ETV Bharat / sports

T-20 World Cup: ଶ୍ରୀଲଙ୍କାକୁ ୧୫୪ ରନ୍‌ରେ ରୋକିଲା ଅଷ୍ଟ୍ରେଲିଆ - ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ଟି-୨୦ ବିଶ୍ବକପ ମ୍ୟାଚ୍‌

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 World Cup: Australia restrict srilanka on 154/6
T20 World Cup: ଶ୍ରୀଲଙ୍କାକୁ ୧୫୪ ରନ୍‌ରେ ରୋକିଲା ଅଷ୍ଟ୍ରେଲିଆ
author img

By

Published : Oct 28, 2021, 9:17 PM IST

Updated : Oct 28, 2021, 9:41 PM IST

ଦୁବାଇ: ଟି-୨୦ ବିଶ୍ବକପରେ ସୁପର ୧୨ ଗ୍ରୁପ ୧ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଲଢେଇ ଜାରି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

କଙ୍ଗାରୁ ବୋଲରଙ୍କ ମାପଚୁପ ବୋଲିଂ ପାଇଁ କୌଣସି ସିଂହଳ ବ୍ୟାଟର୍‌ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଟିମ ପକ୍ଷରୁ କୁଶଲ ପରେରା ୨୫ ବଲ୍‌ରୁ ୩୫ ଓ ଅସଲଙ୍କା ୨୭ ବଲ୍‌ରୁ ୩୫ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି ବି ରାଜପକସା ୨୬ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୩୩ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପାଟ କମିନ୍ସ ଓ ସ୍ପିନର ଆଡାମ ଜାମ୍ପା ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2021, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.