ETV Bharat / sports

IND-WI Series: ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳ, ଜୁଲାଇ 22ରେ ପ୍ରଥମ ଫାଇଟ - ଭାରତ ୱେଷ୍ଟ ଇଣ୍ଡିଜ ସିରିଜ

ଜୁଲାଇ 22ରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ଆରମ୍ଭ ହେଉଛି । ଏନେଇ ଆଜି ୱେଷ୍ଟଇଣ୍ଡିଜରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳ, ଜୁଲାଇ 22ରେ ପ୍ରଥମ ଫାଇଟ

author img

By

Published : Jul 20, 2022, 1:10 PM IST

ନୂଆଦିଲ୍ଲୀ: ଜୁଲାଇ 22ରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ଆରମ୍ଭ ହେଉଛି । ଏନେଇ ଆଜି ୱେଷ୍ଟଇଣ୍ଡିଜରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ଦୁଇ ଦଳ ମଧ୍ୟରେ 3ଟି ଦିନିକିଆ ଓ 5ଟି ଟି-20 ଖେଳାଯିବ । ଜୁଲାଇ 22 ତାରିଖରେ ପ୍ରଥମ ଦିନିକିଆ ଆରମ୍ଭ ହୋଇ 27ରେ ଶେଷ ହେବ । ଏହାପରେ 29ରୁ ଟି-20 ଆରମ୍ଭ ହୋଇ ଅଗଷ୍ଟ 7ରେ ଶେଷ ହେବ । ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଦିନିକିଆ ଦଳ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଓ୍ଵେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ବିସିସିଆଇ ପକ୍ଷରୁ ଏକ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଦଳ ସୋମବାର ମାଞ୍ଚେଷ୍ଟରରୁ ଇଣ୍ଡିଜ ଅଭିମୁଖେ ଯାତ୍ରା କରିଥିଲା ।

ଦିନିକିଆ ଓ ଟି-20 ସିରିଜରୁ ଦଳର ବରିଷ୍ଠ ଖେଳାଳି ଯେପରି ଯଶପ୍ରୀତ ବୁମରା ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ୧୬ ଜଣିଆ ଦିନିକିଆ ଦଳରେ ସଞ୍ଜୁ ସାମସନ, ଋତୁରାଜ ଗାଏକଓ୍ଵାଡ ଏବଂ ଶୁଭମାନ ଗିଲ୍ ସାମିଲ୍ । ତିନି ଜଣ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦଳରେ ନଥିଲେ। ଭାରତୀୟ ଦଳ ମଙ୍ଗଳବାର ପୋର୍ଟ ଅଫ ସ୍ପେନରେ ତ୍ରିନିଦାନ ଏବଂ ଟୋବାଗୋରେ ଏକତ୍ର ହୋଇଛନ୍ତି । ଋଷଭ ପନ୍ତ ଏବଂ ରୋହିତ ଶର୍ମା ଜୁଲାଇ ୨୭ ସୁଦ୍ଧା ଦଳରେ ଯୋଗ ଦେବେ ।

ଦିନିକିଆ ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷନ (ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅଭେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ

ଟି-୨୦ ସିରିଜ୍ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ ।

2019ରେ ଶେଷଥର ପାଇଁ ୱେଷ୍ଟ ଇଣ୍ଡିଜ ଗସ୍ତ କରିଥିଲା । ଦୁଇ ଦଳ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ, 3ଟି ଦିନିକିଆ ଓ 3ଟି ଟି-20 ମ୍ୟାଚ ହୋଇଥିଲା । ଭାରତ 2-0ରେ ଟେଷ୍ଟ ସିରିଜ ଜିତିବା ସହ 2-0ରେ ଦିନିକିଆ ଓ 3-0ରେ ଟି-ଟ୍ବେଣ୍ଟି କବଜା କରିଥିଲା । ଇଂଲଣ୍ଡ ବିପକ୍ଷରେ ଦିନିକିଆ ଓ ଟି-ଟ୍ବେଣ୍ଟି ଜିତିବା ପରେ ଦଳର ମନୋବଳ ଦୃଢ ଅଛି । ୱେଷ୍ଟ ଇଣ୍ଡିଜରେ ପୂର୍ବ ପ୍ରଦର୍ଶନକୁ ବଜାୟ ରଖିବାକୁ ଜୋରଦାର ପ୍ରସ୍ତୁତି କରିବ ଟିମ ଇଣ୍ଡିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.