ETV Bharat / sports

T20 World Cup: ଶେଷ ହେଲା ଗ୍ରୁପ ପର୍ଯ୍ୟାୟ ମ୍ୟାଚ, ସୁପର-୧୨ରେ ଏହି 4 ଟିମ

author img

By

Published : Oct 21, 2022, 10:26 PM IST

ଶୁକ୍ରବାର ଶେଷ ହୋଇଛି ଟି୨୦ ବିଶ୍ବକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ।ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳ ଗୁଡିକ ହେଲା ଶ୍ରୀଲଙ୍କା, ନେଦରଲାଣ୍ଡସ, ଆୟାରଲାଣ୍ଡ, ଜିମ୍ବାୱେ । ଅଧିକ ପଢନ୍ତୁ

T20 World Cup : ଶେଷ ହେଲା ଗ୍ରୁପ ପର୍ଯ୍ୟାୟ ମ୍ୟାଚ, ଏହି ଚାରୋଟି ଟିମ ସୁପର ୧୨ରେ ପ୍ରବେଶ କଲେ

ହାଇଦ୍ରାବାଦ: ଶୁକ୍ରବାର ଶେଷ ହୋଇଛି ଟି-୨୦ ବିଶ୍ବକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ । ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଚାରୋଟି ଟିମ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳ ଗୁଡିକ ହେଲା ଶ୍ରୀଲଙ୍କା, ନେଦରଲାଣ୍ଡସ, ଆୟାରଲାଣ୍ଡ, ଜିମ୍ବାୱେ । ଅକ୍ଟୋବର ୨୨ ତାରିଖ ତଥା ଶନିବାରଠାରୁ ସୁପର ୧୨ ମ୍ୟାଚ ଖେଳାଯିବ ।

ଟି୨୦ ବିଶ୍ବକପ ୨୦୨୨ ସୁପର ୧୨ ରେ ଯୋଗ୍ୟତା ହାସଲ କରିଥିବା ଏହି ଚାରୋଟି ଟିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମୋଟ ୩ ଟି ମ୍ୟାଚ ଖେଳିଥିଲେ । ସମସ୍ତ ଚାରୋଟି ଟିମ ଗ୍ରୁପର ପଏଣ୍ଟ ଟେବୁଲରେ ୪ ପଏଣ୍ଟ ହାସଲ କରି ସୁପର ୧୨ ପାଇଁ ଟିକଟ ହାତେଇଛନ୍ତି । ଶ୍ରୀଲଙ୍କା ୩ ଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରିଥିଲା । ଗୋଟିଏ ମ୍ୟାଚ ହାରି ୪ ପଏଣ୍ଟ ସହିତ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିଛି । ସେହିପରି ନେଦରଲାଣ୍ଡସ ୩ ଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରିଥିଲା । ଗୋଟିଏ ମ୍ୟାଚ ହାରି ୪ ପଏଣ୍ଟ ସହିତ ଟି୨୦ ବିଶ୍ବକପ ୨୦୨୨ ସୁପର ୧୨ରେ ପ୍ରବେଶ କରିଛି । ସେହିପରି ଆୟରଲାଣ୍ଡ ଦୁଇଥର ଟି୨୦ ବିଶ୍ବକପ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ ହରାଇ ସୁପର ୧୨ ପାଇଁ ଟିକଟ ହାତେଇଛି । ସେ ୩ ଟି ମ୍ୟାଚ ଖେଳି ଦୁଇଟି ମ୍ୟାଚ ଜିତି ଥିଲା । ଗୋଟିଏ ମ୍ୟାଚ ହାରିବା ସହିତ ୪ ପଏଣ୍ଟ ପାଇଥିଲା । ସେହିପରି ଜିମ୍ବାୱେ ୩ ଟି ମ୍ୟାଚ ଖେଳି ୨ ଟି ମ୍ୟାଚ ଜିତି ଥିଲା । ଗୋଟିଏ ମ୍ୟାଚ ହାରିବା ସହିତ ୪ ପଏଣ୍ଟ ପାଇଁ ସୁପର ୧୨ରେ ପ୍ରବେଶ କରିଛି । ଆସନ୍ତାକାଲିଠାରୁ ( ଶନିବାର ) ଟି୨୦ ବିଶ୍ବକପ ୨୦୨୨ ସୁପର ୧୨ ମୁକାବିଲା ଆରମ୍ଭ ହେବ ।

ସେହିପରି ସୁପର ୧୨ ପର୍ଯ୍ୟାୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଗ୍ରୁପ ୧ ଏବଂ ଗ୍ରୁପ ୨ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୬ ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ଗ୍ରୁପ ୨ ରେ ଭାରତ ସମେତ ପାକିସ୍ତାନ, ସାଉଥ ଆଫ୍ରିକା, ନେଦରଲାଣ୍ଡସ, ଜିମ୍ବାୱେ, ବାଂଲାଦେଶ ରହିଛନ୍ତି । ସେହିପରି ଗ୍ରୁପ ୧ ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟରଲାଣ୍ଡ, ଆଫଗାନିସ୍ଥାନ, ଅଷ୍ଟ୍ରେଲିଆ ରହିଛନ୍ତି । ପ୍ରତି ମ୍ୟାଚରେ ବିଜୟୀ ଟିମକୁ ଦୁଇ ପଏଣ୍ଟ ଲେଖାଏଁ ମିଳିବ । ଯଦି କୌଣସି କାରଣରୁ ମ୍ୟାଚ ବାତିଲ ହେଲା ତାହେଲେ ଉଭୟ ଟିମ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ । ଉଭୟ ଗ୍ରୁପରୁ ଶୀର୍ଷ ଚାରୋଟି ଟିମ ସେମିଫାଇନାଲ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.