ETV Bharat / sports

ଆଇସିସି ମହିଳା ଟି20 ମାନ୍ୟତା: ଶୀର୍ଷରେ ସ୍ଥିର ଶେଫାଳି - ଟି20 ମାନ୍ୟତା

ଆଇସିସି ମହିଳା ଟି20 ମାନ୍ୟତାର ଶୀର୍ଷକୁ ଫେରିଲେ ଯୁବ ଭାରତୀୟ ମହିଳା କ୍ରିକେଟର ବର୍ମା । ଅଧିକ ପଢନ୍ତୁ...

T20I Rankings: Shafali retains top spot, Kathryn becomes first Scotland player to be in top 10
ଆଇସିସି ମହିଳା ଟି20 ମାନ୍ୟତା: ଶୀର୍ଷକୁ ଫେରିଲେ ଶେଫାଳି
author img

By

Published : Jun 1, 2021, 3:58 PM IST

ଦୁବାଇ: ଆଇସିସି ମହିଳା ଟି20 ମାନ୍ୟତାର ଶୀର୍ଷକୁ ଫେରିଲେ ଯୁବ ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମା । ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଶେଫାଳି, ନମ୍ବର 1 ସ୍ଥାନକୁ ଫେରିଛନ୍ତି । ଅନ୍ୟପଟେ ପ୍ରଥମ ଥର ପାଇଁ ପୁରୁଷ କିମ୍ବା ମହିଳା ବ୍ୟାଟିଂ ଓ ବୋଲିଂ ତାଲିକାରେ କାଥରିନ ବ୍ରେସ ପ୍ରଥମ ସ୍କଟଲାଣ୍ଡ ଖେଳାଳି ଭାବେ ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ସ୍ଥାନ ପାଇଛନ୍ତି ।

ନିକଟରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ ସର୍ବାଧିକ ସଂଗ୍ରହକାରୀ ଖେଳାଳି ରହିଥିଲେ । ଆୟରଲାଣ୍ଡ ଏହି ସିରିଜରେ 3-1ରେ ବିଜୟୀ ହୋଇଥିଲା।

23 ବର୍ଷୀୟା କାଥରିନ ଡିସେମ୍ବରରେ ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ସହକାରୀ ଖେଳାଳି ହୋଇଥିଲେ । ମହିଳା ଟି20 ମାନ୍ୟତାରେ 9ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ପହଞ୍ଚିଛନ୍ତି ।

ଶେଫାଳି 776 ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ସ୍ଥାନରେ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ବେଥ ମୁନି ଓ ମେଗ ଲାନିଙ୍ଗ ରହିଛନ୍ତି । 4ର୍ଥ ସ୍ଥାନରେ ଭାରତୀୟ ଓଫନର ସ୍ମୃତି ମାନ୍ଧାନା ରହିଛନ୍ତି । ପଞ୍ଚମ ସ୍ଥାନରେ ଆଲେସ ହେଲି, ଷଷ୍ଠରେ ସୋଫି ଡେଭିନ ଓ ସପ୍ତମରେ ସୁଜି ବେଟସ ରହିଛନ୍ତି । ଅଷ୍ଟମ ସ୍ତାନରେ ୱେଷ୍ଟଇଣ୍ଡିଜର ଷ୍ଟାଫାନ ଟେଲର ରହିଛନ୍ତି । ନବମ ସ୍ଥାନରେ ଜେମ୍ମିମା ରୋଡ୍ରିଗ୍ୟୁସ ଓ ଦଶମରେ କାଥରିନ ବ୍ରେସ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.