ETV Bharat / sports

T20 WC: ସ୍କଟଲାଣ୍ଡ୍‌କୁ ୧୬୫ ରନ୍‌ରେ ରୋକିଲା PNG

author img

By

Published : Oct 19, 2021, 5:58 PM IST

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି ସ୍କଟଲାଣ୍ଡ୍‌ । ଫଳରେ PNG ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 WC:Scotland set a target of 166 runs vs Papua New Guinea
T20 WC: ସ୍କଟଲାଣ୍ଡ୍‌କୁ ୧୬୫ ରନ୍‌ରେ ରୋକିଲା PNG

ମସକଟ୍‌(ଓମାନ): ICC ଟି-୨୦ ବିଶ୍ବକପ ୨୦୨୧ର ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ସ୍କଟଲାଣ୍ଡ ଓ ପପୁଆ ନ୍ୟୁ ଗିନିଆ(PNG) ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି ସ୍କଟଲାଣ୍ଡ୍‌ । ଫଳରେ PNG ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ସ୍କଟଲାଣ୍ଡ୍‌ ପକ୍ଷରୁ କାଲମ ମାକଲିଅଡ ସର୍ବାଧିକ ୭୦ ରନର୍‌ ଦମଦାର ଇଂନିସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ସହ ସେ ୪୯ ବଲ୍‌ରୁ ୬ଟି ଚୌକା ଓ ୩ଟି ବିଶାଳ ଛକା ସହାୟତାରେ ୭୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୱିକେଟ କିପର ମାଥ୍ୟୁ କ୍ରସ୍‌ ୩୬ ବଲ୍‌ରୁ ୪୫ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ।

ଅନ୍ୟପଟେ ପପୁଆ ନ୍ୟୁ ଗିନିଆ ପକ୍ଷରୁ କାବୁଆ ମୋରିଏ ସର୍ବାଧିକ ୪ଟି ଓ ଚାଡ୍‌ ସୋପର ୩ଟି ୱିକେଟ ହାତେଇଛନ୍ତି । ସିମନ ଅଟାଇ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.