ହୋବାର୍ଟ(ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି ଫଟାଫଟ କ୍ରିକେଟ ମହାସମର । ଟି୨୦ ବିଶ୍ବକପରେ ଆଜି ତୃତୀୟ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସ୍କଟଲାଣ୍ଡଠାରୁ ୪୨ ରନରେ ପରାସ୍ତ ହୋଇ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଦୁଇ ଥରର ଚାମ୍ପିୟନ୍ସ ୱେଷ୍ଟଇଣ୍ଡିଜ । ୱେଷ୍ଟ ଇଣ୍ଡିଜକୁ ୧୬୧ ରନର ଟାର୍ଗେଟ ଦେଇଥିଲା ସ୍କଟଲାଣ୍ଡ । ଏହା ଜବାବରେ ୱେଷ୍ଟଇଣ୍ଡିଜ ୧୮.୩ ଓଭରରେ ୧୧୮ ରନ କରି ଅଲଆଉଟ ହୋଇଥିଲା ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ସ୍କଟଲାଣ୍ଡ । ଓପନର ଜର୍ଜ ମୁନସୀଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସ୍କଟଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ କରିଥିଲା । ଓପନିଂ ଯୋଡି ଦଳୀୟ ସ୍କୋର ପାଇଁ ୫୫ ରନ ଯୋଡିଥିଲେ । ଏହା ପରେ ମିଚେଲ ଜନ୍ସ ୨୦ ରନ କରି ଆଉଟ ହୋଇଥିଲେ । ସ୍କଟଲାଣ୍ଡର ୱିକେଟ ପତନ ଘଟୁଥିଲେ ମଧ୍ୟ ଆତ୍ମବିଶ୍ବାସର ସହ ବ୍ୟାଟିଂ କରିଥିଲେ ଓପନର ଜର୍ଜ ମୁନସୀ ।
-
A brilliant 66* off 53 👏
— T20 World Cup (@T20WorldCup) October 17, 2022 " class="align-text-top noRightClick twitterSection" data="
For his knock, George Munsey is the @aramco Player of the Match 🎉#T20WorldCup | #WIvSCO pic.twitter.com/wFteWuUtJA
">A brilliant 66* off 53 👏
— T20 World Cup (@T20WorldCup) October 17, 2022
For his knock, George Munsey is the @aramco Player of the Match 🎉#T20WorldCup | #WIvSCO pic.twitter.com/wFteWuUtJAA brilliant 66* off 53 👏
— T20 World Cup (@T20WorldCup) October 17, 2022
For his knock, George Munsey is the @aramco Player of the Match 🎉#T20WorldCup | #WIvSCO pic.twitter.com/wFteWuUtJA
ସେ ୫୩ ବଲରୁ ୯ଟି ଚୌକା ସହିତ ଦମଦାର ୬୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ଅଧିନାୟକ ରିଚି ବେରିଙ୍ଗଟନ ୧୬ ରନ କରିଥିଲେ । ମ୍ୟାକ ଲିଓଡ ୨୩ ରନ କରି ଆଉଟ ହୋଇଥିବାବେଳେ ଚେରିସ ଗ୍ରେଭସ ୧୬ ରନ କରି ଅପରାଜିତ ରହିଥିଲେ ।
ସେପଟେ ୧୬୧ ରନ ବିଜୟ ଲକ୍ଷ୍ୟ ପିଛା କରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ଓପନିଂ ଯୋଡି ପ୍ରଥମରୁ ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଜସନ ହଲଡର ସର୍ବାଧିକ ୩୮ ରନର ଇନିଂସ ଖେଳିଥିଲେ । କ୍ୟାଲ ମାୟର୍ସ ୨୦ ରନ, ଇଭିନ ଲେୱିସ ୧୪ ରନ, ବ୍ରାଣ୍ଡନ କିଙ୍ଗ ୧୭ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ ।
ସ୍କଟଲାଣ୍ଡର ମାର୍କ ୱାଟ ୪ ଓଭରରେ ୧୨ ରନ ବ୍ୟୟ କରି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେହିପରି ବ୍ରାଡ ହ୍ବେଲ ଏବଂ ମିଚେଲ ଲିଏସ୍କ ୨ ୱିକେଟ ନେଇଥିବାବେଳେ ଜୋସ ଡେଭି ଓ ସାଫୟାନ ସରିଫ ଗୋଟିଏ ୱିକେଟ ନେଇଥିଲେ । ସେପଟେ ଜର୍ଜ ମୁନସୀ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।