ମେଲବର୍ଣ୍ଣ: ମେଲବର୍ଣ୍ଣରେ ବିରାଟ ବିଜୟ । ସୁପର ୧୨ ପର୍ଯ୍ୟାୟ ହାଇଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ହରାଇଲା ଭାରତ । ଏହା ସହିତ ଚଳିତ ଟି୨୦ ବିଶ୍ବକପରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଏନେଇ ଭାରତକୁ ଛୁଟିଛି ଶୁଭେଚ୍ଛାର ସୁଅ । ମେଲବର୍ଣ୍ଣରୁ ଭାରତ, ସବୁଠି ଦେଖାଦେଇଛି ସେଲିବ୍ରେସନର ମାହୋଲ । ପୂର୍ବତନ କ୍ରିକେଟରଙ୍କ ସମେତ ଗୃହମନ୍ତ୍ରୀ ଭାରତର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
-
A perfect way to start the T20 World Cup…Deepawali begins :)
— Amit Shah (@AmitShah) October 23, 2022 " class="align-text-top noRightClick twitterSection" data="
What a cracking innings by @imVkohli.
Congratulations to the entire team. #ICCT20WorldCup2022
">A perfect way to start the T20 World Cup…Deepawali begins :)
— Amit Shah (@AmitShah) October 23, 2022
What a cracking innings by @imVkohli.
Congratulations to the entire team. #ICCT20WorldCup2022A perfect way to start the T20 World Cup…Deepawali begins :)
— Amit Shah (@AmitShah) October 23, 2022
What a cracking innings by @imVkohli.
Congratulations to the entire team. #ICCT20WorldCup2022
-
Thriller of a game which has beautifully set up India’s #T20WC campaign!
— Sachin Tendulkar (@sachin_rt) October 23, 2022 " class="align-text-top noRightClick twitterSection" data="
Crucial contributions by a number of individuals, but a special mention to Hardik’s partnership with Virat which was very crucial for #TeamIndia.#INDvPAK pic.twitter.com/IOBdREC6KZ
">Thriller of a game which has beautifully set up India’s #T20WC campaign!
— Sachin Tendulkar (@sachin_rt) October 23, 2022
Crucial contributions by a number of individuals, but a special mention to Hardik’s partnership with Virat which was very crucial for #TeamIndia.#INDvPAK pic.twitter.com/IOBdREC6KZThriller of a game which has beautifully set up India’s #T20WC campaign!
— Sachin Tendulkar (@sachin_rt) October 23, 2022
Crucial contributions by a number of individuals, but a special mention to Hardik’s partnership with Virat which was very crucial for #TeamIndia.#INDvPAK pic.twitter.com/IOBdREC6KZ
ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରି ଲେଖିଛନ୍ତି, "ଟି୨୦ ବିଶ୍ବକପରେ ଏହା ଏକ ଭଲ ଆରମ୍ଭ । ଦୀପାବଳୀ ଆରମ୍ଭରୁ ବିରାଟ କୋହଲିଙ୍କ ଦ୍ବାରା ଧୂଆଁଧାର ଇନିଂସ । ସଂପୂର୍ଣ୍ଣ ଦଳକୁ ଶୁଭେଚ୍ଛା ।" ସେହିପରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି, "ଏହି ଥ୍ରିଲର ମ୍ୟାଚ୍ ଟି୨୦ ବିଶ୍ବକପ ଅଭିଯାନକୁ ସୁନ୍ଦର ସେଟ୍ ଅପ୍ ଦେଇଛି । ଏହି ମ୍ୟାଚ ପାଇଁ ସମସ୍ତଙ୍କର ଅବଦାନ ରହିଛି । ହେଲେ ସ୍ବତନ୍ତ୍ର ଭାବରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପାର୍ଟନରସିପ୍ ଏବଂ ବିରାଟ କୋହଲିଙ୍କ ଇନିଂସ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ।" ସେହିପରି ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଟ୍ବିଟ କରି ଲେଖିଛନ୍ତି, "କିଙ୍ଗ୍ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ।" ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଟ୍ବିଟ କରି ଭାରତର ଏହି ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ।
-
King kohli is back !!’ @imVkohli #indiavspak
— Yuvraj Singh (@YUVSTRONG12) October 23, 2022 " class="align-text-top noRightClick twitterSection" data="
">King kohli is back !!’ @imVkohli #indiavspak
— Yuvraj Singh (@YUVSTRONG12) October 23, 2022King kohli is back !!’ @imVkohli #indiavspak
— Yuvraj Singh (@YUVSTRONG12) October 23, 2022
ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଥିଲା । ଏହାର ଜବାବରେ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଟାର୍ଗେଟ ହାସଲ କରିଥିଲା । ଦଳ ୬.୧ ଓଭରରେ ୪ ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଥିଲେ ଷ୍ଟାର ବ୍ୟାଟ୍ର ବିରାଟ । ତାଙ୍କ ସହିତ ପାଳି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିରାଟ କୋହଲି ୫୩ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହିତ ୮୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲ୍ରୁ ୪୦ ରନ୍ର ଇନିଂସ ଖେଳିଥିଲେ ।