ETV Bharat / sports

T20 World Cup: ଟସ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ - ଭାରତ ପାକିସ୍ତାନ

ମେଲବୋର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ପାକିସ୍ତାନ ମହାମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ ଜିତିଲା ଭାରତ । ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

T20 World Cup
ଟସ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ
author img

By

Published : Oct 23, 2022, 1:15 PM IST

Updated : Oct 23, 2022, 2:07 PM IST

ମେଲବୋର୍ଣ୍ଣ: ଶେଷ ହେଲା ଅପେକ୍ଷା । ମେଲବୋର୍ଣ୍ଣରେ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍ ମୁକାବିଲା । ଟି-ଟ୍ବେଣ୍ଟି ବିଶ୍ବକପ ଭାରତ ପାକିସ୍ତାନ ମହାମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ ଜିତିଛି ଭାରତ । ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଟିମ ଇଣ୍ଡିଆ । ଟସ ଜିତିବା ଭଳି ମ୍ୟାଚ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।

3 ପେସର 2 ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । କେଏଲ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାରଙ୍କ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ମଧ୍ୟ କିଛି ସଫଳ ଇନିଂସ ଆଶା କରାଯାଉଛି । ବିଶେଷ କରି ସୂର୍ଯ୍ୟକୁମାରଙ୍କୁ ଅଟକାଇବାକୁ ପାକିସ୍ତାନ ରଣନୀତି ପ୍ରସ୍ତୁତ କରିଛି । ପାକର ସମସ୍ତ ରଣନୀତି ପଣ୍ଡ କରିବାକୁ ସବୁ ପ୍ରସ୍ତୁତି କରିଛି ଟିମ ଇଣ୍ଡିଆ । ଏସିଆ କପ ଲିଗ ମ୍ୟାଚ ଜିତିଥିଲେ ବି ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା ଭାରତ । ମେଲବୋର୍ଣ୍ଣ ମୁକାବିଲା ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତ । ଦଳର ବୋଲିଂ ବିଭାଗ ସନ୍ତୁଳନ ରହିଛି । ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ମହମ୍ମଦ ସାମିଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ଚୂଡାନ୍ତ ଭାରତୀୟ ଏକାଦଶ...

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିଟାର କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ବିନୀ, ଅର୍ଷଦୀପ ସିଂହ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅକ୍ଷର ପଟେଲ ।

ଚୂଡାନ୍ତ ପାକିସ୍ତାନ ଏକାଦଶ...

ବାବର ଆଜମ ( ଅଧିନାୟକ ), ମହମ୍ମଦ ରିଜୱାନ, ସାନ ମାସୁଦ, ହାଇଦର ଅଲି, ଇଫତିଖର ଅହମ୍ମଦ, ଆସିଫ ଅଲି, ମହମ୍ମଦ ନୱାଜ, ଶଦାବ ଖାନ, ନସିମ ଶାହ, ଶାହିନ ଆଫ୍ରିଦି, ହ୍ୟାରିସ ରୌଫ

Last Updated : Oct 23, 2022, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.