ETV Bharat / sports

T20 World Cup: ସର୍ବାଧିକ ରନ୍ ସଂଗ୍ରହକାରୀ ଟପ୍ ୧୦ ତାଲିକାରେ ଦୁଇ ଭାରତୀୟ

author img

By

Published : Oct 31, 2022, 11:08 PM IST

ସୁପର ୧୨ ପର୍ଯ୍ୟାୟରେ କଡା ଟକ୍କର ଲାଗି ରହିଛି । କ୍ରିକେଟରମାନଙ୍କର ପ୍ରଦର୍ଶନ କେତେବେଳେ ଦମଦାର ରହୁଛି ଆଉ କେତେବେଳେ ଖାତା ଖୋଲିବାରେ ବିଫଳ ରହୁଛନ୍ତି । ଅଧିକ ପଢନ୍ତୁ

T20 World Cup ୨୦୨୨ : ସର୍ବାଧିକ ରନ୍ ସଂଗ୍ରହକାରୀ ଟପ୍ ୧୦ ତାଲିକାରେ ଦୁଇ ଭାରତୀୟ

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଜାରି ରହିଛି ଫଟାଫଟ କ୍ରିକେଟ ମହାସମର । ସୁପର ୧୨ ପର୍ଯ୍ୟାୟରେ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଗ୍ରୁପ 1 ଓ ଗ୍ରୁପ ୨ ରେ ସୁପର ୧୨ ପର୍ଯ୍ୟାୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଗ୍ରୁପ ୧ ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛି । ସେହିପରି ଗ୍ରୁପ ୨ ରେ ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ ଓ ଜିମ୍ବାୱେ ରହିଛି । ଗ୍ରୁପ ୧ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ସର୍ବାଧିକ ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ଗ୍ରୁପ ୨ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି ।

ସୁପର ୧୨ ପର୍ଯ୍ୟାୟରେ କଡା ଟକ୍କର ଲାଗି ରହିଛି । କ୍ରିକେଟରମାନଙ୍କର ପ୍ରଦର୍ଶନ କେତେବେଳେ ଦମଦାର ରହୁଛି ଆଉ କେତେବେଳେ ଖାତା ଖୋଲିବାରେ ବିଫଳ ରହୁଛନ୍ତି । ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । କୁଶଲ ମେଣ୍ଡିସ୍ ୬ ଟି ମ୍ୟାଚରୁ ୧୮୦ ରନ୍ ସଂଗ୍ରହ କରିଛନ୍ତି । ଯଦି ଆମେ ଚଳିତ ଟି୨୦ ବିଶ୍ବକପରେ ଶୀର୍ଷ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକା ଉପରେ ନଜର ପକାଇବା ତାହେଲେ ଭାରତର ଦୁଇ ଜଣ କ୍ରିକେଟର ଏହି ତାଲିକାରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍ ଚଳିତ ଟି୨୦ ବିଶ୍ବକପରେ ୬ ଟି ମ୍ୟାଚ୍ ଖେଳି ସର୍ବାଧିକ ୧୮୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ନେଦରଲାଣ୍ଡସର ମ୍ୟାକ୍ସ ଉଡ ୬ ଟି ମ୍ୟାଚରୁ ୧୬୧ ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଷ୍ଟାର ବ୍ୟାଟର ବିରାଟ କୋହଲି ୩ ଟି ମ୍ୟାଚରୁ ୧୫୬ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ୩ ଟି ମ୍ୟାଚରୁ ୧୩୪ ରନ୍ ସଂଗ୍ରହ କରି ସପ୍ତମ ସ୍ଥାନରେ ରହିଛନ୍ତି ।

ସେହିପରି ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଚଳିତ ଟି୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ସର୍ବାଧିକ ୧୦ ଟି ୱିକେଟ ନେଇଛନ୍ତି । ସର୍ବାଧିକ ୱିକେଟ ସଂଗ୍ରହ କରିଥିବା ଟପ୍ ୧୦ ତାଲିକାରେ ଅର୍ଶଦୀପ ସିଂହ ଏପର୍ଯ୍ୟନ୍ତ ୭ ଟି ୱିକେଟ ନେଇ ନବମ ସ୍ଥାନରେ ରହିଛନ୍ତି ।

ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ଛକା ମାରିବାର ରେକର୍ଡ ଜିମ୍ବାୱେର ସିକନ୍ଦର ରାଜାଙ୍କ ନାମରେ ରହିଛି । ଏହି ତାଲିକାରେ ଟପ୍ ୧୦ ରେ ସପ୍ତମ ସ୍ଥାନରେ ରହିଛନ୍ତି ବିରାଟ କୋହଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.