ETV Bharat / sports

T20 World Cup: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ - ଟି-୨୦ ବିଶ୍ବକପ ସୁପର ୧୨

ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ୧୧୯ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

T20 World Cup 2021: Australia beat South Africa by 5 wkts
T20 World Cup: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ ।
author img

By

Published : Oct 23, 2021, 7:09 PM IST

Updated : Oct 23, 2021, 8:31 PM IST

ଆବୁଧାବି: ଏଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ପ୍ରଥମ ସୁପର ୧୨ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ୧୧୯ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଅଲ୍‌-ରାଉଣ୍ଡର ମାର୍କସ ଷ୍ଟୋଇନିସ ୨୪ ରନ୍‌ର ଇଂନିସ ଖେଳିବା ସହ ଅଷ୍ଟ୍ରେଲିଆର ସଙ୍କଟମୋଚକ ସାଜିଥିଲେ । ଫଳରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷ ଓଭରରେ ଜିତିଥିଲା ଅଷ୍ଟ୍ରେଲିଆ ।

୧୧୯ ରନ୍‌ର ଛୋଟିଆ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆକୁ କ୍ୟାପଟେନ ଆରୋନ ଫିଞ୍ଚଙ୍କ ରୂପରେ ପ୍ରଥମ ଝଟକା ଲାଗିଥିଲା । ଫିଞ୍ଚ୍‌ କୌଣସି ରନ୍‌ କରିବା ପୂର୍ବରୁ ଆନରିଚ ନର୍କିଆ ତଙ୍କୁ ପାଭିଲିଅନ ପଠାଇ ଦେଇଥିଲେ । ପରେ ଅନ୍ୟତମ ଓପନର ଡେଭିନ ୱାର୍ଣ୍ଣର ଓ ମିଚେଲ ମାର୍ଶ ମଧ୍ୟ ଶ୍ରୀଘ୍ର ଆଉଟ୍‌ ହୋଇଥିଲେ । ଫଳରେ ୭.୫ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୩୮ ରନ୍‌ର ୩ ୱିକେଟ ହରାଇ ସଂକଟରେ ପଡିଥିଲା ।

ମାତ୍ର ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥ ୩୪ ବଲ୍‌ରୁ ୩୫ ରନ୍‌ର ଉପଯୋଗୀ ଇଂନିସ ଖେଳି ଅଷ୍ଟ୍ରେଲିଆ ବିଜୟ ଆଶାକୁ ଉଜ୍ଜୀବିତ କରିଥିଲେ । ମାତ୍ର ୧୫.୨ ଓଭର ଶେଷ ସୁଦ୍ଧା ଉଭୟ ସ୍ମିଥ ଓ ମାକ୍ସୱେଲ ନିଜର ୱିକେଟ ହରାଇଥିଲେ । ଫଳରେ ୮୧ ରନ୍‌ର ୫ ୱିକେଟ ହରାଇ ସଂଘର୍ଷ କରିଥିଲା ଅଷ୍ଟ୍ରେଲିଆ । ମାତ୍ର ମାର୍କସ ଷ୍ଟୋଇନିସ ଓ ୱିକେଟକିପର ମାଥ୍ୟୁ ୱେଡ୍‌ଙ୍କ ମଧ୍ୟରେ ମ୍ୟାଚ୍‌ ବିଜୟୀ ଭାଗିଦାରୀ ହୋଇଥିଲା ଓ ଶେଷ ଓଭରରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ।

ପୂର୍ବରୁ ନିୟମିତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ୱିକେଟ ହରାଇବା ସହ ଆଡନ ମାର୍କ୍ରମଙ୍କ ୪୦ ରନ୍‌ର ଇଂନିସ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୧୧୮/୯(ଆଡନ ମାର୍କ୍ରମ ୪୦, କାଗିସୋ ରବାଡା ୧୯; ଆନରିଚ୍‌ ନର୍କିଆ ୪-୨୧); ଅଷ୍ଟ୍ରେଲିଆ ୧୨୧/୫(ଷ୍ଟିଭ ସ୍ମିଥ ୩୫, ମାର୍କ୍ସ ଷ୍ଟୋଇନିସ ୨୪; ଜସ ହେଜେଲଉଡ୍‌ ୨-୧୯)

ଅଷ୍ଟ୍ରେଲିଆ ପରବର୍ତ୍ତୀ ଟି-୨୦ ବିଶ୍ବକପର ପରବର୍ତ୍ତୀ ମୁକାବିଲାରେ ଦୁବାଇରେ ଅକ୍ଟୋବର ୨୮ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ସେହିପରି ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨୬ରେ ୱେଷ୍ଟଇଣ୍ଡିଜକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.