ETV Bharat / sports

T20 World Cup: ଚଳିତ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ, ଜାଣନ୍ତୁ ବ୍ୟାଟିଂ ଓ ବୋଲିଂରେ ବ୍ୟକ୍ତିଗତ ରେକର୍ଡ

ଟି୨୦ ବିଶ୍ବକପ୍‌ ୨୦୨୨ (T20 World Cup 2022) ରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ରନ୍ କରିଥିବା ବ୍ୟାଟର ତଥା ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାକୁ ଦେଖି ଆପଣ ଶ୍ରେଷ୍ଠ ଖେଳାଳିଙ୍କ ପ୍ରଦର୍ଶନ ଜାଣିପାରିବେ । ବର୍ତ୍ତମାନ ଜାରି ରହିଥିବା ବିଶ୍ବକପରେ ଆଇସିସି ପ୍ରଦର୍ଶନ ତାଲିକାରେ ଶ୍ରୀଲଙ୍କାର ଖେଳାଳିମାନେ ଅଧିକାଂଶ ସୂଚିରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Oct 25, 2022, 6:34 PM IST

T20 World Cup 2022 best performer records of individual most runs and most wickets
T20 World Cup 2022: ଚଳିତ ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ, ଜାଣନ୍ତୁ ବ୍ୟାଟିଂ ଓ ବୋଲିଂରେ ବ୍ୟକ୍ତିଗତ ରେକର୍ଡ଼

ମେଲବର୍ଣ୍ଣ: ଚଳିତ ବର୍ଷ ଟି୨୦ ବିଶ୍ବକପ୍‌ ୨୦୨୨ (T20 World Cup 2022) ଅଷ୍ଟ୍ରେଲିଆରେ ଜାରି ରହିଛି । ସୁପର ୧୨ ପର୍ଯ୍ୟାୟର ଜାରି ରହିଥିବା ମୁକାବିଲାରେ ଖେଳାଳିମାନଙ୍କର ପ୍ରଦର୍ଶନ ଅନୁସାରେ ସେମାନଙ୍କ ଆଇସିସି ମାନ୍ୟତାରେ ପରିବର୍ତ୍ତନ ଘଟୁଛି । ତେବେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବିଭିନ୍ନ ଦେଶର ଖେଳାଳିଙ୍କର ପ୍ରଦର୍ଶନ ଆଧାରରେ ଦେଖିବାକୁ ଗଲେ ପୁଣିଥରେ ବ୍ୟାଟର ଓ ବୋଲରଙ୍କର ସୂଚିରେ ପରିବର୍ତ୍ତନ ହୋଇଛି । ତେବେ ଚଳିତ ବିଶ୍ବକପରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହକାରୀ ବ୍ୟାଟର ଓ ୱିକେଟ ସଂଗ୍ରହକାରୀ ବୋଲରଙ୍କ ସୂଚି ଦେଖି ଆପଣ ଖେଳାଳି ମାନଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ବିଷୟରେ ଜାଣିପାରିବେ । ତେବେ ଚଳିତ ବିଶ୍ବକପରେ ବ୍ୟକ୍ତିଗତ ଭାବରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ତାଲିକାରେ ଶ୍ରୀଲଙ୍କା ଦଳର ଖେଳାଳୀଙ୍କ ପ୍ରଧାନ୍ୟ ଦେଖିବାକୁ ମିଳିଛି ।

ଚଳିତ ବିଶ୍ବକପରେ ଶ୍ରୀଲଙ୍କା ବ୍ୟାଟର କୁଶଲ ମେଣ୍ଡିସ ଅନ୍ୟ ବ୍ୟାଟରମାନଙ୍କ ଅପେକ୍ଷା ବ୍ୟକ୍ତିଗତ ଭାବରେ ଅଧିକ ରନ ସଂଗ୍ରହ କରି ସୂଚିର ପ୍ରଥମ ସ୍ଥାନରେ ରହିଛନ୍ତି । ସମୁଦାୟ ୪ଟି ମ୍ୟାଚ ଖେଳିଥିବାବେଳେ ସେ ୧୭୨ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।

ଏହା ସହିତ ସବୁଠାରୁ ଅଧିକ ୱିକେଟ ସଂଗ୍ରହକାରୀ ବୋଲରଙ୍କ ତାଲିକାର ଶୀର୍ଷରେ ଶ୍ରୀଲଙ୍କା ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ରହିଛନ୍ତି । ସେ ଏବେ ପର୍ଯ୍ୟନ୍ତ ସମୁଦାୟ ୯ ୱିକେଟ ନେଇଥିବାବେଳେ ନେଦରଲାଣ୍ଡର ବାସ ଡିଲିଡ ମଧ୍ୟ ୯ ୱିକେଟ ନେଇ ଦ୍ବିତୀୟରେ ରହିଛନ୍ତି । ଏହା ତଳକୁ ଶ୍ରୀଲଙ୍କାର ମହେଶ ତୀକ୍ଷାଣା ୭ ୱିକେଟ ସହିତ ତୃତୀୟରେ ରହିଛନ୍ତି ।

ଜାରି ରହିଥିବା ବିଶ୍ବକପରେ ସର୍ବାଧିକ ଛକା ମାରିଥିବା ଖେଳାଳୀଙ୍କ ତାଲିକାରେ ଜିମ୍ବାୱେ ବ୍ୟାଟର ସିକନ୍ଦର ରାଜା ଶୀର୍ଷରେ ରହିଛନ୍ତି । ସେ ସମୁଦାୟ ୪ ମ୍ୟାଚରେ ୮ ଛକା ମାରିଛନ୍ତି । ସେହିଭଳି ଶ୍ରାଲଙ୍କାର କୁଶଲ ମେଣ୍ଡିସ ମଧ୍ୟ ୮ ଛକା ସହ ଦ୍ବିତୀୟରେ ରହିଛନ୍ତି । ପାକିସ୍ତାନ ବିପକ୍ଷରେ ମାରିଥିବା ୪ ଛକା ସହ ସପ୍ତମରେ ରହିଛନ୍ତି ବିରାଟ କୋହଲି ।

ସେହିଭଳି ବିଶ୍ବକପରେ ଗୋଟିଏ ଇନିଂସରେ ସର୍ବାଧିକ ରନର ପାଳି ଖେଳିଥିବା ଖେଳାଳିଙ୍କ ସୂଚିରେ ନ୍ୟୁଜିଲାଣ୍ଡର ଡେଭନ କନୱେ ସର୍ବାଧିକ ୯୨ ରନର ପାଳି ଖେଳି ଶୀର୍ଷରେ ରହିଛନ୍ତି । ଗୋଟିଏ ମ୍ୟାଚରେ ୮୬ ରନର ପାଳି ଖେଳିଥିବା ସ୍କଟଲାଣ୍ଡର ବ୍ୟାଟର ମାଇକେଲ ଜୋନ୍ସ ରହିଛନ୍ତି ଦ୍ବିତୀୟରେ ରହିଛନ୍ତି । ଚଳିତ ବିଶ୍ବକପରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ପାଳି ଖେଳିଥିବା ଏହି ତାଲିକାର ତୃତୀୟରେ ଜିମ୍ବାୱେର ସିକନ୍ଦର ରାଜା ଓ ଚତୁର୍ଥରେ ଭାରତୀୟ ବ୍ୟାଟର ବିରାଟ କୋହଲି ରହିଛନ୍ତି । ଉଭୟ ନିଜ ଦଳ ପାଇଁ ୮୨ ରନ ପାଳି ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.