ETV Bharat / sports

IND VS WI 3rd ODI: ଆଜି ଅନ୍ତିମ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ - ଭାରତ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ

ଆଜି (ଗୁରୁବାର) ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ । ଅଧିକ ପଢନ୍ତୁ

ଆଜି ଅନ୍ତିମ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

author img

By

Published : Jul 27, 2022, 9:25 AM IST

ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଆଜି (ଗୁରୁବାର) ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ । ଅନ୍ୟପଟେ ଆଜି ଘରୋଇ ଦଳ ୱେଷ୍ଟଇଣ୍ଡିଜ ପାଇଁ ସମ୍ମାନର କଥା ହୋଇଛି । ସମ୍ମାନ ବଞ୍ଚାଇବାକୁ ଆଜି ଲଢେଇ କରିବ ଇଣ୍ଡିଜ ।

ରବିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । 10 ଓଭରରେ 100 ରନ ଦରକାର ଥିବା ବେଳେ ଅକ୍ଷର ପଟେଲଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ପ୍ରଥମ 2 ମ୍ୟାଚ ଜିତି ଭାରତ ସିରିଜ କବଜା କରିସାରିଛି । ଗୋଟିଏ ଦଳ ବିପକ୍ଷରେ ଲଗାତାର 12ଟି ଦିନିକିଆ ସିରିଜ ଜିତିଥିବା ଟିମ ହୋଇଛି ଭାରତ । ଆଜିର ମ୍ୟାଚରେ ମଧ୍ୟ ଭାରତ ଆଧିପତ୍ୟ ବିସ୍ତାର କରି କ୍ଲିନ ସୁଇପ ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ କରିବ । ଦଳରୁ ଦୁଇ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ୍ଡା ଏ ଯାଏଁ ସଫଳ ହୋଇନାହାନ୍ତି ।

ଆଜି ଉଭୟଙ୍କ ବ୍ୟାଟରୁ ଉପଯୋଗୀ ଇନିଂସ ଆଶା କରାଯାଉଛି । ଭାରତ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇ ନପାରେ । ତଥାପି ଶୁଭମନ ଗିଲଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାର୍ଡଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଛି । ବୋଲିଂ ବିଭାଗରେ ଅଭେଶ ଖାନ କିମ୍ବା ମହମ୍ମଦ ସିରାଜଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଏକାଦଶରେ ସାମିଲ ହୋଇପାରନ୍ତି ।

ସେପଟେ 2ଟି ମ୍ୟାଚ ହାରିଥିଲେ ବି ଘରୋଇ ଦଳ ଲଢୁଆ ପ୍ରଦର୍ଶନ କରିଥିଲା । ଦଳରେ ରହିଥିବା ଛୋଟମୋଟ ତ୍ରୁଟିକୁ ସୁଧାରି ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଇଣ୍ଡିଜ । ସାଇ ହୋପ୍ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ । ଜାସନ ହୋଲ୍ଡର ଓ ଅଲରାଉଣ୍ଡର କିମୋ ପଲ୍ ମଧ୍ୟ ଆଜି ଖେଳିବାକୁ ସୁଯୋଗ ପାଇପାରନ୍ତି । କୁଇନ୍ସ ପାର୍କ ବ୍ୟାଟରଙ୍କ ପାଇଁ ସହାୟ ହୋଇଛି । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.