ETV Bharat / sports

T20 World Cup: ଟିମ ଇଣ୍ଡିଆକୁ ଟ୍ରଫି ବିଜେତା ଦାବିଦାର ବାଛିଲେ ଇଞ୍ଜାମାମ୍‌ - ପାକିସ୍ତାନ କ୍ୟାପଟେନ ଇଞ୍ଜାମାମ ଉଲ୍‌ ହକ୍‌

ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ICC ପୁରୁଷ ଟି-୨୦ ବିଶ୍ବକପର ପ୍ରମୁଖ ଦାବିଦାର କହିଲେ ପୂର୍ବତନ ପାକିସ୍ତାନ କ୍ୟାପଟେନ୍‌ ଇଞ୍ଜାମାମ୍‌-ଉଲ୍‌-ହକ୍‌ । ଅଧିକ ପଢନ୍ତୁ...

T20 World Cup: Inzamam picks India as best suited to win in Gulf conditions
T20 World Cup: ଟିମ ଇଣ୍ଡିଆକୁ ଟ୍ରଫି ବିଜେତା ଦାବିଦାର ବାଛିଲେ ଇଞ୍ଜାମାମ୍‌
author img

By

Published : Oct 21, 2021, 6:47 PM IST

ମୁମ୍ବାଇ: UAE ଓ ଓମାନରେ ଖେଳାଯାଉଥିବା ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ଅନ୍ୟତମ ପ୍ରମୁଖ ଦାବିଦାର ଭାରତ । ଏହା କହିଛନ୍ତି, ପୂର୍ବତନ ପାକିସ୍ତାନ କ୍ୟାପଟେନ୍‌ ଇଞ୍ଜାମାମ୍‌-ଉଲ୍‌-ହକ୍‌ । ଇଞ୍ଜାମାମଙ୍କ ଅନୁଯାୟୀ, ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆ ନିକଟରେ ଟ୍ରଫି ଜିତିବାର ବଡ ସୁଯୋଗ ରହିଛି । ଗଲ୍‌ଫ ଦେଶ ଗୁଡିକ ପ୍ରାୟତଃ ଉପମହାଦେଶ ପରି ହୋଇଥିବାରୁ ମେଗା ଟି-୨୦ ବିଶ୍ବକପ ଇଭେଣ୍ଟରେ ଭାରତ ସବୁଠୁ ବିପଦଜନକ ଟିମ ବୋଲି କହିଛନ୍ତି ଇଞ୍ଜାମାମ୍‌ ।

ନିଜ ୟୁଟୁବ୍‌ ଚ୍ୟାନେଲ୍‌ରେ ଇଞ୍ଜାମାମ କହଛନ୍ତି, "କୌଣସି ଟୁର୍ଣ୍ଣାମେଣ୍ଟରେ କୌଣସି ଏକ ନିର୍ଦ୍ଦିଷ୍ଟ ଟିମକୁ ବିଜେତା କୁହାଯାଇନପରେ, ମାତ୍ର କେତେ ପରିମାଣର ବିଜୟ ସୁଯୋଗ ରହିଛି କୁହାଯାଇପାରେ । ମୋ ମତରେ ଏହି ଟୁର୍ଣ୍ଣାମେଣ୍ଟ ବିଜୟ ପାଇଁ ଅନ୍ୟଟିମ ମାନଙ୍କ ଠାରୁ ଭାରତର ଅଧିକ ସୁଯୋଗ ରହିଛି, ବିଶେଷ କରି ଏପରି ପରିବେଶରେ । ଭାରତୀୟ ଟିମରେ ଅଭିଜ୍ଞ ଟି-୨୦ ଖେଳାଳି ମଧ୍ୟ ରହିଛନ୍ତି ।"

ଇଞ୍ଜାମାମ ଆହୁରି କହିଛନ୍ତି, UAE ପରିବେଶରେ ଖେଳିବାର ଅନେକ ଅଭିଜ୍ଞତା ଭାରତୀୟ ବ୍ୟାଟର ଓ ବୋଲରଙ୍କ ପାଖରେ ରହିଛି । ନିକଟରେ UAEରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଟୁର୍ଣ୍ଣାମେଣ୍ଟରେ ଅଧିକାଂଶ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ।

କ୍ୟାପଟେନ କୋହଲିଙ୍କ ବିନା ଏକ ଆହ୍ବାନପୂର୍ଣ୍ଣ ଟ୍ରାକ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବିଜୟ ଲକ୍ଷ୍ୟ ସଫଳ ହାସଲ କରିବା ନେଇ ମେନ ଇନ୍‌ ବ୍ଲୁକୁ ପ୍ରଶଂସା କରିଛନ୍ତି ଇଞ୍ଜାମାମ ।

ଇଞ୍ଜାମାମ କହିଛନ୍ତି, "ଭାରତୀୟ ଟିମ ଦୃଢତାର ସହ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା । ଏପରି ପିଚ୍‌ରେ ଭାରତ ବିଶ୍ବର ସବୁଠୁ ବିପଦଜନକ ଟିମ । ଏପରିକି ୧୫୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ବିରାଟ କୋହଲିଙ୍କ ଆବଶ୍ୟକ କରିନଥିଲେ ।"

ଅକ୍ଟୋବର ୨୪ରେ ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ମାତ୍ର ଏହି ମ୍ୟାଚ୍‌ର ବିଜେତା ପୂର୍ବାନୁମାନ କରିନଥିଲେ ମଧ୍ୟ ଇଞ୍ଜାମାମ କହିଛନ୍ତି, ଏହି ମ୍ୟାଚ୍‌ 'ଫାଇନାଲ ପୂର୍ବର ଫାଇନାଲ' । ଏହି ମ୍ୟାଚ୍‌ରେ ବିଜୟ ଟିମର ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍‌ ଗୁଡିକରେ ମନୋବଳ ବୃଦ୍ଧି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.