତି । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ତେବେ ସର୍ବକନିଷ୍ଠ ଭାବରେ ୨୩ ବର୍ଷ ବୟସରେ ଦ୍ବିଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ଆସନ୍ତାକାଲି(ଶନିବାର) ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳିବ । ଏହି ମ୍ୟାଚ ରାୟପୁରରେ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.