ETV Bharat / sports

T20 World Cup 2022: ପୁରସ୍କାର ରାଶି ଘୋଷଣା କଲା ଆଇସିସି, ଜାଣନ୍ତୁ କାହାକୁ ମିଳିବ କେତେ

author img

By

Published : Sep 30, 2022, 5:26 PM IST

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶୁକ୍ରବାର ଟି୨୦ ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଟିମକୁ ମିଳିବ ୧.୬ ମିଲିଅନ(16 ଲକ୍ଷ) ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୩ କୋଟି ଟଙ୍କା ହେବ । ଅଧିକ ପଢନ୍ତୁ

T20 WORLD CUP 2022 PRIZE MONEY ICC ANNOUNCES PRIZE MONEY
Etv Bharat

ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପ ୨୦୨୨(T20 World Cup 2022) ପାଇଁ କାଉଣ୍ଟଡାଉନ୍‌ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶୁକ୍ରବାର ଟି୨୦ ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି(Prize Money) ଘୋଷଣା କରିଛି । ବିଶ୍ବକପର ଗତ ସଂସ୍କରଣର ଭଳି ଏହି ସଂସ୍କରଣରେ ମଧ୍ୟ ସମସ୍ତ ଅଂଶଗ୍ରହଣକାରୀ ଟିମକୁ ICC ପକ୍ଷରୁ ମିଳିବ ପୁରସ୍କାର ରାଶି । ବିଜେତା ଟିମକୁ ମିଳିବ ୧.୬ ମିଲିଅନ(16 ଲକ୍ଷ) ଆମେରିକୀୟ ଡଲାର, ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୩ କୋଟି ଟଙ୍କା ହେବ ।

The prize pot for the 2022 #T20WorldCup in Australia has been revealed 👀

Full details 👇https://t.co/Vl507PynsJ

— ICC (@ICC) September 30, 2022 ">
ମେଗା ବିଶ୍ବକପ ଇଭେଣ୍ଟ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବା ନେଇ ସୂଚୀ ରହିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(MCG) ଖେଳାଯିବ । ରନର୍ସ-ଅପ୍‌ ଟିମକୁ ଚମ୍ପିଆନ ଟିମର ଅଧା (6.52 କୋଟି ଟଙ୍କା) ପୁରସ୍କାର ରାଶି ଆକାରରେ ମିଳିବ । ସେହିପରି ୧୬ ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ଖେଳିଥିବା ଦୁଇ ପରାଜିତ ଟିମକୁ ମୋଟ ପୁରସ୍କାର ରାଶି ୫.୬ ଆମେରିକୀୟ ଡଲାରରୁ ୪୦୦,୦୦୦ ଆମେରିକୀୟ ଡଲାର ମିଳିବ । ଅନ୍ୟପଟେ ସୁପର ୧୨ ପର୍ଯ୍ୟାୟରୁ ବାଦ୍‌ ପଡିବାକୁ ଥିବା ୮ଟି ଟିମକୁ ପ୍ରତ୍ୟେକ ୭୦୦୦୦ ଆମେରିକୀୟ ଡଲାର ଲେଖାଏଁ ଅର୍ଥ ରାଶି ମିଳିବ । ଗତବର୍ଷ ଖେଳାଯାଇଥିବା ଟି୨୦ ବିଶ୍ବକପ ୨୦୨୧ପରି ସୁପର ୧୨ ପର୍ଯ୍ୟାୟରେ ୩୦ ମ୍ୟାଚ୍‌ରୁ ପ୍ରତ୍ୟେକ ବିଜୟ ପାଇଁ ୪୦୦୦୦ ଆମେରିକୀୟ ଡଲାର ଲେଖାଏଁ ମିଳିବ । ସୁପର ୧୨ ପର୍ଯ୍ୟାୟକୁ ସିଧାସଳଖ ପ୍ରବେଶ କରିବାକୁ ଥିବା ୮ଟି ଟିମ ହେଉଛି, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା । ଅନ୍ୟ ୮ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଯଥା ଗ୍ରୁପ ଏ'ରୁ ନମିବ୍ୟା, ଶ୍ରୀଲଙ୍କା, ନେଦରଲାଣ୍ଡ୍‌ସ, ୟୁଏଇ ଓ ଗ୍ରୁପ ବି'ରୁ ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ, ଆୟରଲାଣ୍ଡ ଓ ଜିମ୍ବାୱେ । ଏହି ୮ଟି ଟିମ ମଧ୍ୟରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରତି ବିଜୟ ପାଇଁ ପୁରସ୍କାର ରାଶି ୪୦,୦୦୦ ଆମେରିକୀୟ ଡଲାର ରହିଛି ଓ ୧୨ଟି ମ୍ୟାଚ୍‌ରେ ମୋଟ ୪୮୦,୦୦୦ ଆମେରିକୀୟ ଡଲାର ରହିଛି । ପ୍ରଥମ ପର୍ଯ୍ୟାୟରୁ ବାଦ୍‌ ପଡିବାକୁ ଥିବା ୪ଟି ଟିମକୁ ୪୦,୦୦୦ ଆମେରିକୀୟ ଡଲାର ଲେଖାଏଁ ମିଳିବ ।ଅକ୍ଟୋବର ୨୨ରେ ସିଡନୀରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଗତବର୍ଷର ରନର୍ସ-ଅପ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଖେଳାଯିବ । ପର୍ଥରେ ମଧ୍ୟ ସମାନ ଦିନ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଟି୨୦ ବିଶ୍ବକପରେ କାହାକୁ ମିଳିବ କେତେ ରାଶି ?(ଭାରତୀୟ ମୁଦ୍ରା ଅନୁସାରେ)
  • ବିଜେତା: ପ୍ରାୟ ୧୩ କୋଟି ଟଙ୍କା
  • ରନର୍ସ ଅପ୍‌: 6.52 କୋଟି ଟଙ୍କା
  • ସେମିଫାଇନାଲ: 3.26 କୋଟି ଟଙ୍କା
  • ସୁପର ୧୨ ରେ ବିଜୟ: ୩୨ ଲକ୍ଷ ଟଙ୍କା
  • ସୁପର ୧୨ରୁ ବାହାର ହେବା ଟିମ: 57 ଲକ୍ଷ
  • ପ୍ରଥମ ରାଉଣ୍ଡରେ ବିଜୟ: 32 ଲକ୍ଷ
  • ପ୍ରଥମ ରାଉଣ୍ଡରୁ ବାହାର ହେବା ଟିମ: 32 ଲକ୍ଷ ଟିମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.