ETV Bharat / sports

IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group

author img

By

Published : Jan 11, 2022, 2:43 PM IST

Updated : Jan 11, 2022, 5:39 PM IST

ଆସନ୍ତାବର୍ଷ ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ VIVO ବଦଳରେ ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବ ଟାଟା ଗ୍ରୁପ । ଅଧିକ ପଢନ୍ତୁ

Tata Group to replace Chinese mobile manufacturer Vivo as IPL title sponsor next year
VIVO ବଦଳରେ ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବ ଟାଟା ଗ୍ରୁପ

ହାଇଦ୍ରାବାଦ: ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ VIVO ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ମୁଖ୍ୟ ପ୍ରାୟୋଜକରୁ ଓହରିଯାଇଛି । ଫଳରେ ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ IPLକୁ ମିଳିବାକୁ ଯାଉଛି ନୂଆ ପ୍ରାୟୋଜକ । VIVO ବଦଳରେ ଟାଟା ଗ୍ରୁପ(TATA)କୁ ମୁଖ୍ୟ ପ୍ରାୟୋଜକ ଭାବେ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ(BCCI) । ମଙ୍ଗଳବାର ଅନୁଷ୍ଠିତ ଆଇପିଏଲର ପରିଚାଳନା ପରିଷଦ(Governing council) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ନିର୍ଣ୍ଣାୟକ ଟେଷ୍ଟ: ଟସ୍‌ ବାଜି ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ

ବୈଠକ ଶେଷ ହେବାପରେ IPL ଅଧ୍ୟକ୍ଷ ବ୍ରିଜେଶ ପଟେଲ ଭାରତର ଅନ୍ୟତମ ବୃହତ୍‌ ବାଣିଜ୍ୟିକ ସମୂହ ଟାଟା ଗ୍ରୁପ ନୂଆ ମୁଖ୍ୟ ପ୍ରାୟୋଜକ ନେଇ ସ୍ପଷ୍ଟ କରିଛନ୍ତି । ପୂର୍ବ ଚୁକ୍ତି ଅନୁଯାୟୀ, ଲିଗ ସହିତ ପ୍ରାୟୋଜକ ଭାବେ VIVO ଆହୁରି ଦୁଇବର୍ଷ ରହିବାର ଥିଲା । ମାତ୍ର ଏବେ ମୁଖ୍ୟ ପ୍ରାୟୋଜକ ହୋଇଛି ଟାଟା(TATA) । ଫଳରେ ଲିଗ୍‌କୁ ଏବେ TATA IPL ବୋଲି କୁହାଯିବ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୨୨୦୦ କୋଟି ଟଙ୍କା ଚୁକ୍ତିରେ ମୁଖ୍ୟ ପ୍ରାୟୋଜକ ଅଧିକାର ହାସଲ କରିଥିଲା ଭିଭୋ । ତେବେ ଗଲୱାନ ଭ୍ୟାଲିରେ ଭାରତୀୟ ସେନା ଓ ଚାଇନିଜ ସେନା ମୁହାଁମୁହିଁ ପରେ ଚାଇନିଜ ସ୍ମାର୍ଟଫୋନ ନିର୍ମାତାକୁ ୨୦୨୦ରେ ଗୋଟିଏ ବର୍ଷ ଆଇପିଏଲ ମୁଖ୍ୟ ପ୍ରାୟୋଜକରୁ ବିରତି ଦିଆଯାଇଥିଲା । ଡ୍ରୀମ ୧୧(Dream 11)କୁ ଭିଭୋ ବଦଳରେ ପ୍ରାୟୋଜକ ମାନ୍ୟତା ମିଳିଥିଲା ।

ତେବେ ପରେ ବର୍ଷ ୨୦୨୧ ଆଇପିଏଲରେ ପୁନଃ IPLର ମୁଖ୍ୟ ପ୍ରାୟୋଜକ ଭାବେ ଫେରିଥିଲା । ଗୋଟିଏ ବର୍ଷ ବିରତି ହୋଇଥିବାରୁ ୫ବର୍ଷିଆ ଚୁକ୍ତିକୁ ଗୋଟିଏ ବର୍ଷ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ମଙ୍ଗଳବାର ପରିଚାଳନା ପରିଷଦ(GC) ବୈଠକରେ ନିଷ୍ପତ୍ତି ପରେ, ଟାଟା ଗ୍ରୁପ ୨୦୨୨ ଓ ୨୦୨୩ ସଂସ୍କରଣ ପାଇଁ ମୁଖ୍ୟ ପ୍ରାୟୋଜକ ରହିବ ।

IANS

Last Updated : Jan 11, 2022, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.